Monday, July 5, 2021

||| PRASHNA |||

ପ୍ରଶ୍ନ ହୃଷୀକେଶ ମହାନ୍ତି …………………........................ ବଣ ଭିତରେ ନିଛାଟିଆ ଆଶ୍ରମ। ବରଷା ଆସିଲା ତୁହା କୁ ତୁହା। ବିଜୁଳ ସାଂଗକୁ ପ୍ରଚଣ୍ଡ ଘଡଘଡି । ଭାବଲି ଯଦି ବଜ୍ରପାତରେ ମରିଯିବି ତେବେ କାହାକୁ ଖବର ହେବନି।ଓ୍ୱାଇସ୍ ରେଡି ପରି ମରିବି। ସେମିତି ମରିବା ଟା ଠିକ ହେବନି ଭାବି ଜଣେ ଛାତ୍ର କୁ ହ୍ୱାଟ୍ସଅପ ରେ ଖବର ଦେଇ କଥା ଟା ବୁଝାଇ ଦେଲି । କହିଲି ଯଦି ମରିଯାଏ କାହାରି କୁ କହିବୁନି ମୁଁ ଏକା ବଣକୁ ଆସିଥିଲି । କାହିଁକି ଟିଭି ରେ କବର କବର ହେବେ ଯେ ଆମ ଗାଁ ଲୋକ ଜାଣି ମୋ ପ୍ରତିମୂର୍ତ୍ତୀ ଭାଂଗି ଦେବେ। ଏଇଟି କୁ ଗାଁ ବାଲାଂକୁ ପଇସା ପତର ଦେଇ ଗାଁ ଛକ ରେ ବସାଇ ମଲାପରେ ଅମର ହେବା ଆଶାରେ ତିଆରି କରିଛି । ଯଦି ଭାଂଗି ଦେବେ ମୁଁ ଉପରେ ହାଏ ହାଏ ହେବି। ପ୍ରିୟ ଛାତ୍ର ପ୍ରଘଟ କରିବନି ବୋଲି ପ୍ରତିଶ୍ରୁତି ଦେଇ ମେସେଜ କଲା। ସେତେବେଳ କୁ ବର୍ଷା କମିଯାଇଥିଲା । ବିଜୁଳି ଘଡଘଡି ବନ୍ଦ ହୋଇଯାଇଥିଲା । ମୁଁ ମରିଲିନି । ହେଲେ ଛାତ୍ର ଟି ବେଳେ ବେଳେ ମେସେଜ କରି ପଚାରେ - ସାର୍ ବଣ କୁ କାହିଁକି ଯାଇଥିଲେ ? ସିସିଡି ରେ ତାକୁ କଫି ପିଆଇ ତା ପ୍ରଶ୍ନ କୁ କିଛି ଦିନ ପାଇଁ ବନ୍ଦ କରିବା ରେ ମୋ ମୁଣ୍ଡ ଲଣ୍ଡା ହେଲାଣି । ତେବେ ବି ପ୍ରଶ୍ନ ପାଖ ଛାଡୁନି …

No comments: