ବ୍ୟାଘ୍ର ପୁରାଣ"
ବାଘୁଣୀ ବିରସ ମୁଖରେ ।
ଚାହିଁ ରହିଛି ଅତି ଦୂରେ ॥
ତା ଦୁଃଖ କରିବାକୁ ଦୂର ।
ଶିକ୍ଷକ ହେଲେ ଆଗଭର ॥
ହୃଦୟେ ଧରି ସେ ବାଘୁଣୀ ।
ଦେଲେ ଯେ ଚପଳ ଚାହାଣୀ ॥
ଅଧରେ ଖେଳେ ସ୍ମିତ ହାସ ।
ମୁଖମଣ୍ଡଳ ସୁପ୍ରକାଶ ॥
ସତେ ବା ବୀର ଉତ୍କଳର ।
ସମରେ ହେବେ ଅଗ୍ରସର ॥
ଏ ଦୃଶ୍ୟ ଦରଶନେ ମନ ।
ହୁଅଇ ଏବେ ପରସନ ॥
ଆନନ୍ଦେ ବୋଲ ହୃଷିକେଶ ।
ହୃଷିକେଶରେ ରଖ ଆଶ ॥
ଏ ଭବ ସାଗରର ବାରି ।
ଏଥୁ କରିବେ ସେହୁ ପାରି ॥
- Written by Nityananda Mishra on my FB
No comments:
Post a Comment