Friday, July 26, 2013

ପାସୋରି ନପାରିଲେ

ତୁତ କୋଷ ରେ ଶୋଇଛି ମନ, ନିଦ ନାହିଁ  ଘାଲେଇ ଶୋଇଛି;
ଅଡୁଆ ସ୍ମୃତି କୁ ସବୁ ଜାବୁଡି ଧରିଛି |
ରନ୍ଗଫିକା ପ୍ରଜାପତି ଉଡିଉଡି ବୁଲେ ଏବେ ମାରି ମନ ,
ମୁଁ ମୁଣ୍ଡ ନୁଆଁଇ ଚାଲେ  ସିମେଣ୍ଟ ରାସ୍ତାଯେ ଗରମ|
ମନଟା କଡଲେଉଟାଏ
ରାତିସାରା ବିଛଣା ଉପରେ; ଏମିତି କାହିଁକିବା
ହୁଅନ୍ତା ପାସୋରି ପାରିଲେ ?

ସନ୍ୟାସିନୀ ର ସକାଳ,
ବିଂଚା ଗହମ ଦେଖି  ପାରାଂକର ମେଳ;
ସ୍ମୃତିତ ସବୁବେଳେ ମାରିବ'  ଚକର
ବିସ୍ତରି ସେ ଯିବ, ଘେରି ଘୂରି ଖେଳୁଥିବ
ମୋ ମ'ନ ଗହିରେ, ଯେଉଠି ମୁଁ ବସିଥିବି
ତେଲୁଣୀ ପୋକଟିଏ  ପରି, ନିଜକୁ ନିଜରେ ଗୋଡାଇ|
ତୁତକୋଷରେ' 'ମୁଁ'. ଯାଇଛି ଶୋଇ  କେତେ' କାଳ
ସତେ ସେ ଦେଇଛି  ଆଗତୁରା' ପାସୋରି ନପାରିବା'  ମୂଲ |

ସ୍ମୃତି ବେଳେ ଗୋଟେ ଗୋଟେ ଦାଢୁଆ ମୁହଁଥିବା ଜନ୍ଦା;
ଗୋଡାଇ ଗୋଡାଇ ଚୋବାନ୍ତି ଦେଇ ଦ୍ବାହି କଥାରେ କଥାରେ|
କେତେ କେତେ କଥା ମୁଁ ଶୁଣିଛି ସେବୁଁ  କଥା ପ୍ରସଂଗରେ;
ଆଜି ପାସୋରି ନପାରି ଠିଆ କେଉଁ ଏକ ନିର୍ଜନ ମୋଡରେ |
ସ୍ମୃତି ହୁଏ କଲବଲ, ଫୁଲା ଆଖିର କୋଣରେ; ଯେମିତି ମନଟା
ବିକଳ କେହି ନିଜର ଅସିବାର ଥିଲେ | ବିକଳତ ସବୁଦିନେ ସେମିତି,
ଯେମିତି ଅଲ୍ଟର୍ ପେ'ଣ୍ଟ ହୁଏ ଛଟପଟ ଦେଖି ଦରଜୀ କଇଂଚି | କାଟି କୁଟି
ମନ, କେମିତି ରଖନ୍ତି ନିଜକୁ ସାଇତି ?ସାଇତା  ଅଲ୍ଟର୍ ପେ'ଣ୍ଟ କି ମାନେ
କପ୍-ବୋର୍ଡ୍ ଥାକ? ଦେଖି ନାଚେ ବନିସେ ଖବିଶ'; ପାସୋରି ନପାରିଲେ
କେମିତି ସେ ସ୍ମୃତି' କେଜାଣି;  ଆଜି ଲାଗେ ବିଷ !

କିଛି ସ୍ମୃତିଯେ ସେବତୀ, ବାସୁଥାନ୍ତି ଦେଖି ନିରୋଳା ମୁହୂର୍ତ |
ବେଳ ଯେତେ ଗଡିଯାଏ ସ୍ମୃତି ଲାଗେ ସତ ଓ ଅକ୍ଷତ |
ଏ ସବୁ ସ୍ମୃତିଯେ ସୁନାବ୍ୟା,  ନିଛକ ଏମାନେ ଦୂରୁଁ ଦୂର ଝର
ସରସ୍ବତୀ ପରି ଗୁପ୍ତ ନିର୍ଝର | ବୁକୁତଳେ ସ୍ମୃତି ତୁମେ ଉନ୍କିମାର
କେବେ ସମୟ ଫାଂକରେ;
ବସିଥାଓ ଅହଲ୍ୟାଟି'ଏ  ହୋଇ ଗହନ ମନରେ |
ତୁମେ ସ୍ମୃତିଯେ ସେବତୀ - ଆସନ୍ତ ହୋଇଗୋ ଜୀବନ୍ତ;
ମୁଁ ଧରି କହନ୍ତି ଢାଳିଦେଇ ବୁକୁତଳେ ଯେତକ ଉତ୍ତପ୍ତ -
ଅଛିଣ୍ଡା ଆଜି ମୁଁ ଭାଗଶେଷ | ପାସୋରି ନପାରିବା ଦୁଃଖ ସଂଗେ
ସିକ୍ତ ଆଜି ମୋ' ଦୀର୍ଘଶ୍ବାସ |

କିଛି ସ୍ମୃତିଯେ ଅଳଂଧୁ
ଆଉ କିଛି ବନ୍ଧୁ  ସୁନା ବିନ୍ଦୁ ବିନ୍ଦୁ
ଅପସୋରା, ସାଇତା କାଳର ପେଟରେ|
ଥାନ୍ତି ସୁମରଣ ଅପେକ୍ଷାରେ ଉଭାହେବାକୁ
ଉଣ୍ଡି ଦେଶ କାଳ ପାତ୍ର |
ଅପାସୋରାତ  ସବୁ ଏଇ'ମିତି ଅଦ୍ଭୁତ |
ଆସ ଯେତେ ସବୁ ଅପାସୋରା, ହୋଇ
ଗୋଟିଏ  ଗୋଟିଏ  ଜ୍ବଳନ୍ତ ନକ୍ଷତ୍ର |
ଲାଖିଯାଅ ମୋ ବିଛଣା ଉପର ଛାତରେ
ଉଠହେ ଦୋହଲି ଆଜି ଫେନ ପବନରେ
ଯେମିତି ମୁଁ ଝୁଲିଥିଲି ସପନ ରାଇଜେ ରଜଦୋଳି ପରେ |
 ଆଜି  ମୁଁ ଟହଲି, ଗଣିବି ତୁମଂକୁ, ସବୁ ଅପାସୋର ଅପ୍ସରା ମାନଂକୁ
 ଧୀରେ ଧୀରେ ଏଠୁ ଗଲାବେଳେ |
ତୁମେ କଣ  ଯିବ ମୋ' ସଂଗରେ ଟପି ଶତଶତ ଆଲୋକ ବରଷ ?
ଖୋଜି ଖୋଜି ଅଜଣା ରାଇଜ ? ନା' ଯାଅନି; ଯାଇପାରିବନି |
ସେତେବେଳେ ମୁଁ ତ ନଥିବି 'ମୁଁ ' ଟିଏ ହୋଇ !
ତୁମେ ସବୁ ରହିଯିବ, ଆକ୍ଷୀ ବୁଜି ସତେ ଥିବି ମୁଁ ଅନାଇ|
ଆଉ କିଛି ହେଉ ଥିବେ  ଦରାଣ୍ଡି କିଛିମାତ୍ରା ଦିନ ପାଇଁ |
ପାସୋରି ନପାରିଵା ଦୁଃଖ କିନ୍ତୁ ସାଥିରେ ଯାଇଥିବି ନେଇ
ଗଲାପରେ ମୋ ସବୁକୁ, କ୍ରମେ  ମାଟି ଯାଉଥିବା ଖାଇ |
------------------------------------------------------------------------------
From 'Ananya Jamaja' my the first Odia Poetry book
This is a new version of the poem in the book.


Friday, July 19, 2013

ବ୍ୟବଧାନ

ବ୍ୟବଧାନ

------------------------

ବ୍ୟବଧାନ ତୁମ ମୋ ଭିତରେ, ଗହୀର ମନରେ
ବଢି ବଢି ଯାଏ ପ୍ରତିଦିନ ଯେମିତି ବ୍ରହ୍ମାଣ୍ଡ ପ୍ରସରେ |
କିନ୍ତୁ ଡର' ଏ ବ୍ୟବଧାନକୁ, ୟା ପ୍ରସରି ଯିବା'କୁ,
କାଳେ ଛିଡିଯିବ ରଜ୍ଜୁ କେ'ଉଁଠି ଆମ ଅଗୋଚରେ
ହା'ଏ ଟିକେ କହିବାକୁ ଶୁଣିବାକୁ କେହି ନଥିବେ ଯେ ପରେ |


ଚକ୍ରବର୍ତୀ ଏକାକି  କୈଂଚ ସେ ଯାଉଛି ପହଁରି 
ପୁରୁଣା ମନ୍ଦିର ବେଢା କେଉଁ ଏକ  ନିର୍ଜନ କୂଅରେ;
ଦେଖେ ଆଖିରେ ଆଖିଏ ସପନ ଓ  ପୁଣି ଯାଏ ଅକାଶକୁ ମାପି |
ସଂକ୍ରମିତ ସେ, ଯଦିବା କୁହେନା  ନିଜ ପଣିଆ କୁ ଜପି;
ତେବେବି , ଦିନେ ଦିନେ ସଂଜୁଆ  ସଂଜୁଆ  ବେଳେ
କିଆଁ ତା'  ମନ କହେ, --- ଆହାଃ କେତେ ମୁଁ ଏକାକି  !


' କେମିତି ଅଛ ?'- ବୋଲି ଯଦି ତୁମେ ପଚାର
କେବେ କଦଵା ମୋ ମୋବାଇଲ୍ କୁ
ଅବା ଇମେଲ୍ ଟିଏ ଦିଅ  ଦେଖି ପୁର୍ଣୀମା କୁ
ତେବେ' ସତେ' କଣ ଯିବ ବ୍ୟବଧାନ ଜିଣି,
ଔପଚାରିକତା ରେ କଣ ମନ ହୁଏ କିଣି ?


 ଆଦ'ରି ନେବା ପଛେ  ଥିଲେ ପ୍ରଲୋ'ଭନ ତୃଷ୍ଣାର, ଶୋଷର;
ଶୋଷ ମେଣ୍ଟିଗଲେ କୃଷ୍ଣ ଯାଏ  ତା' ବାଟର;
ଗୋପିଏ ଖାଲି  ହୁଅନ୍ତି  ବାଉଳି କହି
କାହିଁ ଗଲ ହେଃ ଦୁରେଇ |
ବ୍ୟବଧାନ ତ ସେ'ମିତି  ରହିଛି
ଶୋଷ ମେଣ୍ଟି ଗଲା  ପରେ  କିଏ କା'ହାକୁ ଚାହୁଁଛି ?

ଗିପ୍ଟ ବକ୍ସ ରେ ବ୍ୟବଧାନ ଥକା ମାରେ'
ଆସକ୍ତି ବିଶ୍ରାମ କରେ, ଉଠି ପୁଣି ଯିବାକୁ ଦୁରେଇ |
ଗୋପିଂକୁ କଷଣ ସିନା, କୃଷ୍ଣ ର ଯାଏ ଆସେ  ନାହିଁ |
କବି ମାନେ ଖାଲି  ଘୋଡ଼ାଇ ପକାନ୍ତି ବ୍ୟବଧାନ ,ଦେଇ
ନିଛକ ପ୍ରେମ ଦ୍ବାହି; ଠେକୁଆ କିନ୍ତୁ ଜୁଳୁ ଜୁଳୁଦେଖେ
କାମନା ର ବୁଦାତଳୁ ମୁଣ୍ଡ କୁ ଉଠାଇ
ଦୂରରେ ଦିଶୁଥିବା ସବୁଜିମା ପାଇଁ |

ବ୍ୟବଧାନ ସରୀସୃପ
ଶୋଇଥାଏ ଦୁଇ ତକିଆ ଫାଂକରେ |
ପେଲିଦିଏ ଦୁଇଂକୁ ଦୁଇ ବିପରିତ ଦିଗେ;
ଉତ୍ତାଳ ତରଂଗ ଉଠେ' ଦୁରେଇ ଦେବାକୁ
ଟାଇଟାନିକ୍ ରୁ ଡିଆଁ ମାରୁଥିବା ଦି' ପ୍ରେମୀଂକୁ|
ଦେଖ ଦେଖ, ସୋଦର ବାନ୍ଧବ ଛିଡା ସେ'ଇ  କୂଳେ  
କିନ୍ତୁ ସର୍ବେ ବ୍ୟସ୍ତ ଖାଲି ବ୍ୟବଧାନ ମାପିବାରେ |


ଚିତ୍ ପହଁରା ଦେଇ ସମୁଦ୍ର ରେ ଭାସୁଥିବା 'ମୁଁ', ଜାଣେ
କିପରି ସାର୍କ ଟାଣେ ଭିତରୁ ଭିତର | ଅମୁହାଁ ରାଇଜ |
ଏକ ମୁଁହା ଚଲା , ଦୂରରୁ ଦୂରକୁ - କୂଳ ରୁ କୂଳକୁ |
ଧ୍ରୁବ ତାରା ଉଁକି ମାରେ ବାଟ କଢାଇ ନେବାକୁ |
ନୀଳ ନୀଳ ଅଥଳ ସେ ଜଳ, ସେ ଜଳେ
ମୁଁ ଭାସେ କେତେ କାଳ | କୂଳ ରୁ  ଶୁଭେ କେବଳ -
'ହାଏ ହାଏ ଭାସିଗଲା ; ବିଧାତା ଲେଖିଥିଲା କାଳ |
ଗଲା ସିଏ; ଏବେ ଚାଲ ଆମେ, ଫେ'ରିବା ନିଜ ନିଜ ଘର; 
ବ୍ୟବଧାନ ଯେ ରହିଗଲା ସେମିତି ତା'ର ଆମର |'
ମୁଁ ଅଥ'ଳ ଦରିଆ ଭିତରୁ  କହେ- 'କି' ବିଚିତ୍ର ସଂସାର |'
----------------------------------------------------------------------

















Tuesday, July 16, 2013

ମୋ କଳଂକ

ମୋ କଳଂକ
----------------------------------------------------
 
ମୋ କଳଂକ ଝୁଲୁଥାଉ ଦୁଆର ଆଗରେ ପାଂଡୁର କଖାରୁ ସଂଗରେ ;
ଝୁଲଣାରେ ଝୁଲୁ କି ଅଗଣାରେ ବୁଲୁ | ମୋ ବର୍ତମାନ ଓ ଭବିଷ୍ୟତରେ
ଲେମ୍ବୁ ଲୁଣ ଦେଇ, କି ମିଡିଆକୁ ଲାଂଚ ଦେଇ ମଜାଦାର କର ତୁମ ପ୍ରଶସ୍ତି ପାଇଁ
ମୋର ସେଥିରେ ଭ୍ରୂକ୍ଷେପ ନାହିଁ, କି କ୍ଷୋଭ ବି ନାହିଁ
ମାନି ନେବାକୁ | ମୋ କଳଂକର ବାସ୍ନା ଭାସିଯାଉ ନିବୁଜ ବେଡ୍ରୁମରୁ ଦୂରକୁ ଦୂରକୁ
ଯେଉଁଠି ସ୍ମୃତିର କାକର ଝରି ଖୋଜୁଥିବା ତା' ପାଦଚିହ୍ନକୁ |
 ମୋ କଳଂକ ଜଳୁଥାଉ ଦାଉଦାଉ ମୋ ଫୋଟୋ ଫ୍ରେମ ରେ,
ସେ କୌସ୍ତୁଭ ମୋ ଦୁନିଆ ଆଗରେ; ଯଦିବା ପଂକିଳ ବିବର୍ଣ,
ଦୁରୁ ଥାଇ ଦେଖିବି ନିରେଖୀ ଆଖିରେ ଲଗାଇ ଅଂଜନ |
ସମୟ ସ୍ରୋତରେ ଭାସୁଥିବା ଫାରୁଆ ଭିତରେ କାଳେଥିବ
ମୋ କଳଂକ ଜନ୍ମ ଛାୟଚିତ୍ର କି ଭିଡିଓ ଫୁଟେଜ;
ଦେଖିଲେ ଜାଣିବି କାହିଁକି ସେ ଏତେ ନିଜର,
କାହିଁକି ସେ ଏତେ ଅସ୍ଥିର !
ଛନଛନ ହୁଏ ମନ ଛୁଇଂବାକୁ ତାକୁ , ଅଣ'ଓସାରିଆ ନିରୋଳା ରାସ୍ତାରେ;
କନକନ ହୁଏ ଛାଡିପଡିବାକୁ ହଠାତ କେହି ଶୁଂଘୁଥିବା ଖବର ପାଇଲେ |
 ବାଦଲଟା ଗୁଡାଏ କଳା ଲେସୀ ଦେଲାରୁ ଜହ୍ନ କାନ୍ଦେ' କିନ୍ତୁ ଝୁରେ |
ପ୍ରେମିକା ଓଠରେ କ'ଣ ସେ ଚିହ୍ନ ଭାବି ପ୍ରେମିକ ତା' ସପନରେ ମରେ |
ନିଷିଦ୍ଧ ବଳୟ ସ୍ପର୍ଶର ଆକ୍ଷେପ ଶୀଳ୍ପୀର ଆଂଗୁଠି ସଂଧିରେ |
ସୌନ୍ଦର୍ଜ୍ୟ ବହିପଡେ କଳାମେଘ ଆଢୁଆଳେ ନରମ ଖରାରେ |
ଥକାମାରେ ହଜାଇ ନିଜକୁ - ମୁଁ ଅଦୃଶ୍ୟ, କଳଂକର ଛାଇତଳେ
ବସିଛି ଭେଟିବାକୁ ଶ୍ମଶ୍ରୁଧାରୀ ଗୈରିକ ବସନେ
ଆଗୁସାର ମାଗିବାକୁ ଶାନ୍ତି ସପନେ ଶୟନେ |
କିଏ ପଠାଇଛି ନା ଆପେ ଆସିଛ? ଆକାଶରୁ ଆପଲ୍ ଟିଏ ଦେଇ,
ବାଟରେ ଦୁବ କଁଅଳିବ କହି ଚଳାଇବ ଯାଦୁର ଆଂଗୁଳି
ଧୋଇବାକୁ କଳଂକ ମୋର? ଛାଡି ଦିଆ ତାକୁ ତା ବାଟରେ |
ସିଏ ମୋ ଭିତରେ ଶୋଇଛି ବହୁତ ଦିନରୁ
ସୁପ୍ତ ସହସ୍ର ଫଣା ତଳେ ସଂକୁଚିତ ଦୁନିଆ ମଝିରେ |
ଉଠାଇବ ଯଦି ଯାଦୁକର କ'ଣ ଦେବ ନିଶୂନ ହାତରୁ?
ସିଏ ଅଛି ଓ ଥିବ ମୋ ସଂଗେ ଆଗରୁ ପଛରୁ |
ପୋଛିଦେବ? ପୋଛିଦେବ ଜହ୍ନରୁ କଳାଦାଗ ତୁମ ଗେରୁଆ ଗାମୁଛାରେ,
ନା ଆସିଛ କଳାଦାଗ ଛଡାଇଵ କହି ନାଲି ଓଠ ଛୁଇଁବା ଲୋଭରେ ? 
କଳଂକରୁ ପେଟେ ପିଇ କ୍ଷଣେ ଜିଇଁଯିଵି,
ରାଜଦାଣ୍ଡେ ନିର୍ଭୟେ ଶୋଇବି |
ଛଟପଟ ମୁଣ୍ଡ୍ ମୋର ଗୋଡାଇଵ କୁକୁର, ଶାଗୁଣା,
ଯୁଝିବାକୁ ଭଲପାଏ ଏକା, ମନେ କିଆଁ ରଖିବି ଭାବନା ?
ଜିଇଁବାର ନଥାଏ ଶୋଚନା କଳଂକ କୁ କୋଡ ରେ ପୁରାଇ;
ବସିଛି ଦେଖାଇ ମୋ କଳଂକ ଶତଶତ ଛାଇ 
ଘର ଦୁଆର ଆଗରେ 
ଚାରିଛକ' ରାସ୍ତାରେ |
ଦାଉ ଦାଉ କଳଂକ ମୋ'ର, 
ମୋ ଆଖି ପତାପରେ |
ମୋ  କଳଂକ  ବାର୍ କୋର୍ଡ ମନେ ରଖିପାର 
ମୋତେ ଡରାଇବାକୁ  ଦେଇ  ଗୁପ୍ ଚୁପ୍  ଇମେଲ୍,
ଅବା ଏସ୍ ଏ ମସ୍  ଦେଇପାର  ଶୁଣେଇ ଗୁଣେଇ |
ଲେଖିପାର ଜାଗାନାମ ଯେଉଁଠି ସମସ୍ତେ  କଳଂକ ଧୁଅନ୍ତି , 
ଇତିହାସ ପୋଛି ପୁଣି  ଧୋବ ଫର ଫର ହୋଇଯାନ୍ତି , 
ଯେମିତି ସନ୍ ସ୍କ୍ରିନ୍ ବିଜ୍ଞାପନ ଦେଖି ସର୍ବେ ତର ତର ହେବାକୁ ସୁନ୍ଦର,
ଭୁଲି ସେ ଚର୍ମ  ତଳେ ତଳେ ସବୁ ଅଛି କେତେଯେ ହୁନ୍ଦର  |
ମୋର ନାହିଁ ଲୋଡା  ହେବାକୁ ବିବର୍ଣ ଭୁଲି ନିଜ କଳଂକିତ ଇତିହାସ
ସେ' ମୋର ଚିର ସାଥୀ, ମୋ କାଂଦ  ପୁଣି ହସ |

ଗଲାବେଳେ କଳଂକର ତାଲିକା ଝୁଲୁଥିବ ମୋ ଗଳାରେ 
ଦେଖୁଥିବି ତାକୁ ବସି ମୋ ଘଡି ସନ୍ଧି ମୁହୂର୍ତରେ |
ତୁମେ ଦେଖି ହସିପାର ମୋ ନିର୍ବୋଧତାରେ, ଭାବି 
କେମିତି ଧରି ମୁଁ ବସିଛି ମୋ ଅମାବାସ୍ୟାକୁ' ଜାବୁଡି;
ଚୁପ୍ ଚୁପ୍ କହିପାର କା' କାନରେ ମୁଁ ପାପୀ ଟିଏ ବୋଲି |
ମୁଁ କିନ୍ତୁ  ଆଖିବୁଜି ଭାସୁଥିବି ଧଳା ବାଦଲ ଉପରେ 
ମନେପକାଇ ମୋ କଳଂକ କେମିତି ଲାଗିଲା ଦେହରେ |
ପ୍ରୋଜେକଟ୍ କରିବି ମୋ କଳଂକ ଶୋଇ ଶିଆଳୀ  ଲଟାରେ;
ଓ ଅପେକ୍ଷାରେ ଥିବି କେବେ ଆସିବ ମୋ ଜରାଶବର
ତା ଶରରେ  ଯିବି,  ନେଇ ମୋ  କଳଂକ ଗୋଟାଇ ଯେମିତି
 ଫେରିଲବେଳକୁ ଆସିବି  ମୋ ନୂଆ ଦେହରେ 
ପୁରୁଣା କଳଂକ ସବୁକୁ  ତିଳଚିହ୍ନ ରେ ସଜାଇ |
-----------------------------------------------------------
 
 
---------------------------------------------------------------------------------------------
the last poem "My Dirts" of the first volume of Odia poems
"Ananya Jamaja" (The Unique Twin).