Friday, June 27, 2014

||| ବିବାହ ର ରୋପ୍ୟ-ଜୟନ୍ତୀ |||

[ sorry for Friends who don't know Odia ]

||| ବିବାହ ର ରୋପ୍ୟ-ଜୟନ୍ତୀ |||
(on the occasion of 25 years of our marriage)

କଥା ହେଲା ମୋ ଚୁପ-ଚାପ ଗୁଣ | ତା ଛଡା ଭାବିଲି ଏମିତି ମୁଁ ଗୋଟେ କିଏ, କି ମୋ କଥା ସମସ୍ତେ ଜାଣିବା ଦରକାର | ତେଣୁ ନୀରବ ରହିଲି | କିନ୍ତୁ ସୋସିଆଲ୍ ନେଟ -ବର୍କିଂଗ୍ ରେ ରହି କିଛିଟା କୁହାଳିଆ ହୋଇଗଲିଣି ବୋଧେ | ରବିନ୍ଦ୍ର ବାବୁ ବି ପ୍ରଶ୍ନ କଲେ ‘ଆଜି କିଛି ସ୍ପେସାଲ କି ?’ | ଆପଣ ମାନେ ବି ଆମ ଦୁଇ ଜଣଂକ ଛବିରେ ଲାଇକ୍ ବର୍ଷା କଲେ | ତେଣୁ କହୁଛି ....

ଗତକାଲି ଆମ ଶୁଦ୍ଧ ଗାହ୍ର୍ୟସ୍ଥ ଜୀବନ ନିରବଛିନ୍ନ ୨୫ ବର୍ଷ ପୁରିଲା | ଶୁଦ୍ଧ ଆଜ୍ଞା, ଅନ୍ତତ ମୋ ପାଇଁ – ହା ହା ହା , ମୋ ସ୍ତ୍ରୀ, ଅଂଜଳି ଫେସ୍-ବୁକ୍ ରେ ନାହିଁ; ତେଣୁ ମୁଁ ଟିକିଏ ଚୁଗୁଲି କରିଦେଲି ; କିଛି ବେଶୀ ଭାବିଯିବେ ନି ତ ... ହାହାହା .

କଥା ହେଲା, ଆମେ କିପରି ପାଳନ କରିବୁ ? ଆପଣ ଜାଣି ଥିବେ – ନଜାଣିଥିଲେ ମୁଁ କହିଦେଉଛି ଯେ ମୁଁ ଟିକିଏ ଗାଉଁଲି ରକମ ର | ତେଣୁ କେକ୍ କଟା-ଛଟା ରେ ଏତେ ମନ ନାହିଁ | ଟିକିଏ ଚୁପ୍-ଚାପ ପ୍ରକୃତି ହୋଇଥିବାରୁ ହୋଇ-ହାଲା କରିବା କୁ ଚାହିଁଲୁନି | ତାହେଲେ ପୁଣି ପାଳନ କେମିତି ହେବ ?

ନୂଆ ପୋଷାକ ଦୁଇ ଜଣଂକର ହେଲା | ବାସ୍ ସେତିକି ? ନା ନା ଆଜ୍ଞା, ଏତିକି ରେ କଣ ହୁଏ | ତେଣୁ ତନିଷ୍କ ଯାଇ ଧର୍ମପନ୍ତିଂକ ପାଇଁ ଗୋଟେ ଛୋଟ ପାରିଲା ପଣ ର ଗହଣା କିଣା ହେଲା | ସ୍ମୃତି ପାଇଁ ତ କିଛି ଖିଅ ଦରକାର – ଆଉ ମୋଗଲ୍ ସମ୍ରାଟ୍ ନା କଣ କିଛି ଗୋଟେ ତାଜମହଲ ଭଳି ଗଢିଦେବି – ମାଷ୍ଟ୍ରଟି ଏ ଆଜ୍ଞା | ସେ ଯା ହେଉ ଶ୍ରୀମତୀ ତ ଖୁସୀ ଆଉ ଯିଏ ଯାହା କହୁ |

ତା ପରେ ? ଟିକିଏ ଭଗବତ୍ କୃପା ପାଇଁ ଦେବ ଦର୍ଶନ ପାଇଁ ବାହାରିଲୁ | କୁଆଡେ ଯିବୁ ? ଆମ କାଳିଆ କୁ ତ ଜ୍ବର| ଖରଦିନିଆ ଜ୍ବର ରେ, ଆଜ୍ଞା ବହୁତ କଷ୍ଟ ପାଉଛି | ଗତ ସପ୍ତାହ ଯାଇ ଦେଖା କରି ଆଶିଥିଲୁ | ଆଉ ତାକୁ ଡକାଡାକି କରି ହଇରାଣ କରିବାକୁ ଇଛିଲୁନି | ଘର ପାଖ ଲିନଗମପଲ୍ଲୀ ରେ ମାତା ମନ୍ଦିର ଗଲୁ | ପୁଣି ଗଲୁ ଚିଲକୁର୍ ବାଲାଜୀ ମନ୍ଦିର |

ମୁଁ ବଂଗାଳପୁରିଆ କରଣ | ଆଉ କିଛି ବଂଗାଳପୁରିଆ କ’ରଣ ଫେସ୍-ବୁକ୍ ରେ ଅଛନ୍ତି , ତେବେ ବି ମୁଁ କହିଦିଏ ଆପଣ ମାନଂକୁ ଚୁପ୍ କରି | ଆମେ ଏକ ପଥେ ଦୁଇ କାମ୍ କରୁ – ଚିଲକୁର୍ ବାଲାଜୀ ଦର୍ଶନ ହେଲା ତା ସହିତ ମାନଶିକ ୧୦୮ ଥର ପ୍ରଦକ୍ଷୀଣ | ରଥ ଦେଖା, କଦଲୀ ବିକା |

ଆଜ୍ଞା ମୁଁ ନୁହେଁ – ମୋ ସ୍ତ୍ରୀ ଗତ ମେ ମାସ ଦେଶ ର ମଂଗଳ ପାଇଁ ମାନସିକ ରଖିଥିଲେ – ସେ ମାନସିକ ରକ୍ଷାକରି ଏ ପ୍ରଦକ୍ଷୀଣ ; ମୁଁ କବଳ ତାଂକ ସହିତ ଯୋଗ ଦେଲି | କେମିତି ନଦିଅନ୍ତି ଯେ | ଆପଣ ମାନେ କେହି ବେଶୀ ବୁଝିବେନି – ମୋତେ ମୋଦୀ ଲୋକ ବୋଲି ଭାବୀ ଦେଲେକି ; ଆଜ୍ଞା ମୁଁ ଚାକିରୀ କରିଛି; ନିର୍ମାୟା ଜନ୍ତୁ ଟିଏ, ରାଜନୀତି କରେନି ଆଜ୍ଞା, କରିବି ବି ନି | ବୋଧେ ବେଶୀ ସତ୍ୟ, କରି ପାରିବି ନାହିଁ | ଛାଡନ୍ତୁ ସେ କଥା |

ଏବେ କହିଦେଲି, ଏମିତି ଆମେ ଆମର ବିବାହ ର (ଲିଭିଂ-ଟୁଗେଦେୟାର ନୁହଁ) ରୋପ୍ୟ-ଜୟନ୍ତୀ ପାଳନ କଲୁ | ଏବଂ ବାର୍ଦ୍ଧ୍ୟକ କୁ ପାଦ ବଢାଇଲୁ !

||| ଜୟ ଜଗନ୍ନାଥ |||

Monday, June 9, 2014

Sunday, June 8, 2014

||| ହେଲା ତ ମଧ୍ୟାହ୍ନ |||

ସେ ଏକ ସୁଦୃଶ୍ୟ  ମାନ ଯାତ୍ରା, ହେଉଥିଲା ଖୋଲା ପଡିଆରେ
ଗାଉଥିଲେ କିଛି ଲୋକ ମିଶି ଜଣାଶୁଣା ଗୀତ ବିଭିନ୍ନ ଢଂଗରେ
ଆଉ କିଛି ଶୁଣୁଥିଲେ ଛିଡା ହୋଇ ସଫେଦ ଅନ୍ଧାରେ କଳା ଚଷମା ଲଗାଇ
ଯେମିତି ଟ୍ରାଫିକ ଲାଲବତୀରେ ଏସି କାର ଆରୋହୀ, କାଂଗାଳ ଛୁଆକୁ
ନଦେଖିଲା ଭଳି |
ବ୍ୟଂଗଭରା ଚାହାଣିରେ କିଏ ସେ କହୁଥିଲା ମୋତେ ତାସ୍ୟଲ୍ୟରେ
ସୂଚାଇ ଦେବାକୁ, ବ୍ରାହ୍ମଣୀ ବଢୁଛି ଆଗରେ
ପାଣି ଅଜାଡି ପଡୁଛି ଉପର ମୁଣ୍ଡରେ |

[ Pomp and show it was, a vastness was stretched ahead
  Some were singling of known songs in different tunes
  Some were listening all these white lies
  Wearing black goggles , as on traffic halt rider ignores
  What it sees behind glass as car's airconditioner hums.
  With bitter sarcasm somebody me taunting
  Showing ahead the river Brahmani swelling
  And on river catchment  water surging !
.
.
.
  Wide, too wide marble spread you need ?
  Running on the sport brought me tired.
  With shaking legs,
  Thinning wishes,
   How far I'm to trade
   Mid-day reached!
 ]

-------

ବିସ୍ତୃତ ମାର୍ବଲ ଲୋଡା ?
ଛିଡା ହୋଇ ହାଲିଆ  ଦୌଡା |
ଗୋଡ ମୋର ଥରଥର
ମନ ହୁଏ କ୍ଷୀଣ,
ବାଟ ଆଉ କେତେ ଅଛି
ହେଲା ତ ମଧ୍ୟାହ୍ନ !

___________________________________________

||| SUPRAVATAM !!! LIFE ENGROSSED |||

@ Kaziranga National Park , Assam

Sunday, June 1, 2014

|||ଢଗଢମାଳି||| Odia Doggerel

-----------------------------------------------------------------
ଢଗଢମାଳି ( Odia Doggerel, Sense in English too) ୦୨/୬/୧୪
-----------------------------------------------------------------

କୁଳୀନ ବଢିଲେ ଖା'ନ୍ତି ଟାଣ, ଶଳା ବଢନ୍ତି ବଢିଲେ ପଠାଣ |
କ୍ଷତ୍ରୀୟ ବଢିଲେ ବଢନ୍ତି ରାଣ୍ଡ', ମୂରୁଖ ବଢିଲେ ବଢନ୍ତି ଭାଣ୍ଡ |
ବୈଶ୍ୟ ବଢିଲେ ବଢ଼ଇ ଲୋଭ, ଚଷା ବଢିଲେ ପିନ୍ଧନ୍ତି ଧୋବ |
ଖଣ୍ଡୈତ ବଢିଲେ ନିଶରେ ତାଇ. ମୁଦା ନହୋଇଲେ ବଢ଼ଇ ଘାଇ |
ବେପାର ବଢିଲେ ବଢ଼ଇ ଖାତା, ମହନ୍ତ ବଢିଲେ ରଖନ୍ତି ମାତା |
ମାହାନ୍ତି ବଢିଲେ ବଢେ କପଟ; ତେଲୀ ବଢିଲେ କିଣନ୍ତି କବାଟ |
ତାଡିଖିଆ ବଢେ ବଢିଲେ ଧୋଵା; ଗୌଡ ଵଢିଲେ ଖାଆନ୍ତି କୋଵା |
ଫସଲ ବଢିଲେ ବଢଇ ତେଂଡା; ଭଣ୍ଡାରୀ ବଢିଲେ ବଢଇ ପିଣ୍ଡା |
 -----
କେଉଟ ବଢିଲେ ବଢ଼ଇ ଜାଲ, ଧନ ବଢିଲେ ଯେ ବଢ଼ଇ ଗାଲ |
ବୈଦ ବଢନ୍ତି  ବଢିଲେ ରୋଗ. ମହିମା ବଢିଲେ ବଢ଼ଇ ଭୋଗ |
କୁଟୁଣୀ ବଢିଲେ ବଢେ ଭୂଷଣ , ପାଷାଣ୍ଡ ବଢିଲେ ବଢେ ଦୂଷଣ |
ପୋଇଲୀ ବଢିଲେ ବଢଇ ସୁନ୍ଥା,ହଗା ବଢିଲେ ବଢଇ କୁନ୍ଥା |
ଗଚ୍ଛ ବଢିଲେ ବଢଇ ଛାଇ, ନାଟୁଆ ବଢିଲେ ବଢଇ ଛଇ |
-----
ମୁଣ୍ଡ ବଢିଲେ ବଢଇ ପାଗ, ସାଆନ୍ତ ବଢିଲେ ବଢଇ ରାଗ |
ଅନ୍ଧାର ବଢିଲେ ବଢଇ ଭୟ, ଯୋଗୀ ବଢିଲେ ବଢଇ ଲୟ |
ନଈ ବଢିଲେ ବଢଇ ବାଲି, ଅକର୍ମା ବଢିଲେ ବଢଇ ପାଲି |
ଗଡ ବଢିଲେ ବଢଇ ଗଳି', କଚେରୀ ବଢିଲେ ବଢଇ କଳି |
ଯାତରା ବଢିଲେ ବଢେ ଗହଳି , ଦନାଈ ବଢିଲେ ବଢେ ପହଳି |
--------------------Eng.------------------------------
Success the fisherman bigger the net, Reaches on growth brings fat
More the Doctors more the diseases, Aura brings more the offerings
Showy leads with ornaments, Stupids brings more quarrels
Kept grown big wants a share, Diarrhea wants your care
Tree grows and so the shade, Vega-bond brings more mockery 
----------------------
Grown in status so is the cap, Boss goes to rage as he takes shape
Fear in tons when it darkens, Yogi gets third eye for more meditates
Raging river collects tons of sands, Lazy turns more to dices
Lane gets thicker so the shrills gets louder, Courts bring fights so nearer
Carnivals are for swelling crowds, Smarter please Daniel scouts

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English too)୨୪ /୭ /୧୪
-----------------------------------------------------------------
କୁହାଯାଉଥାଇ ସିନା 
ତୁହାଇ ତୁହାଇ ପୁଟ ଦେଲେ କାହିଁ 
ଲୁହା କି ହୋଇବ ସୁନା |
--------------------Eng.------------------------------
Making of gold with colour golden
Gold doesn't come out of iron.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English too) ୬/୬/୧୪
-----------------------------------------------------------------
 କେଉତକୁ ଯେବେ ଧରେ ଶରଦ, ଦରଜୀ ଟିପ ହୋଇଲେ ଦରଜ 
ବଣିଆର ଯେବେ ଆଖି ଧରଇ, ଗୁଡିଆ ହାତରେ ଛଉ  ଫୁଟଇ 
ଧୋବଣୀ ଗୋଡରେ ହୋଇଲେ କନ୍ଦା, ବୋଲେ ଦନାଈ ବୁଡେ ଏଂକ ଧନ୍ଦା |
--------------------Eng.------------------------------
Fisherman on catching cold, Tailor's fingertips when go bad
Goldsmith on eye infection. sweet-maker getting rabid skin
Washer-woman feet with sore  then Daniel wonders what to do?
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English too) '14
-----------------------------------------------------------------
କେମ୍ପା କରଣ ଆଉ ଛୋଟା ଘୋଡା 
ଖନା ଅବଧାନ ଚାକର ତେଢା 
ଅଣ୍ଟାଧରାରେ ଯେଉଁ ପାଣି କଢା 
ବୋଲେ ଦନାଇ ଏ କରମ ଛଡା
--------------------Eng.------------------------------
Writer with hand bent and limping horse
Speaker stammering and odds at service providing
 And lifting a water full bucket with waist with ctach
What a bad luck for the self, Daniel laments
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English) 23Sept14
-----------------------------------------------------------------
କେଳାଂକ ବାକ୍ୟେଯେ କରେ ବିଶ୍ବାସ 
ଦଣ୍ଡ ବଇଠକେ ଛାଡେ ନିଃଶ୍ବାସ 
ନୀତି ମୂଲିଆକୁ ଧରଇ  ଶ୍ବାସ 
ବୋଝେଇ ଶଗଡ ଝୁରା ଉଶ୍ବାସ 
ବୋଲେ ଦନାଇ ଏ ନୁହେଁ ଆଶ୍ବାସ
--------------------Eng.------------------------------
Believing the words of a  nomadic
Exhaling while exercising
Daily wage labourer with asthma
Loaded cart wanting to move fast
Daniel tells, these are not good wishes !
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too)24Sept14
-----------------------------------------------------------------
କ୍ଷେତକୁ କପା ସୁନ୍ଦର, ଘରକୁ ଅପା ସୁନ୍ଦର
ଭକ୍ତକୁ ଛାପା ସୁନ୍ଦର, କାନ୍ଥକୁ ଲିପା ସୁନ୍ଦର
ବୁଢାଂକୁ ଜପା ସୁନ୍ଦର, ଦନାକୁ ଗପା ସୁନ୍ଦର|
--------------------Eng.------------------------------
Beauty lies Sister to a home and Cotton in field
And Hari-Om apron for a Bol-Hari  ardent
Mud wall finishing with cow-dung coat
Chanting of Mantra at old age
Stories bring out Daniel from cage.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English) 25Sept14
-----------------------------------------------------------------
କ୍ରୋଧୀ ଲୋକ ବାରେ କି ଆପଣା ପର, ଯବନ ବାରଇ କି ଘର ଅଘର
ଶୋଷିଲା ବାରଇ କି ଅଛୁଆଁ ପାଣି, ଘଇତା ବାରଇ କି ଫଟା କାଲୁଣୀ
ଭୋକିଲା ବାରଇ କି ଶୁଖିଲା ଭାତ. ଦନାଈ ବାରଇ କି ମୁର୍ଖ ପଣ୍ଡିତ !
--------------------Eng.------------------------------
One in rage looses itself, Outsider inside senses
Thirsty water quality forgets, so also husband at wife's deaf
Cold rice hungry no laments, Daniel at value always hovers 
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 26/9/14
-----------------------------------------------------------------
କୋମଳ ହୋଇଯେ ମୂଳା ବାର୍ତାକି, କନ୍ଦଳ ସମୟେ ଭାଇ କତିକି
ଭୀତିରେ ଯେ ଦମ୍ଭ କରେ ଛାତିକି, ନବ ବନିତା ହେଲେ କୌତୁକୀ
ବୋଲେ ଦନାଈ ଏ  କଥା ବହକି |
--------------------Eng.------------------------------
Radish soft as brinjal, brother near while in a fight
Holding fort in trouble, beauty being fun-able
Are the chosen as Daniel liken
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ; ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 27/9/14
-----------------------------------------------------------------
ଖଇର ନ ଥାଇ ପାନ, ହାକିମି ନ ଥାଇ ତାନ
ସିନିଅ ନଥାଇ ରାଣ, ପାଣି ନ ଥାଇଣ ଧାନ
ଭୂଷଣ ନଥାଇ କାନ, ବୋଲେ ଦନା ହୀନିମାନ|
--------------------Eng.------------------------------
Paan with no SaaN, no control in GaaN
Owning with no love, paddy field with no water
Lover ear when lay bare. Daniel at pity with no care.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 28/9/14
-----------------------------------------------------------------
ଖଂଜା ଭିତରେ ସାପ, କରଜ ବୁଡା ବାପ
ରକ୍ତ ମିଶା ଛାପ, ବରଗିଂକର ଧାପ
ପରଦାରା ଯେ ପାପ, ବୋଲେ ଦନା ଆରେ ବାପ |
--------------------Eng.------------------------------
Spit with blood, debt ridden dad
A snake off cage, plunderer's rage
Unsolicited acquaintances, shun Daniel tells
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 29/9/14
-----------------------------------------------------------------
ଖଟା ଖାଇଲେ ଗଡଇ ନାଡା , ମିଠା ଖିଆଯେ ବେମାରୀ ବଢା
ପିତା ଖାଇଲେ ଶୁଖଇ ବୀଜ, ରାଗ ଖାଇଲେ ମଉଳେ ତେଜ
ଲୁଣ ଖାଇଲେ ଉଠଇ ଶୋଷା, ଛାତି ଧରଇ ଖାଇଲେ କଷା |
--------------------Eng.------------------------------
Sours make intestine rumble, Sweets make health to fumble
Bitters make body germ less, Peeper sucks face glamours
Salt increases thirsts in throat,  Acidic makes chest to bloat.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 30/9/14
-----------------------------------------------------------------
ଖଣ୍ଡାଇତ ଯେବେ ହୁଏ ନିର୍ଦ୍ଦୟ, ରାଜା ଯେବେ ନ ଦିଅଇ ଅଭୟ
ଯୋଗୀ ହୋଇ ଯାର ନଥାଏ ଲୟ, ବୃଥା ବିବାଦେ ଧନ ହେଲେ କ୍ଷୟ
ଦାରୀ ଦାସୀ ରେ ବିତ୍ତ ହେଲେ ବ୍ୟୟ, ବୃଦ୍ଧ ବୟସେ ନ ମିଳେ ଆଶ୍ରୟ
ନୂପୁର ବଜା ଯେବେ ହୁଏ ହୟ, ବୋଲେ ଦନେଇ ଏ ବଡ ଅଥୟ |
--------------------Eng.------------------------------
Merciless warrior, King not giving succor
Yogi loosing concentration, Loosing wealth in no-use duel
Spending money without ethos, Old who helpless
Anklet jingles make whom wild, Daniel finds them drowned
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 1/10/14
-----------------------------------------------------------------
ଖରାଦିନରେ ଦିନ ବଡ, ଶୀତ ଦିନରେ ରାତି ;
ପରକୁ ପୀଡା ଦେବା ଲୋକ ବହୁତ ଦିନ ବନ୍ଚନ୍ତି |
--------------------Eng.------------------------------
Day in Summer long, Night in winter long
Daniel tells , For a cruel ,days the  life gains
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ;ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 01/10/14
-----------------------------------------------------------------
ଖରା ଡରୁଆ ଘର ନୁଆଣିଆ, ମାଗିବାକୁ ଆସେ ଯେଉଁ କୁଣିଆ
ସାବତ ଦିଅର ଖଣ୍ଡିଗଣିଆ, ସାହୁପୁଅ ଯେବେ ହୁଏ ମାଣିଆ (ଏକବାଗିଆ)
ମିଛ କହି ଠକେ ଯେଉଁ ଗୁଣିଆ, ପୋକ ବିନ୍ଧା ଯେ ଘୁଷୁରୀ ମାଣିଆ (ଏକ ପ୍ରକାର ମିଠା ଆଖୁ )
ବୋଲେ ଦନାଈ ଏ ଅକାରଣିଆ |
--------------------Eng.------------------------------
Hiding Sun, low roof house
And Guest for alms, Step Brother-in-law 
And half trained magician, More when 
Lender turning hard and blunt
Sugar cane stick with worm bite
Daniel tells, what for all these ?
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
----------------------------------------------------------------
ଢଗଢମାଳି ( Odia Doggerel, Sense in English too) 4/10/14
-----------------------------------------------------------------
କୁୂଅ ପାଣି ଯେବେ ହୁଏ ଲୁଣିଆ, ମଝି ପୋଲ ଯେବେ ହୁଏ ଟିଣିିଆ
ମେଘ ବରଷିଲେ ଏକପାଣିଆ, ବଡିବସା ବିରି ନୁହେଁ ଫେଣିଆ
ଭଜାମୁଗଜାଇ ହେଲେ କଣିଆ, ବୋଲେ ଦନାଈ ଏ ଅକାରଣିଆ |
--------------------Eng.------------------------------
Hard water well, bridge hole in middle
Seasonal rain cornered in days, wadi of no foam grams
Broken green gram fries, of no use Daniel tells .
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------

ଢଗଢମାଳି ( Odia Doggerel, Sense in English too) 05/10/14
-----------------------------------------------------------------
ଖରୁଡି ପାଗରେ ଯେ ବୁଣେ ଧାନ, ସ୍ନେହୀ ଲୋକଠାରେ ଯେ କରେ ମାନ
ଲକ୍ଷ ରୋଜଗାରୀ ଚଢିଲେ ଯାନ, ଦାଣ୍ଡ ଅଢଂଗେ ବସି ଖାଏ ପାନ
କୁଣ୍ଡଳ ପିନ୍ଧି ଯେ ହଲାଏ କାନ, ବରଠାରୁ କନ୍ୟା ଦଶନ୍ଧି ସାନ
ବ୍ରାହ୍ମଣ ଯେବେ ହୁଏ ସତ୍ୟବାନ, ଅରଜନ କରି ଯେ ଦିଏ ଦାନ
ବୋଲେ ଦନେଇ ବଢେ ସନମାନ |
--------------------Eng.------------------------------
One sowing paddy in dry days, returns to an affectionate guy
Rich when rides land-rovers, one who shows courage in distress
Bit of richness at exhibition, marrying not a girl elder
Brahmin who holds to truth and one earns and also donates
Daniel tells, these people are to great without any guess !
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ, ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

ଢଗଢମାଳି ( Odia Doggerel, Sense in English too) 06/10/14
-----------------------------------------------------------------
ଖାଇବ ସହଳ ଶୋଇବ ଆଗ
ଉଠିବ ଚଂଚଳ ଚାଲିବ ବେଗ
ଦନେଇ ବୋଲି ଜିତିବ ବାଘ |
--------------------Eng.------------------------------
Eat early in evening and proceed soon to bed
At dawn leave your bed and have brisk walk
Then you can win with tigers as Daniel tells.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too) 07/10/14
-----------------------------------------------------------------
ଖାଇ ଶୋଇଲେ ବଢ଼ଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ
ଖାଇ ବସିଲେ ବଢଇ ପେଟ, ଖାଇ ଖାଇଲେ ଯମର ଭେଟ |
--------------------Eng.------------------------------
Sleeping after food makes days to add
But long walking after, make it never
Idling and eating brings up the tummy
While over eating draws curtain for Swamy.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ;ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 8/10/14
-----------------------------------------------------------------
ଖାଇଲା ବ୍ରାହ୍ମଣ, ତିନ୍ତିଲା ମୂଷା
କାର୍ତ୍ତିକା ଗଉଡ, ଭୋଦୁଆ ଚଷା
ବୋଲେ ଦନେଇ କେ ଦେଖେ ଦୁର୍ଦ୍ଦଶା |
--------------------Eng.------------------------------
Food loving Brahmin and a drenched rat,
A milkman in  fall needs no mat
A farmer in the month of September
Daniel says all of them really suffer.
--------------------------------------------------------- 
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ, ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 09/10/14
-----------------------------------------------------------------
ଖାଇବ ଦକ୍ଷିଣେ ଶୋଇବ ବାଆଁ
ଭାତ ଝଡିଯିବ ଆପଣା ଛାଆଁ |
--------------------Eng.------------------------------
Face south while eating
Sleep on left while sleeping
Then digest all your eating.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too) 10/10/14
-----------------------------------------------------------------
ଖାପ ନଥାଇ ଖଣ୍ଡା, ପୁର ନଥାଇ ମଣ୍ଡା
ବଳ ନଥାଇ ଭେଣ୍ଡା, ଟଳଟଳିଆ ତେଣ୍ଡା
ନିରିଵାଳୁଆ ମେଣ୍ଡା, ଅଗାଡିଆ ଧାନ କେଣ୍ଡା
ଗୁଣ ଛେଦରା କଣ୍ଡା (ତନ୍ତ ର) , ମଝିିି ଚଡକା ଦଣ୍ଡା  (ଶଗଡ ର) 
ବ୍ରାହ୍ମଣ ପୁଆ ନଣ୍ଡା, କହେ ଦନାଇ ଏ ତଣ୍ଡା
--------------------Eng.------------------------------
Sword without shield, Rice-ball cake not in-filled
Youth without muscle, Wobbly one for tussle
Ship without hair, Paddy grown no-care
Snapped string in loom, Axle has a boom
Brahmin son bald, Daniel sees there, no gold.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ;ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too)11/10/14
-----------------------------------------------------------------
ଖାଇ ପିଇ ଦରମା ନାହିଁ, ସେ ଯେଉଁ ନିଲଠା ଚାକେରା
ଗୁଡ ଭାଗକୁ ଟଂକା  ବହକା, ସେ ଯେଉଁ ଦକ୍ଷିଣୀ କାକେରା
କଡାର ପକାଇ ଝଅଟ କାଢେ, ସେ ଯେଉଁ ମାଖେରୀ କାକେରା
ତେଲ ନଥାଇ ସାତ ସୁନ୍ଥାଣୀ ସେ ଯେଉଁ ଥୋବର ଛାକେରା
ସବୁ ବେଳେ ପର ଅନୁସରଣ, ଦନାଇ ବୋଲାଇ ନାକେରା |
--------------------Eng.------------------------------
Employment for no wage, Servant humiliated in cage
Molasses of high cost, Sweet cake at south post
Fries made in hurry, Sweet cake made in furry
Hair plaits not well kept, Shameless as youth turns
Blindly who follows others, all these no use Daniel tells.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ;ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 13/10/14
-----------------------------------------------------------------
ଖାରିଆ କଖାରୁ ଗାରିଆ ପୋଥି . ଦାରିଆ ବ୍ରାହ୍ମଣ ମାରୁଆ ପଥି
କାରୁଆ ପୂଜାରୀ ଭାରୁଆ ଖଂଜ, ପୁରିଆ କରିଆ ଚୋରିଆ ଖଂଜ
ଛେରୁଆ ଛାଟିଆ ବର୍ଷୁଆ ସଂଯ , ବୋଲେ ଦନାଇ ବଡ ଦହଗଂଜ |
--------------------Eng.------------------------------
Numkin pumpkin, scratched palm-leaf,womanizer priest and abusive diet
Quarrelsome cook, lame lifter, bitter fillings and hideous helps
Nervous assistant and rainy evening, tells Daniel are not of a King.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ.ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 14/10/14
-----------------------------------------------------------------
ଖାଲରେ ନଳିତା, ଢିପରେ ଲଂକା ; ବାଉଁଶ ବାଡି ମୁଠା ଥିଲେ ବନ୍କା
ବାଟ ଚାଲିକୁ ପେଟ ଥିଲେ ଖଂକା ; ଖରଚ ପାଇଁ ହାତେ ଥିଲେ ଟଂକା
ଡାଲି ଘୋରିବାକୁ ଷଡେଇ ଡଂକା, ବୋଲେ ଦନଈ ଏ ନଥାଇ ଶଂକା
--------------------Eng.------------------------------
Grow jhute in shallows but pepper on highs
Walking stick with a handle, light body for a run
Warm pockets for festivals, grinders for making pastes
Daniel tells, not having these adds only to worries.
 ---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ; ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 20/10/14
-----------------------------------------------------------------
ଖୁଂଟି ଉଠାହୋଇ ଯେଉଁ ଖିଅର, ଖଣ୍ଡିଗଣିଆ ଯେବଣ ଦିଅର
ପାଣି ନଳା ନାହିଁ ଯେଉଁ ଦୁଆର, କାନ୍ଥ ନଥାଇଣ ଯେଉଁ ଗୁହାଳ
ବୋଲେ ଦନାଇ ଏସବୁ ଖୁଆଳ (ମନ୍ଦ) |
--------------------Eng.------------------------------
Face shaved uneven, brother-in-law week-kneed
House no backwater drains, cowshed with no walls
Daniel laments, all these are for no good causes.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too) 21/10/14
-----------------------------------------------------------------
ଖୋସାମତିଆ ହୁଏ ଯେବେ ସାଂଗ, ଦୁଦୁରା ମଂଜି ମିଶା ହେଲେ ଭାଂଗ
କିଣା ଚାକର କାଢେ ଯେବେ ଆଂଗ, ବିଧବା ମୁଣ୍ଡରେ କାଟିଲେ ମାଂଗ
ଦନାଈ କହେ, ଏହିସବୁ କଥା ଭଲକୁ ନୁହେଁ ! 
--------------------Eng.------------------------------
Flatterer as a friend  poisonous intoxicator
Procrastinator a service provider
Virtue less but  with stylish hair   
Daniel tells all those are not called for.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)  January 2014
-----------------------------------------------------------------
ଗଂଗା ମାତା, ହିରଣ୍ୟ ବାପ, କଂସ ମାମୁଁ, କର୍ଣ ଭାଇ
ଏମାନଂକର ଦୟାମାୟା ନାହିଁ !
--------------------Eng.------------------------------
Ganga as a mother, Hranya as father
Kansha as an uncle and Karna the brother
Daniel tells leave those to get some other.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ; ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 24/10/14
-----------------------------------------------------------------
ଗଂଗାଦି  ନାନା ତୀର୍ଥ ନିକଟେ ଥାଇଣ ଚାତକ
ଜଳଦ ଜଳ ଟୋପେକୁ ଆଶ୍ରାକରି ଅବିରତେ ତୃଷୀକ |
--------------------Eng.------------------------------
Near the Ganges still looking up
Thirsty I'm, but cloud floats atop.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ; ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too) 25/10/14
-----------------------------------------------------------------
ଗଜପତିଂକ ଖଟଣୀ ବିଡିଅା ,କି ଗୁଣ କହିବି ବଡବଡିଆ
ପାଚିଲା ପାନକୁ ଚାନ୍ଦିଆ  ଗୁଆ. ଛଣା ମୋତି ଚୂନ କପୂର ଦିଆ
କେତକୀ ଖଇର କସ୍ତୁରୀ ବଟୀ, ମହକରେ ପୁର ଯାଉଛି ଫାଟି
ଲୋଭ ବାଜପେୟୀ ଖଣ୍ଡେ ଖାଇଲା. ଚାରିଦିନ କାଳ ଘରେ ଶୋଇଲା |
--------------------Eng.------------------------------
The betel of Gajapati, what can be said of
White areca nut on  full-grwn betel leaf
Moti lime pasted blistered with camphor
And with kia (screw-pine) and kasturi scent
Fills the house with untold fragrance
Greedy Bajpayee took one (betel)
Four days slept keeping room closed.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ; ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too)  January 2014
-----------------------------------------------------------------
ଗଂଜେଇ ଟଣାକୁ କିଆ କାହାଳୀ, କାଲ ଖନା ଓଝା ଯେଉଁ ଚାହାଳୀ
ନାତୁଆ ଗାଈକୁ ଯେଉଁ ଦୁହାଁଳୀ, ଶୀତ ରାତି ରେ ପଖାଳ ଖିଆଳି
ବିଦା ବଛା ନାହଁ ଯେହୁ ବିଆଳି, ମାନ୍ୟ ନାରିଂକୁ ଯେ ଦିଏ ଗାଳି
ହଳ ହଡା ନାହିଁ ଯେ ଭାଗୁଆଳି, ଓଦା କାଠରେ ଚୁଲୀ ଲାଗୁଆଳି
ବୋଲେ ଦନାଈ ସବୁ ଭାନ୍ଗୁଆଳୀ |
--------------------Eng.------------------------------
Intoxicated one with a play-pipe,  teacher being dull in teaching
Milking a hesitant cow , soaked rice for night cold winter
Corn field with wild grass, who chides an honourable lady
Farmer with no ploughs and cook with wet woods to fire
Are, Daniel tells, blame their lucks, whom else they can ?
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)  5th Nov. 14
-----------------------------------------------------------------
ଗଡ ହୋଇ ପାଖେ ନଥାଏ ବଣ, ଘର ଗୃହସ୍ଥ ର ନଥାଏ ପଣ
ଟଂକା ହୋଇ ଯେବେ ନଥାଏ ଝଣ, ପୋଇଲୀର ଯେବେ ନଥାଏ ଠଣ
ଦାମୁଡି ବଳଦ ନୋହୋଇଲେ ମଣ, କହେ ଦନେଇ ଏସବୁ ନଗଣ
--------------------Eng.------------------------------
Fortress unguarded, not decisive the family head
Money that is black, the lady of house not graceful
The bullock untamed are of no use, listen as Daniel tells.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ, ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ
---------------------------------------------------------
ଢଗଢମାଳି ( Odia Doggerel, Sense in English too)  January 2014
-----------------------------------------------------------------
ଗର୍ଭପାତ ଯେ କରେ ବା କରାଏ, ପର ପାଚିଲା କ୍ଷେତକୁ ଚରାଏ
ଅନୁଢା କନ୍ୟାକୁ ଯେ କରେ ରତି, ବଳାକ୍ତାରେ ହରେ ପର ଯୁବତୀ
ରେତ ଢୋକଇ ଯେଉଁ ପାପୀ ନର, ଲୁଚି କରି ଦେଖେ ରତି ପରର
ଅଜରା ବିଶାଣ୍ୟ ଯେ ବୈଦ୍ୟ ଦିଏ, ବ୍ରାହ୍ମଣ ଯେବେ ବେଶ୍ୟାା ଘରେ ଖାଏ
ପଶୁ ହରଣ କରେ ଯେ ପାମର. ଗୁରୁପତ୍ନିଂକୁ ହରେ ଯେଉଁ ନର
ଗୁପ୍ତ ପାପକରି ଶାସ୍ତ୍ର ବଖାଣେ, ପରପୋଥୀ ଯେ ଚୋରି କରି ଆଣେ
ଦନାଇ ପୁକାରି ଦାଣ୍ଡରେ କହେ, ସେ ଲୋକ ଅଧା ବୟସେ ମରେ |
--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too) 9/4/15
-----------------------------------------------------------------
ଗର୍ଭଧାରିଣୀ ଆଉ କ୍ଷୀର ଦିଆ. ଗୁରୁପତ୍ନୀ ଆଉ ସାବତ ମାଆ
ମାଇଁ, ବ୍ରାହ୍ମଣୀ, ଧାଈ ଆଉ ଗାଇ, ଶାସ୍ତ୍ରେ ଏମାନଂକୁ ଜନନୀ କହି |
--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)
-----------------------------------------------------------------
ଗ୍ରହଣ ପରାଗ କନ୍ୟା ଦାନରେ, ବ୍ରାହ୍ମଣ ଭୋଜନ ସତ୍ୟ କାଳରେ
ଏକାଦଶୀ ବା ହୋମ ସମୟରେ, ଦୀକ୍ଷା ଗ୍ରହଣ ଶିବ ଦର୍ଶନ ରେ
ଯାହାର ପେଟରେ ଅନ୍ନ ରହଇ, ବୋଲେ ଦନାଈ ନରକ ଯାଇ !
--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)୧୦/୪/୧୫
-----------------------------------------------------------------
ଗହଣ ଚାକର ହେଲେ ଗାଲୁଆ, ବସନ୍ତ ମୁଣ୍ଡି ହୋଇଲେ ଖାଲୁଆ
ଭାତ ତିଅଣ ହୋଇଲେ କାଲୁଆ, ପାଣିକୁ ଯେବେ ଡରଇ ଜାଲୁଆ
ମହାଜନ  ପୁଅ ହେଲେ ଜାଲିଆ. ଶାରଦ ବିଲ ହୋଇଲେ ଡାଳୁଆ
ଯୁବତୀ ନାରୀ ବସନ ଝାଳୁଆ, ମଣିଷ ପିତ୍ତ ଖାଇଲେ ବିଲୁଆ
ରୋଷ ନଳା ହେଲେ ସାଲୁବାଲୁଆ, ଦନାଇ ମୁଁହ ବାଲୁବାଲୁଆ |
--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too) ୧୧/୪/୧୫ 
-----------------------------------------------------------------
ଗାଁଆ ପଧାନ, ରୋଗୀ, ବୃଦ୍ଧ ଗାଈ
ବାଳୁତ ପିଲା ଦାଇ ଭାଇ ବାଇ
ଗହର୍ ଧନ୍ଦାରେ ବ୍ୟସ୍ତ ନାରୀ
ଋଣଦାତା ପୂରୋହିତ ଭିକାରୀ
ରାଜା ଗୁରୁଜନ କର୍ମୀ ବ୍ରାହ୍ମଣ
ନିଶାଖିଆ ଯେଉଁ ଅଧର୍ମୀ ଜନ
ଜମିଭାଗ ଧରିଥିବା ଚଷା
ବୋଲେ ଦନାଈ ନୋହିବଟି ରୋଷା
--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)  January 2014
-----------------------------------------------------------------

--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)  January 2014
-----------------------------------------------------------------

--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Odia Doggerel, Sense in English too)  January 2014
-----------------------------------------------------------------

--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------

||| BANAJ' DEVI: KABITA SAMAGRA |||

Reading this collection of Odia poems. Those not read yet and lover of poems, I urge them to catch hold of this book published by Duduli Prakashani, Bhubaneshwar, 2010 Rs.300/-. Banaj' Devi is an illustrious and one of the most decorated litterateur in Odia literature with her accomplished books including 7 short story books, 5 anthology of poems, 2 translations, 7 novels, 4 novel-lets and 2 biography. My best regards to her - an accomplished person !