------------------------
ବ୍ୟବଧାନ ତୁମ ମୋ ଭିତରେ, ଗହୀର ମନରେ
ବଢି ବଢି ଯାଏ ପ୍ରତିଦିନ ଯେମିତି ବ୍ରହ୍ମାଣ୍ଡ ପ୍ରସରେ |
କିନ୍ତୁ ଡର' ଏ ବ୍ୟବଧାନକୁ, ୟା ପ୍ରସରି ଯିବା'କୁ,
କାଳେ ଛିଡିଯିବ ରଜ୍ଜୁ କେ'ଉଁଠି ଆମ ଅଗୋଚରେ
ହା'ଏ ଟିକେ କହିବାକୁ ଶୁଣିବାକୁ କେହି ନଥିବେ ଯେ ପରେ |
ଚକ୍ରବର୍ତୀ ଏକାକି କୈଂଚ ସେ ଯାଉଛି ପହଁରି
ପୁରୁଣା ମନ୍ଦିର ବେଢା କେଉଁ ଏକ ନିର୍ଜନ କୂଅରେ;
ଦେଖେ ଆଖିରେ ଆଖିଏ ସପନ ଓ ପୁଣି ଯାଏ ଅକାଶକୁ ମାପି |ପୁରୁଣା ମନ୍ଦିର ବେଢା କେଉଁ ଏକ ନିର୍ଜନ କୂଅରେ;
ସଂକ୍ରମିତ ସେ, ଯଦିବା କୁହେନା ନିଜ ପଣିଆ କୁ ଜପି;
ତେବେବି , ଦିନେ ଦିନେ ସଂଜୁଆ ସଂଜୁଆ ବେଳେ
କିଆଁ ତା' ମନ କହେ, --- ଆହାଃ କେତେ ମୁଁ ଏକାକି !ତେବେବି , ଦିନେ ଦିନେ ସଂଜୁଆ ସଂଜୁଆ ବେଳେ
' କେମିତି ଅଛ ?'- ବୋଲି ଯଦି ତୁମେ ପଚାର
କେବେ କଦଵା ମୋ ମୋବାଇଲ୍ କୁ
ଅବା ଇମେଲ୍ ଟିଏ ଦିଅ ଦେଖି ପୁର୍ଣୀମା କୁ
ତେବେ' ସତେ' କଣ ଯିବ ବ୍ୟବଧାନ ଜିଣି,
ଔପଚାରିକତା ରେ କଣ ମନ ହୁଏ କିଣି ?
ଆଦ'ରି ନେବା ପଛେ ଥିଲେ ପ୍ରଲୋ'ଭନ ତୃଷ୍ଣାର, ଶୋଷର;
ଶୋଷ ମେଣ୍ଟିଗଲେ କୃଷ୍ଣ ଯାଏ ତା' ବାଟର;
ଗୋପିଏ ଖାଲି ହୁଅନ୍ତି ବାଉଳି କହି
କାହିଁ ଗଲ ହେଃ ଦୁରେଇ |
ବ୍ୟବଧାନ ତ ସେ'ମିତି ରହିଛି
ଶୋଷ ମେଣ୍ଟି ଗଲା ପରେ କିଏ କା'ହାକୁ ଚାହୁଁଛି ?
ଗିପ୍ଟ ବକ୍ସ ରେ ବ୍ୟବଧାନ ଥକା ମାରେ'
ଆସକ୍ତି ବିଶ୍ରାମ କରେ, ଉଠି ପୁଣି ଯିବାକୁ ଦୁରେଇ |
ଗୋପିଂକୁ କଷଣ ସିନା, କୃଷ୍ଣ ର ଯାଏ ଆସେ ନାହିଁ |
କବି ମାନେ ଖାଲି ଘୋଡ଼ାଇ ପକାନ୍ତି ବ୍ୟବଧାନ ,ଦେଇ
ନିଛକ ପ୍ରେମ ଦ୍ବାହି; ଠେକୁଆ କିନ୍ତୁ ଜୁଳୁ ଜୁଳୁଦେଖେ
କାମନା ର ବୁଦାତଳୁ ମୁଣ୍ଡ କୁ ଉଠାଇ
ଦୂରରେ ଦିଶୁଥିବା ସବୁଜିମା ପାଇଁ |
ବ୍ୟବଧାନ ସରୀସୃପ
ଶୋଇଥାଏ ଦୁଇ ତକିଆ ଫାଂକରେ |
ପେଲିଦିଏ ଦୁଇଂକୁ ଦୁଇ ବିପରିତ ଦିଗେ;
ଉତ୍ତାଳ ତରଂଗ ଉଠେ' ଦୁରେଇ ଦେବାକୁ
ଟାଇଟାନିକ୍ ରୁ ଡିଆଁ ମାରୁଥିବା ଦି' ପ୍ରେମୀଂକୁ|
ଦେଖ ଦେଖ, ସୋଦର ବାନ୍ଧବ ଛିଡା ସେ'ଇ କୂଳେ
କିନ୍ତୁ ସର୍ବେ ବ୍ୟସ୍ତ ଖାଲି ବ୍ୟବଧାନ ମାପିବାରେ |
ଚିତ୍ ପହଁରା ଦେଇ ସମୁଦ୍ର ରେ ଭାସୁଥିବା 'ମୁଁ', ଜାଣେ
କିପରି ସାର୍କ ଟାଣେ ଭିତରୁ ଭିତର | ଅମୁହାଁ ରାଇଜ |
ଏକ ମୁଁହା ଚଲା , ଦୂରରୁ ଦୂରକୁ - କୂଳ ରୁ କୂଳକୁ |
ଧ୍ରୁବ ତାରା ଉଁକି ମାରେ ବାଟ କଢାଇ ନେବାକୁ |
ନୀଳ ନୀଳ ଅଥଳ ସେ ଜଳ, ସେ ଜଳେ
ମୁଁ ଭାସେ କେତେ କାଳ | କୂଳ ରୁ ଶୁଭେ କେବଳ -
'ହାଏ ହାଏ ଭାସିଗଲା ; ବିଧାତା ଲେଖିଥିଲା କାଳ |
ଗଲା ସିଏ; ଏବେ ଚାଲ ଆମେ, ଫେ'ରିବା ନିଜ ନିଜ ଘର;
ବ୍ୟବଧାନ ଯେ ରହିଗଲା ସେମିତି ତା'ର ଆମର |'
ମୁଁ ଅଥ'ଳ ଦରିଆ ଭିତରୁ କହେ- 'କି' ବିଚିତ୍ର ସଂସାର |'
----------------------------------------------------------------------
3 comments:
Yes,this is the apprehensions we have in relationships.Very sensitive observation.
ବହୁତ ସୁନ୍ଦର ଲାଗିଲା ଆଜ୍ଞା । ଏତେ ସୁନ୍ଦର ଜଟିଳ ଚିନ୍ତାଧାରା ଆପଣ କେମିତି ମନରେ ଉଦୟ କରୁଛନ୍ତି?
Namaskar Hrushikesha Babu.The words are wonderfully crafted showing the reality.
Post a Comment