ଅନ୍ବେଷଣ
ଇଏ କେଉଁ ଲୋଡା, ଇଏ କେଉଁ ଖୋଜା
ତାକୁ
ଯାହାର ନାହିଁ ନିଜ ରୂପ ନାହିଁ ବି ଆକାର |
ତେବେବି ମୁଁ ଖୋଜେ ସକାଳେ
ଖରାରେ, ଜହ୍ନର ଶୀତଳ ସ୍ପର୍ଶରେ
ବୁଝିବାକୁ କାହିଁକି ଏମିତି ମୋ
ହସ୍ତାକ୍ଷର.
ଖରାରେ ତରାରେ, ଘୋର ଝଡି
ବରଷାରେ
ଘୁରିବୁଲେ ଅଜଣା ଅନ୍ବେଷଣେ
କସ୍ତୁରୀ ମୃଗର ଧୀଆନେ!
ସମୀର ଗାଏ, ତା ଗୀତ ସାଇଁ ସାଇଁ
ଝାଉଁ ଗହଳି ଭିତରେ କେବେ ଦିଶେ
ତାର ଛାଇ |
ଭୂତ ନାହିଁ, ଭବିଷ୍ୟତ ନାହିଁ ;
ବର୍ତମାନ କାହିଁକି କେଜାଣି ହାତ
ମୁଠାକୁ ଆସେନି
ତେବେବି ମୋ ନଜର ତୁମଠୁ କେବେତ
ଯାଏନି!
ଖୋଜା ମୋର ଅଜଣା ର ଖୋଜା |
ଲୋଡା ଏକ ସୁଚକ ଯେ ଲୋଡା
ଯେ କହିବ ମୋ ଦୀର୍ଘ ପଥର ଖସଡା;
ମୁଁ ସୁଣୁଥିବି ମନେ ମନେ
ନିଜକୁ ସଜାଈ ଏକ ପରୀକ୍ଷିତ ର
ଧିଆନେ |
ପରୀକ୍ଷିତ ମୁଁ ପଚାରେ – ଧରି କଲୁଷ
ମୁଠାରେ
ଚାଲୁଛି ଯେ ଚାଲୁଛି
ଧରି ମୋ ଅସ୍ଥୀ-ମାଂସ ଭାର ;
ସତେକି ରହିଥିବ ତୁମେ ସେମିତି
ଦୂରେ ଦୂରେ
ଆଉ ଅଧୁରା ଅଧୁରା ରହିଯିବି ମୁଁ
ତୁମ ଅନ୍ବେଷଣେ !
ହୃଷିକେଶ ମହାନ୍ତି
୪୧ ଡଏନସ କଲୋନୀ , ହାଇଦରାବାଦ ୫୦୦
୦୧୯ , ଭାରତ
3 comments:
jibana ra ehi barta, ame taku khoju thau jahara nai satta.....sate ki milijiba se ???? mili gale kana manisa ra khoja band heijiba..??.......just a try sir.
Kabita ti bahut bhala lagila.
Expression is very good, but the theme is quite difficult. It goes beyond the height of my philosophical-understanding.
One more thing, is "Adhura" an Odia word? It is in Hindi, that I know - a famous film "Adhe-Adhre". Even if it is Hindi, no harm to use it in our language. But I just wanted to know whether it is also used in Odia. Your usage of this word in this poem is very apt and correct.
Apa
Post a Comment