ଅପେକ୍ଷାରେ
------------------------------------------------------------------
ତୁମେ ପରା ଆସ ଜାଗରଣେ ନେଇ
ଧୃତି
ଧରି ଖଣ୍ଡା ଓ ଖର୍ପର,
ମହିଷା କୁ ଗଂଜୀ କରିବାକୁ ପ୍ରକଟ ସତ୍ୟର |
କାହିଁ କିଛିତ ହେଲାନି ସେମିତି , ଯେମିତି ସେମିତି ଲାଗିଛି
ମହିଷାର ଜୟ ଜୟାକାର |
ଲୁନ୍ଠିତ ଏ ପୁର, ଅବଲୁନ୍ଠିତ ତ
ଯେ କେତେ ନାରୀ ନର
ମହିଶାଂକ ଜ୍ବାଲାରେ, ଏ ଧରା ପରେ |
ତେବେବି ତୁ କେମିତି ଯାଉ ଚାଲି
ଏମିତି ଏମିତି , ନଦେଖିଲା ପରି
ଆଜି ଦଶମୀ ରେ |
ଆସିଥିଲୁ କେତେ ମିନତି ରେ ବରଷକ
ପରେ |
ଗହଲ ଚହଲରେ ଅମେ ସିନା ଭୁଲି
ଗଲୁ ଭାବ ବିହ୍ବଲରେ ;
କିନ୍ତୁ ତୁ କେମିତି ଦେଖିଲୁନି
ଯାହା ସବୁ ଘଟିଯାଏ ସବୁରି ଉହାଡେ |
ଆ ମା ! ଫେରିଆ ବାସନ୍ତୀ
ଦୁର୍ଗା ରେ |
ଦେ’ ଟେକି ବାଛି ବାଛି ତୀର
ଭାରୀ ଦେ ମା ଶକ୍ତୀ’ ଖୋଜି ରାମ
ଟିଏ ଯିଏ ଆଜି ର ପ୍ରବୀର |
ଆଶିବୁ ତ ମା’ ଫେରି
ସତ ସତ ବିଜୟାଟେ ନେଇ
ଏଇ ଧରା ପାଇଁ |
ଆଜୀ ଠାରୁ ଠିଆ , ଆମେ ସବୁ
ତୁମ ଅପେକ୍ଷାରେ
ସେଇ ମଣ୍ଡପ
କୁ ଚାହିଁ |
............................................................................................................................
ହୃଷିକେଶ ମହାନ୍ତି
ହଇଦରବାଦ ବିସ୍ବବିଦ୍ୟାଳୟ
3 comments:
ଜୟ ମା...!!
ଜଯ୍ ମା ଜଗଡମ୍ବେ.....ଜାଯ୍ ମା ଡୁଉର୍ଗା..........execellent sir.....
Sir:
I like the poem so much.
I hope your aspiration in calling Maa Durga will become true in one day.
Thanks and regards
Akhil.
Post a Comment