Tuesday, July 16, 2013

ମୋ କଳଂକ

ମୋ କଳଂକ
----------------------------------------------------
 
ମୋ କଳଂକ ଝୁଲୁଥାଉ ଦୁଆର ଆଗରେ ପାଂଡୁର କଖାରୁ ସଂଗରେ ;
ଝୁଲଣାରେ ଝୁଲୁ କି ଅଗଣାରେ ବୁଲୁ | ମୋ ବର୍ତମାନ ଓ ଭବିଷ୍ୟତରେ
ଲେମ୍ବୁ ଲୁଣ ଦେଇ, କି ମିଡିଆକୁ ଲାଂଚ ଦେଇ ମଜାଦାର କର ତୁମ ପ୍ରଶସ୍ତି ପାଇଁ
ମୋର ସେଥିରେ ଭ୍ରୂକ୍ଷେପ ନାହିଁ, କି କ୍ଷୋଭ ବି ନାହିଁ
ମାନି ନେବାକୁ | ମୋ କଳଂକର ବାସ୍ନା ଭାସିଯାଉ ନିବୁଜ ବେଡ୍ରୁମରୁ ଦୂରକୁ ଦୂରକୁ
ଯେଉଁଠି ସ୍ମୃତିର କାକର ଝରି ଖୋଜୁଥିବା ତା' ପାଦଚିହ୍ନକୁ |
 ମୋ କଳଂକ ଜଳୁଥାଉ ଦାଉଦାଉ ମୋ ଫୋଟୋ ଫ୍ରେମ ରେ,
ସେ କୌସ୍ତୁଭ ମୋ ଦୁନିଆ ଆଗରେ; ଯଦିବା ପଂକିଳ ବିବର୍ଣ,
ଦୁରୁ ଥାଇ ଦେଖିବି ନିରେଖୀ ଆଖିରେ ଲଗାଇ ଅଂଜନ |
ସମୟ ସ୍ରୋତରେ ଭାସୁଥିବା ଫାରୁଆ ଭିତରେ କାଳେଥିବ
ମୋ କଳଂକ ଜନ୍ମ ଛାୟଚିତ୍ର କି ଭିଡିଓ ଫୁଟେଜ;
ଦେଖିଲେ ଜାଣିବି କାହିଁକି ସେ ଏତେ ନିଜର,
କାହିଁକି ସେ ଏତେ ଅସ୍ଥିର !
ଛନଛନ ହୁଏ ମନ ଛୁଇଂବାକୁ ତାକୁ , ଅଣ'ଓସାରିଆ ନିରୋଳା ରାସ୍ତାରେ;
କନକନ ହୁଏ ଛାଡିପଡିବାକୁ ହଠାତ କେହି ଶୁଂଘୁଥିବା ଖବର ପାଇଲେ |
 ବାଦଲଟା ଗୁଡାଏ କଳା ଲେସୀ ଦେଲାରୁ ଜହ୍ନ କାନ୍ଦେ' କିନ୍ତୁ ଝୁରେ |
ପ୍ରେମିକା ଓଠରେ କ'ଣ ସେ ଚିହ୍ନ ଭାବି ପ୍ରେମିକ ତା' ସପନରେ ମରେ |
ନିଷିଦ୍ଧ ବଳୟ ସ୍ପର୍ଶର ଆକ୍ଷେପ ଶୀଳ୍ପୀର ଆଂଗୁଠି ସଂଧିରେ |
ସୌନ୍ଦର୍ଜ୍ୟ ବହିପଡେ କଳାମେଘ ଆଢୁଆଳେ ନରମ ଖରାରେ |
ଥକାମାରେ ହଜାଇ ନିଜକୁ - ମୁଁ ଅଦୃଶ୍ୟ, କଳଂକର ଛାଇତଳେ
ବସିଛି ଭେଟିବାକୁ ଶ୍ମଶ୍ରୁଧାରୀ ଗୈରିକ ବସନେ
ଆଗୁସାର ମାଗିବାକୁ ଶାନ୍ତି ସପନେ ଶୟନେ |
କିଏ ପଠାଇଛି ନା ଆପେ ଆସିଛ? ଆକାଶରୁ ଆପଲ୍ ଟିଏ ଦେଇ,
ବାଟରେ ଦୁବ କଁଅଳିବ କହି ଚଳାଇବ ଯାଦୁର ଆଂଗୁଳି
ଧୋଇବାକୁ କଳଂକ ମୋର? ଛାଡି ଦିଆ ତାକୁ ତା ବାଟରେ |
ସିଏ ମୋ ଭିତରେ ଶୋଇଛି ବହୁତ ଦିନରୁ
ସୁପ୍ତ ସହସ୍ର ଫଣା ତଳେ ସଂକୁଚିତ ଦୁନିଆ ମଝିରେ |
ଉଠାଇବ ଯଦି ଯାଦୁକର କ'ଣ ଦେବ ନିଶୂନ ହାତରୁ?
ସିଏ ଅଛି ଓ ଥିବ ମୋ ସଂଗେ ଆଗରୁ ପଛରୁ |
ପୋଛିଦେବ? ପୋଛିଦେବ ଜହ୍ନରୁ କଳାଦାଗ ତୁମ ଗେରୁଆ ଗାମୁଛାରେ,
ନା ଆସିଛ କଳାଦାଗ ଛଡାଇଵ କହି ନାଲି ଓଠ ଛୁଇଁବା ଲୋଭରେ ? 
କଳଂକରୁ ପେଟେ ପିଇ କ୍ଷଣେ ଜିଇଁଯିଵି,
ରାଜଦାଣ୍ଡେ ନିର୍ଭୟେ ଶୋଇବି |
ଛଟପଟ ମୁଣ୍ଡ୍ ମୋର ଗୋଡାଇଵ କୁକୁର, ଶାଗୁଣା,
ଯୁଝିବାକୁ ଭଲପାଏ ଏକା, ମନେ କିଆଁ ରଖିବି ଭାବନା ?
ଜିଇଁବାର ନଥାଏ ଶୋଚନା କଳଂକ କୁ କୋଡ ରେ ପୁରାଇ;
ବସିଛି ଦେଖାଇ ମୋ କଳଂକ ଶତଶତ ଛାଇ 
ଘର ଦୁଆର ଆଗରେ 
ଚାରିଛକ' ରାସ୍ତାରେ |
ଦାଉ ଦାଉ କଳଂକ ମୋ'ର, 
ମୋ ଆଖି ପତାପରେ |
ମୋ  କଳଂକ  ବାର୍ କୋର୍ଡ ମନେ ରଖିପାର 
ମୋତେ ଡରାଇବାକୁ  ଦେଇ  ଗୁପ୍ ଚୁପ୍  ଇମେଲ୍,
ଅବା ଏସ୍ ଏ ମସ୍  ଦେଇପାର  ଶୁଣେଇ ଗୁଣେଇ |
ଲେଖିପାର ଜାଗାନାମ ଯେଉଁଠି ସମସ୍ତେ  କଳଂକ ଧୁଅନ୍ତି , 
ଇତିହାସ ପୋଛି ପୁଣି  ଧୋବ ଫର ଫର ହୋଇଯାନ୍ତି , 
ଯେମିତି ସନ୍ ସ୍କ୍ରିନ୍ ବିଜ୍ଞାପନ ଦେଖି ସର୍ବେ ତର ତର ହେବାକୁ ସୁନ୍ଦର,
ଭୁଲି ସେ ଚର୍ମ  ତଳେ ତଳେ ସବୁ ଅଛି କେତେଯେ ହୁନ୍ଦର  |
ମୋର ନାହିଁ ଲୋଡା  ହେବାକୁ ବିବର୍ଣ ଭୁଲି ନିଜ କଳଂକିତ ଇତିହାସ
ସେ' ମୋର ଚିର ସାଥୀ, ମୋ କାଂଦ  ପୁଣି ହସ |

ଗଲାବେଳେ କଳଂକର ତାଲିକା ଝୁଲୁଥିବ ମୋ ଗଳାରେ 
ଦେଖୁଥିବି ତାକୁ ବସି ମୋ ଘଡି ସନ୍ଧି ମୁହୂର୍ତରେ |
ତୁମେ ଦେଖି ହସିପାର ମୋ ନିର୍ବୋଧତାରେ, ଭାବି 
କେମିତି ଧରି ମୁଁ ବସିଛି ମୋ ଅମାବାସ୍ୟାକୁ' ଜାବୁଡି;
ଚୁପ୍ ଚୁପ୍ କହିପାର କା' କାନରେ ମୁଁ ପାପୀ ଟିଏ ବୋଲି |
ମୁଁ କିନ୍ତୁ  ଆଖିବୁଜି ଭାସୁଥିବି ଧଳା ବାଦଲ ଉପରେ 
ମନେପକାଇ ମୋ କଳଂକ କେମିତି ଲାଗିଲା ଦେହରେ |
ପ୍ରୋଜେକଟ୍ କରିବି ମୋ କଳଂକ ଶୋଇ ଶିଆଳୀ  ଲଟାରେ;
ଓ ଅପେକ୍ଷାରେ ଥିବି କେବେ ଆସିବ ମୋ ଜରାଶବର
ତା ଶରରେ  ଯିବି,  ନେଇ ମୋ  କଳଂକ ଗୋଟାଇ ଯେମିତି
 ଫେରିଲବେଳକୁ ଆସିବି  ମୋ ନୂଆ ଦେହରେ 
ପୁରୁଣା କଳଂକ ସବୁକୁ  ତିଳଚିହ୍ନ ରେ ସଜାଇ |
-----------------------------------------------------------
 
 
---------------------------------------------------------------------------------------------
the last poem "My Dirts" of the first volume of Odia poems
"Ananya Jamaja" (The Unique Twin).


5 comments:

Anonymous said...

Mate lage jemiti apananaka kabita pacchare bahut gabhira rahasya, kicchi bedana Luchi rahichi.

Anonymous said...

Chamatkaar... aapana ete sundar lekhuchhanti... sethire aame bhala kharaap kahibaaku kie...?? Sata kahuchi... kabitaa bahut sundar heichi.... aapana emiti lekhuthaantu.... aau aama maananku khusi karu thaantu...

Anonymous said...

agnya....kabinka preranaa re epari bhaabanaa prakata hei jaae....bahut bhala laagilaa apanka pratyeka anka....

apanankara barssa chalichi o aamara atyadhika garam

Anonymous said...

Ta pare, E jou level ra kabita... taku mu feel karuchi.. Ange nibhei thiba bahut gude anubhaba ru E shabda gudika ekathi heichanti.

Anonymous said...

Excellent. Very rhythmic. A sense blend of remorse and sadness is evident. Hope I got it right. Regards