Saturday, March 19, 2016

ପଖାଳ ମହିମା

ଧିଜନେ ଶୁଣିବା ହେଉ ସ୍ଥିର ଚିତ୍ତେ,
ପଖାଳ ର ମହିମା ଗୁଣ ଏଥୁଅନ୍ତେ। ୧
ସଂସାରର ସବୁଠାରୁ ଦୁର୍ଲଭ ଏ ଖାଦ୍ୟ,
ଥରେ ଯିଏ ଖାଏ ୟାକୁ ପାଏ ତାର ଭେଦ। ୨
ଜମ୍ବୁ ଦ୍ୱୀପ ମଧ୍ୟେ କଳିଙ୍ଗ ନାମେ ରାଜ୍ୟ,
ସେଠାରେ ଉତ୍ପତ୍ତି ଅଟେ ଏହି ଖାଦ୍ୟ। ୩
ରଙ୍ଗ ତାର ସ୍ନିଗ୍ଧ ଅଟେ ବାସ ମନୋହର,
ସ୍ୱାଦ ୟାର ପାଇବାକୁ ଦେବତା ବ୍ୟାକୁଳ। ୪
ପ୍ରସ୍ତୁତି ସହଜ ୟାର ନାହିଁ କିଛି କଷ୍ଟ,
ତେଣୁ ସଭିଙ୍କର ମନ କୁ କରଇ ଉଚ୍ଚାଟ। ୫
ରାତ୍ରି କାଳେ ଅନ୍ନ ରାନ୍ଧି ହାଣ୍ଡିରେ ରଖିବ,
ସେଥିରେ ଅଳ୍ପ ପେଜ ଓ ପାଣି ଦେଇଦେବ। ୬
ସକାଳୁ ଯେହ୍ନେ ହାଣ୍ଡିର ଢ଼ାଙ୍କୁଣା ଖୋଲିବ,
ମହ ମହ ବାସ ତାର ମନ ମୋହିନେବ। ୭

 ସଙ୍ଗରେ ଶୁଷ୍କ(ଭଜାଭଜି) ବ୍ୟଞ୍ଜନ ରହିବ,
ତାହାର ମଜା ଆଉ କେ କହି ପାରିବ। ୮
କଦଳି ର ଭଜା ଅବା ହେଉ ଶାଗ ଭଜା,
ବଡ଼ିଚୁରା ସହ ଆଳୁ ଛୁଇଁ ଭଜା ବଡ଼ ମଜା। ୯
ନା ନା ଜାତି ଶାଗ ଆମ ରାଇଜରେ ପାଇ,
ପିତା, ଖଡ଼ା, କୋଶିଳା, ଲେଉଟିଆ ଆଉ ରାଇ(ସୋରିଷ)। ୧୦
ତା ସଙ୍ଗରେ ଯଦି ଅଛି ଖଟା ଓ ଚଟଣୀ,
ଟାକରାଟେ ମାରିଦେଲେ ପାଟିରୁ ଆସେ ପାଣି। ୧୧
କଇଥ ଚଟଣି ଆଉ ପୋଦିନା ଚଟଣି,
ପାଚେଡ଼ି, ଆମ୍ବୁଲ ରାଇ ମନ ନିଏ କିଣି। ୧୨
ଏ ତ ଗଲା ନିରାମିଶ ଭକ୍ଷୀଙ୍କର କଥା,
ଆମିଷ ପ୍ରେମୀଙ୍କ ପାଇଁ ଅଛି ହୋଇ ସଜା। ୧୩
ତାମ୍ପଡ଼ା, ଖାରିପାଣିଆ ଶୁଖୁଆ ହୋଇଲେ,
ଚୁନାମାଛ ପତ୍ରପୋଡ଼ା କୁ ହେଜୁଥାଅ ଭଲେ। ୧୪
ଅତ୍ୟନ୍ତ ସ୍ୱାଦିଷ୍ଟ ଅଟେ ଏସବୁ ବ୍ୟଞ୍ଜନ,
ଏହାକୁ ଚାଖିବାକୁ ଦେବତାଙ୍କ ମନ। ୧୫
ବାପଘରୁ ଶାଶୁଘର ଯିବାର ଆଗରୁ,
ତୋରାଣୀଖିଆ କନ୍ୟାର ହୁଏଯେ ସୁଚାରୁ। ୧୬
ପଖାଳ ର ଏହି ପ୍ରଧାନ୍ୟକୁ ଦେଖି,
ପଖାଳଖିଆ ବିଧି କେହି ସମାଜେ ଅଛି ରଖି। ୧୭
ମରଦ ମିଣିପି ଉଭୟ ପଖାଳ ଖିଆ ପରେ,
ପରିପୂର୍ଣ ଋପ ଲଭନ୍ତି ସଂସାରେ। ୧୮
କହିଲେ ଏପ୍ରକାର ଆଉ କେଉଁ ଖାଦ୍ୟର ମହିମା,
ମଣିଷ ର ଜୀବନରେ ଅଛି ଜଣାଶୁଣା। ୧୯
ଜଗତ ଜାଣିଲା ପରେ ଏସବୁ ବିଶେଷ,
ଏବେ ପାଳୁଅଛି ପୁଣି ପଖାଳ ଦିବସ। ୨୦
ମାର୍ଚ୍ଚ ୨୦ ଅଟେ ପଖାଳ ଦିବସ,
ପାଳି ତାକୁ ସମସ୍ତ ଜନ ହ୍ୱନ୍ତି ତୋଷ। ୨୧
ଯେଉଁ ଜନ ଏହି ଦିବସ ନ ପାଳେ,
ନର୍କ ଭୋଗୁଥାଏ ସେହୁ କାଳେ କାଳେ। ୨୨
- Colelcted from Kamalakant Sahoo on FB

ବାପା ନିତି ଦିନ ପଖାଳ ଖାଂତି, ବୋଉ ଭଲ ପାଏ ପିଜା l
ଭାଇର ଚିକେନ୍ ତଂଦୁରି ଲୋଡା, ଆଈ ତ ଖଆଂତି ସିଝା ll
ସୋସଲିଷ୍ଟ ଖାଦ୍ୟ ସଭିଏଁ ଖାଆଂତି, ଅଦ୍ଭୂତ ତା'ର ଟେଷ୍ଟ l

ରାଜାଠାରୁ ରଂକ ତୋରାଣି ପିଅଂତି -- ପଖାଳ ଇଜ୍ ଦି' ବେଷ୍ଟ !


Collected from Rabi Kanungo on FB


No comments: