Wednesday, July 28, 2021

ଶରୀର ବୃକ୍ଷ

ଶରୀର ବୃକ୍ଷ ସଂସାର ମଧ୍ୟରେ ଶରୀର ବୃକ୍ଷଟି ପ୍ରଭୁ ଯେ ବିରାଜମାନ ସେହି ବୃକ୍ଷରେ ପ୍ରକାଶେ ଗୁଣମାନ ସୃଷ୍ଟିଧରଙ୍କ ଭିଆଣ ।୧ ଏକଇ ବୃକ୍ଷରେ ବେନି ଫଳ ଥାଇ ତିନି ମୂଳେ ମଧୁ ରସ ପଞ୍ଚ ଶିକଡ଼ ତଳେ ଗଣ୍ଠି ରହିଛି ସୂକ୍ଷ୍ମରେ ଆତ୍ମା ନିବାସ ।୨ ସାତ ବକଳ ଦେହେ ଜଡି ଅଛନ୍ତି ଅଷ୍ଟମ ଡାଳକୁ ବେଢ଼ି ନବ ଦ୍ଵାର ଛିଦ୍ର ତାମଧ୍ୟେ ରହିଛି ନରକ ନାମକୁ ଜଡି ।୩ ଦଶ ପତ୍ର ହୋଇ ଅଛି ଯେ ବିସ୍ତାର ଦୁଇ ପକ୍ଷୀ ବାସ ଘର ସର୍ବଦା ବୃକ୍ଷକୁ ଦେଖୁଥାନ୍ତି ବସି ଭାଵ ପ୍ରଦାନ ତାଙ୍କର ।୪ ସଂସାର ବୃକ୍ଷର ଫଳତ ଦୁଇଟି ସୁଖ ଦୁଃଖ ନାମ ତାର ସତ୍ତ୍ୱ ରଜ ତମ ଗୁଣଟି ଧାରଣ ଦୃଶ୍ୟତ ଜୀଵ ଅନ୍ତର ।୫ ଧର୍ମ ଅର୍ଥ କାମ ମୋକ୍ଷ ଚାରି ନାମ ମହାଭାବରେ ପ୍ରମାଣ ଶବ୍ଦ ରୂପ ରସ ଗନ୍ଧ ସ୍ପର୍ଶ ନାମେ ଇନ୍ଦ୍ରିୟ ମାନଙ୍କ କାମ ।୬ ଅସ୍ଥି ମଜ୍ଜା ମାଂସ ମେଦ ଚର୍ମ ରହି ବକଳ ମଧ୍ୟରେ ଥାଇ ମନ ବୁଦ୍ଧି ଅହଂକାର ଦ୍ୱେଷ ଯୁକ୍ତ ବୃକ୍ଷ ଦେହେ ଶୋଭା ପାଇ ।୭ ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।

Monday, July 26, 2021

Wednesday, July 21, 2021

||| YUKTIBAADI |||

MoKatha published on 21st July '21 www.nirvaynews.com ... please read and review.

Sunday, July 18, 2021

||| Chaukash Chabisha |||

14th July MoKatha on http://nirvaynews.com : Please read and review

Thursday, July 15, 2021

||| He Mo Ishwar |||

My Odia poetry e-book released on 14th July 21 ...

Friday, July 9, 2021

||| Chhayaa Santhanaa : MoKatha |||

MoKathaa on 7th July www.nirvaynews.com talks of etiquette of online meetings....

Monday, July 5, 2021

||| PRASHNA |||

ପ୍ରଶ୍ନ ହୃଷୀକେଶ ମହାନ୍ତି …………………........................ ବଣ ଭିତରେ ନିଛାଟିଆ ଆଶ୍ରମ। ବରଷା ଆସିଲା ତୁହା କୁ ତୁହା। ବିଜୁଳ ସାଂଗକୁ ପ୍ରଚଣ୍ଡ ଘଡଘଡି । ଭାବଲି ଯଦି ବଜ୍ରପାତରେ ମରିଯିବି ତେବେ କାହାକୁ ଖବର ହେବନି।ଓ୍ୱାଇସ୍ ରେଡି ପରି ମରିବି। ସେମିତି ମରିବା ଟା ଠିକ ହେବନି ଭାବି ଜଣେ ଛାତ୍ର କୁ ହ୍ୱାଟ୍ସଅପ ରେ ଖବର ଦେଇ କଥା ଟା ବୁଝାଇ ଦେଲି । କହିଲି ଯଦି ମରିଯାଏ କାହାରି କୁ କହିବୁନି ମୁଁ ଏକା ବଣକୁ ଆସିଥିଲି । କାହିଁକି ଟିଭି ରେ କବର କବର ହେବେ ଯେ ଆମ ଗାଁ ଲୋକ ଜାଣି ମୋ ପ୍ରତିମୂର୍ତ୍ତୀ ଭାଂଗି ଦେବେ। ଏଇଟି କୁ ଗାଁ ବାଲାଂକୁ ପଇସା ପତର ଦେଇ ଗାଁ ଛକ ରେ ବସାଇ ମଲାପରେ ଅମର ହେବା ଆଶାରେ ତିଆରି କରିଛି । ଯଦି ଭାଂଗି ଦେବେ ମୁଁ ଉପରେ ହାଏ ହାଏ ହେବି। ପ୍ରିୟ ଛାତ୍ର ପ୍ରଘଟ କରିବନି ବୋଲି ପ୍ରତିଶ୍ରୁତି ଦେଇ ମେସେଜ କଲା। ସେତେବେଳ କୁ ବର୍ଷା କମିଯାଇଥିଲା । ବିଜୁଳି ଘଡଘଡି ବନ୍ଦ ହୋଇଯାଇଥିଲା । ମୁଁ ମରିଲିନି । ହେଲେ ଛାତ୍ର ଟି ବେଳେ ବେଳେ ମେସେଜ କରି ପଚାରେ - ସାର୍ ବଣ କୁ କାହିଁକି ଯାଇଥିଲେ ? ସିସିଡି ରେ ତାକୁ କଫି ପିଆଇ ତା ପ୍ରଶ୍ନ କୁ କିଛି ଦିନ ପାଇଁ ବନ୍ଦ କରିବା ରେ ମୋ ମୁଣ୍ଡ ଲଣ୍ଡା ହେଲାଣି । ତେବେ ବି ପ୍ରଶ୍ନ ପାଖ ଛାଡୁନି …

Saturday, July 3, 2021

||| Basa-Baiedhar |||

30th June '21 : MoKatha Basa-Baiedhar column protagonist Baiedhar gone frozen in Covid scare and spending months after months at a termite hill seen across the pond adjoining his house; Basa-nani picks of spinach grown at the bank of pond despairs at the despondency that has greaped Baiedhar who on return from Bangalore leaving his petty job in Covid scare now has turned to a mound like rishi Balmiki for the revealation that oflate has dawn on him understanding the ant-hill that looks frozen from outside but filled with life inside. Baiedhar has got up and held the spade to work on the plot that remained barren after his parents left. Basa-nani, the wife of Baiedhar is seeing Baiedhar transformed and got rooted to the land forgetting run for money at far lands and understtod the mireage of the run.