Saturday, May 18, 2013

The Back

Painting by my Daughter

Photo: In Vacation from my Daughter's Studio

Flames

Painting by my daughter Anwesha

Photo: Another Painting from my daughter's Studio ..........  Thanks in advance for your comments and thoughts ...

Tuesday, May 14, 2013

ଅନନ୍ୟ ଯମଜ

ମୋ ସହିତ ତୁ ବି ସେଦିନ ଜନ୍ମ ନେଇଥିଲୁ |
ମୁଁ ଥିଲି ଆଲୋକ ପଟେ
ଆଉ ତୁ ଠିଆ ହୋଇଥିଲୁ ମୋ ଛାଇ ଅନ୍ଧାର ରେ
ମୋତେ ଡରାଇବାକୁ
କନ୍ଦାଇବାକୁ |

..........

ଏବେ ମୁଁ ମୋ କାମରେ ଲୋକ ଗହଳିରେ ଥିଲାବେଳେ
ତୁ ମୋତେ  ଅପେକ୍ଷା କରିଥାଉ ଘରେ.
ସୋଫା ଉପରେ;
କେତେବେଳେ
ସଫୋଲା କି ସୋରିଷ ତେଲ ଶିଶି ମଝିରେ ,
ଡାଲୀ ଚାଉଳ ଡବା ସନ୍ଧିରେ
ମୋ ପୁରଣା ମାରୁତି କାର୍ ର ଡିକି ଭିତରେ |

---------

 ତେଲ ଜର ଜର କରି,
କପାଳରେ କଳା ଟିପା ଟିଏ ଦେଇ
ଛାଂଚୁଣୀ  ଛିଂଡ଼ାଇ ଖଣ୍ଡେ
ଶେଯ ପାଖେ ରଖି
ବୋଉ ଯେତେବେଳେ ଚାଉଳ ଧୋଇବାକୁ ଯାଉଥିଲା
ଓ ଗଢିଆରେ ପିତାଗମା ଶାଗ ଲୋଭେ
ଫେରିବାକୁ ଡେରି କରୁଥିଲା , ସେତେବେଳ
ତୁ ପାଦ ଚିପି ଚିପି ଆସି
ମୋ ଶେଯ ପାଶେ  ବସି
ତୋ ଡାମରା ଡାମରା ଆଖି ପତା ଲେଉଟାଇ
ବଡ ବଡ ଦାନ୍ତକୁ  ନିକୁଟି
ଯେବେ ମୋତେ ହନ୍ତ ସନ୍ତ କରୁଥିଲୁ,
ମୋ କାନ୍ଦ ଶୁଣି  ସାଆନ୍ତ ଦୌଡି ଆସିଲେ
ତୁ ଛୁ ମାରୁଥିଲୁ |
...
ମୋ ସାଂଗରେ ଜନ୍ମ ହୋଇ
ତୋର କିପରି ଏତେ ବଡ ବଡ ଦାନ୍ତ ହେଲା ?
ସେ ରହସ୍ୟ
ଏବେ ବି ମୁଁ ଭେଦୀ ପାରିନି ,
ପଚାରିଲାରୁ
ତୁ ଦାନ୍ତ କଡମଡ କରୁ ସିନା
କିଛି ତ କହୁନି!

----------------------------

ମୋ ସାଆନ୍ତ ତ  ପୁରୁଣା ଲୋକ,
ତାନ୍କୁ ଅଛପା ନଥିଲା ତୋ ଭେକ |
ତୋତେ ଭଗାଏଦେବାକୁ
ସେ କଲେ ସତ୍ୟନାରାୟଣ ବ୍ରତ |
ତେବେ ତୁ ହଟିଯାଇ ଅନ୍ଧାରେ ବସି ଉନ୍ଡୁଥିଲୁ
ମୋତେ ଧରିବାକୁ;  ଯେବେ ଫେରେ 
ପୁଜା ପରେ
ଚେମିଣି ବାରିକ, ବୁଦ୍ଧିଆ ମା ଓ ବଇଁଶୀ ପିଉସାଘରେ
ଭୋଗ ଦେଇ ଫେରିଲାବାଟରେ |
ତୁ ମୋ ବାଟ ଓଗାଳି କହୁ
ଗାରୁଡୁ ଗାରୁଡୁ କ'ଣ ବା ସବୁ
ଯାହା ତୁଇ ଖାଲି ଜାଣୁ |
ମୁଁ କିନ୍ତୁ ଡରି ଛୁ ମାରୁଥଲି
ଓ ମୋ ସାଆନ୍ତ ଲଣ୍ଠନ ଧରି ଆସି ଯାଉଥିଲେ |
ଦେଖି ତାନ୍କୁ  ତୁ,
ଲସର ପସର ହୋଇ ଉଭାନ୍ ହୋଇଯାଉଥିଲୁ
ଓ ମୁଁ କିଛି ଦିନ ପାଇଁ ନି୍ଶ୍ବାସ ନେଉଥିଲି
ଦିନ ଗଣି ଗଣି
ପୁଣି ଆସନ୍ତା ତିଥି ଅପେଖ୍ୟା ରେ
ମୋ ଜୀବନ ଚକ୍ରରେ |

ତୁ କଣ ଏତେ ସବୁ ଜାଣୁ ଯେ
ମୋତେ ବହେ କହି କହି ଭୁଲାଉ ଥିଲୁ ?
ପଚାରି ଥିଲି ତୋତେ
ତୁ କିନ୍ତୁ ମୋ ସାଆନ୍ତ ପିନ୍ଧାଇ ଥିବା ଡେଉଁରିଆ କୁ
ଦେଖି ଡରି ଯାଉଥିଲୁ ,
ଆଉ ମୁଁ ତୋ  ଡର ଭୁଲି ଦଣ୍ଡେ ଜୀଇଁ ଯାଉଥିଲି |
---------------------------------------------------------

 ସାଆନ୍ତ ଚାଲିଗଲେ ;  ବାପା ବି ଅଚଳ ହେଲେ;
ତା ସୁଯୋଗ ତୁ ପୁରା ନେଲୁ ଓ
କଲରା ପତରିଆ ବାଘ ଟିଏ ହୋଇ ଆଗରେ ବସିଲୁ |
ହାଇ ମାରି ତୋ ବଡ ବଡ ମୁନିଆଁ ଦାନ୍ତ ଗୁଡାକୁ
ବାରମ୍ବାର ମୋତେ ଗଣିବାକୁ କହିଲୁ
ମୋତେ ଡରାଇବା ପାଇଁ, ଅବା
ମୋ ହାତରେ କେଂଦରା ଟିଏ ଦେଇ
ସମସ୍ତଂକୁ କିରି କିରି ହସାଇବା ପାଇଁ |

ମୋ ସାଂଗରେ ଜନ୍ମ ନେଇ, ତୋର ମୋ ଉପରେ
ଏତେ ଅହନ୍ତା  କାହିଁକି ?
ପଚାରି ଥିଲି କେତେ ଥର ତୋତେ ;
ସବୁଥର ବୋଉ ଦେଇଥିବା ଡେଉଁରିଆ ମୋ ଗଳା ରେ ଦେଖି
ଦୁମ୍ ଦୁମ୍ ହୋଇ ଚାଲି ଯାଉଥୀଲୁ
ପୁଣି ଫେରି ଆସିବାକୁ
ସୁଯୋଗ ଉଣ୍ଡି
ଦରାଣ୍ଡି , ଦରାଣ୍ଡି|

.........................................................................
 ଏବେ
ମୁଁ ମୋ କାମରେ, ଲୋକ ଗହଳିରେ ଥିଲେ
ତୁ ଅପେକ୍ଷା କରିଥାଉ ଘରେ.
ସୋଫା ଉପରେ,
କେତେବେଳେ ସଫୋଲା ସୋରିଷ ତେଲ ଶିଶି ମଝିରେ
ଡାଲି ଚାଉଳ ଡବା ସଂଧିରେ
ମୋ ପୁରୁଣା ମାରୁତି କାର୍ ଡିକି ଭିତରେ |

ଘରକୁ ଫେରି ନିରୋଳାରେ ବସିଥିଲା ବେଳେ
ତୁ ଲୁଚିଥିବା ଜାଗରୁ ବାହାରି
ଟିଭି ପରଦା ଉପରେ ନାଚୁ |
ଛି ! ତୁ ଏମିତି ରୁପ ବଦଳାଇ ସରମହୀନ ହୋଇ
କାହିଁକି ନାଚୁ ?
କେମିତି ନାଚୁ ଲଂଗଲା ପାଦନେଇ
ଛନ୍ଦହୀନ ହୋଇ
ଆଖିରେ ଅସୂୟାର ସୁରମା ଲଗାଇ ?
---------------------------------------------------------

 କେବେ ଥକାରେ ନିଦ ଲାଗି  ଆସୁଥିଲା ବେଳେ
ତୁ ଗୋଟେ ଉଦ୍ଭଟ ଜୋକ ହୋଇ
ମୋ ଧମନୀ ରେ ଅଯଥା ଗୁଡ଼ାଏ ରକ୍ତ ପମ୍ପ୍ କରିଦେଉ ଯେ
ମୁଁ ଅଣନିସ୍ବାସୀ ହୋଇ ଉଠିପଡେ ଓ
ତୁ ଖଟ ଆର କଡରେ ଠିଆ ହୋଇ
ଖପର ଧରି ମୋ ରକ୍ତ ସବୁ ପିଇବାକୁ ମାଗୁ |

କି ଅସମ୍ଭବ ତୋ ଯୁକ୍ତି
ଦେଇ ପୁଣି ନେବାକୁ ଦାବି କରିବାର,
ଫୁଲଦେଇ କଂଟା ଫୋଡି ବାର,
ଜୀବନ ଦେଇ ମୃତ୍ୟୁ ମାଗିବାର |

ମୃତ୍ୟୁ  ମୋର
ଛକା ପଂଝାର ନାହିଁ ପ୍ରୋୟାଜନ |
ତୁ ସତ୍ୟ, ଚିରନ୍ତନ |
ବରଂ, ସାଥିଦେ
କାମ ସାରି ଚାଲିଯିବା , ହାତ ଧରା ଧରି ହୋଇ
ଗାଇ ଗାଇ ଏ ଜନ୍ମର ଛନ୍ଦଭରା ମଧୁର ରାଗିଣୀ;
ଶୋଇଯିଵା ବହଳ ନିଦ ରେ , ସେଇ ଆମ୍ବ ଗଛ ତଳେ
ଦୁଇ ସମାଧୀ ମଝିରେ , ଅଭୁଲା ଜମିରେ |

===============================================

Monday, May 13, 2013

alternatives

Even God wishes often alternatives but not we the people.

Sunday, May 12, 2013

ଢଗ ଢମାଳି

ଫସଲ ବଢିଲେ  ବଢ଼ଇ ତେଂଡା
କୁଜିନେତା ବଢିଲେ ବଢ଼ଇ ପିଂଡା |
ବୈଦ ବଢିଲେ  ବଢ଼ଇ ରୋଗ
ମହିମା ବଢିଲେ  ବଢ଼ଇ ଭୋଗ |

....

ଫେସନ୍ ବଢିଲେ  ବଢେ ଭୁଷଣ
ପାଷାଂଡ ବଢିଲେ  ବଢେ ଦୂଷଣ |
ପୋଇଲୀ ବଢିଲେ  ବଢ଼େ ବଢ଼ଇ ସୁନ୍ଥା
ପେଟ ବଢିଲେ  ବଢଇ କୁ୍ନ୍ଥା |

......

ଅଁଳା ଖାଇଲେ ପାଟି ସୁଆଦ
ମହୁ ଚାଟି ଖାଇଲେ ସୁଆଦ
ଗରଭ ହୋଇଲେ ମାଟି ସୁଆଦ
ଫୁଟି ପାଚି ଫାଟିଗଲେ ସୁଆଦ
ଦନାଈ ପାଟିକୁ ନାମ ସୁଆଦ |

-------------

ଅକୂଳ ହୀନ ଯେବେ ହୁଅଇ ରାଜା
କୁଳୀନ ଯେବେ ହୁଈ କରଜା
ଭାରୁଆ ହୋଇଲେ କାନ୍ଧ ଦରଜା
ଦେଶ ମେଳି ଯେବେ ହୁଅନ୍ତି ପ୍ରଜା
ଭେଣ୍ଡା ପୁଅ ଯେବେ ନୁହେଁ ଅରଜା
ତଣ୍ଡକାର ଯେବେ ହୁଏ ଗରଜା
ବୋଲେ ଦନାଇ ଅ ନୁହେଁ ଫରଜା (ଭଲ)|
When non-royal becomes a king
When an aristocrat go bankrupt
When a shoulder pains to carry
When a young son refuses to earn
When  subjects revolt
And when one shouts even after
Making a harm
They are not good and not that warm!

------------------------------------------------

ଅଘରୁଆ ପୁଅ ଜାଣିବ ଯେହୁ, କଥାକେ କହେ ତୁକାର |
ଡରନାହିଁ ପର ଭୁଆଶୁଣୀ ନ୍କୁ, ତାଂକୁ ଜାଣିବ ଛୋକାର |
ବରଷା ନଥାଇ ପତର ତିଂତା ତାକୁ କହିବା କାକର |
ମୁହଁ ଲେଷୁଡି ଦନାଈ କହିଲେ ତାକୁ ଜାଣିବା ଛାକର |

The one misbehaves often while interact
He blackens the family face.
The one misbehaves ladies at other sides
He blackens only his face.

It's the dew wets everything under dark night
even when there is no rain.
It's your glance when you speak to others
Brings laughter on  all other faces!

---------------------------------------------------------------------------

ଅଖିଆ ବାବାଜୀ ଭଜନ ଟାଣ
ଅଖିଆ ସାହବ କା କାରଣ |
ଅଖିଆ ଶାଗୁଣା ଉଇ ଉଂଚ
ଅଖିଆ ନେତା ର ବଡ ପ୍ରପଂଚ |

in English

The wanting saint prays a loud
Empty bureaucrat asks for more.
Hungry vultures fly high
Corrupt leaders spins for each pie.
-------------------------------------------------------------------------------
 ଆଜି ର ଢଗ ଢମାଳି
-----------------------------------

ଅଗାଧୁଆ ରେ ଯିଏ ପଖାଳ  ଖାଏ
ଭୁଆଶୁଣୀଂକୁ ଛୋପରା ଗାଏ
ଶୂନ ହାତରେ ଭଉଣୀ ଘରକୁ ଯାଏ
ସବୁକଥାରେ ମୁଣ୍ଡ' ଟୁଂଗାରୁ ଥାଏ
ସମୟରେ ପୁଣି ଚୁଟି  ଧରି ଥାଏ
କାତ ମାରି ନଜାଣି ଡଂଗା ବହିବାକୁ  ଯାଏ
ମାଇପ ବୋଲରେ ମା କୁ କର୍କଶ କହେ
ଅତି ଆପଣା ହଲେବି ଦନାଇ ପାଖକୁ ନଯାଏ |
in English

Untidy the one who eats before washing,
Misbehaving he who stalks lonely girls,
Failing to love sisters with gift full hands,
And he who pretends gentle to strike at times
And the copper less who aspires to jump seas
And he who is at rude to mother with pleas
are the people, never to be seen.
--------------------------------
କପି କରିଛି ............ ଏଇଠୁ ::
ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍
----------------------------------

-------------------------------------------------------------------------------------
 ଆଜି ର ଢଗ ଢମାଳି
-----------------------------------

ଅଗ୍ନି ରାଜା ବେପାରୀ   ଚୋର
ଗୋରୁ ମଇଁଷି ଅତି ଲୋଭୀ ନର |
ମଦୁଆ ନେତା ଓ ଯିଏ କ୍ରିକେଟ୍ ଖେଳନ୍ତି
ଯେତେ ପାଇଲେ ବି ବୋଧ ନୁହନ୍ତି |
in English

The greedy is fire
The greedy is King.
Business men, cows and buffloes
All run after for keep self going.
But Men are more always needy
And so remain always greedy.
Drunks and  leaders, and Cricket Players
They are there for ever and ever to collect
They are to collect what ever they get.
--------------------------------

ଅଘୋଡା ନରଖିବ ଦୁଧ 
ସମାଜେ  ନରଖିବ ଭେଦ|
ବିଲରେ ନରଖିବ କୁଦ 
ଦନାରେ  ନରଖିବ ବାଦ |
                                          in English
Keep lid on milk along
But don't on any difference among|
Unwanted grass in field undesired
And so is a fight with common on road|
__________________________

କାଛୁଆ ଯେବେ ହୁଅଇ ପୁଜାହାରୀ 
ବାଛୁଆ ଯେବେ ହୁଅଇ ଭିକାରି 
ମିଛୁଆ ପିଲା ନାଛୁଆ ପୁଜକ 
ଛିଆ ଛିଆ ବୋଲି ଦନାଈ ଡାକ 
in English
Itching cook! What could be cooking?

Can't one choose while desperately  begging.
A lying kid , and a sniffing priest
are good for nobody as John speaks.
 ___________________________

"ଅରୁଚି ଧଇଲେ  ପିତା ଅମୃତ
ବୋହୂ ନମିଳିଲେ ପିତା ଯେ ପୁତ୍ର
(ଜୋଇଁ ନମିଳିଲେ ପିତା ଦୁହିତା )
ବୃଦ୍ଧଂକୁ ତରୁଣୀ ଅଟଇ ପିତା
ତୁଣ୍ଡ ଘାଆକୁ ଯେ ପିତା ରାଇତା
ସହଜେ ପିତା ଯେ କୁଆମଇତା
ଦନାଇ କୁ ପିତା ଧନ ସାଇତା "

in English ..

Nothing tastes good for lost test-buds
And trouble with sons with no daughter-in-laws
(And trouble for daughter for no son-in-law).
Old finds fault always with young ladies
And ulcer mouths bitter bitter are  candies
Bitter always is wild fruit 'kuamaita'
And bitter is John saving ill-gotten the wealth.

ଅଳପ ବୟସୀ ଛଇଳୀ ଦାସୀ
ସାଆନ୍ତାଣୀଂକ ଗଳାକୁ ଫାସୀ |

ଅଳପ ନମଣ ସଳପ ନମଣ ସୁଆଦ ବାରିବୁଟି
ଅଳପ ନମଣ ସଳପ ନମଣ ସଳଖ ବାରିବଟି |

-------------------------------------------------------

ଅଳସ କରି କାଲୁଆ ବେଳେ
ଦରାଣ୍ଡି ହୁଅଇ ଦୁଇ ପ୍ରହରେ'
ପର ଦୋଷଯାକ ବାଛି ବସଇ
ଦେହକୁ ପଡିଲେ ସବୁ କରଇ
ଦଇବ ସୁମରି ଆଉଁସେ ହିଆ
ବୋଲେ ଦନାଈ ଏ ଭୂତ ଖଂଡିଆ |
------------------------------------------

in ENGLISH

One who's lazy being in plenty
And in want search for bounty,
One who picks up what others lacking
But does the same for self without blinking,
And one remembers God only being afraid
Are the people just half made!
--------------------------------------------------

ଅଳିଆ  ଘରକୁ କଳିଆ ଭାଇ 
ବଳୁଆ ପଡିଶା ଚଳୁଆ ଧାଇ;
ଦଳୁଆ ଗାଡିଆ ଖଳୁଆ ନାରୀ 
ନାଥ ବୋଲେ ପୁତା ଯାଆ ବାହାରି |
---------Eng.-------------------------------------
John and John ...  run and run
For house in-disorder, 
Quarrelsome  brother ,
Fearful neighbour, frightful nurse,
Polluted water and scheming wife!
-----------------------------------------------------

ଅଲାଜୁକୀ ଘରଣୀ ମରେ, ଲାଜକୁଳୀ ମାହାରୀ ;
ତରତରିଆ ଗରାଖୀ ମରେ, ସତକୁହା ବେପାରୀ |
---------Eng.-------------------------------------
Looses always the shameless
So also timidity brings to girls.
Looses always the hasty consumers;
So also truthful   business suffers .
--------------------------------------------------- 

ଅଶୁଖା ଧାନକୁ ଯେ ନାରୀ କୁଟେ, ଗରା ଭିତରକୁ ନମଯେ ମୋଟେ.
ପରଛିଦ୍ର ଗପେ ଗଢିଆ ଘାଟେ, ଖାଇ ସାରି ହାତ ନିଠେଇ ଚାଟେ '
ସକାଳ ସଂଜରେ ଘର ନଝାଣ୍ଟେ, ଘର କାନ୍ଥରେ ଯେ ଶିଂଘାଣି ଛାଟେ,
ପାଟି ତୁଣ୍ଡ କରେ ସଂଗୀତ ନାଟେ, କାମ ଛାଡି ସଦା ବୁଲଇ ହାଟେ
ବିରାଡିକୁ ଯେହୁ ଅଣକେ ପିଟେ, ଅତି ହୀନ କଥା ଦନାଇ ରଟେ|

--------------------Eng.-------------------------------------
One who thrashes wet paddy and don't clean inside vessel,
One who gossips everywhere and licks fingers on eating after,
One who doesn't clean house and keeps walls untidy
One who makes noise in a concert and keeps works aside
One who beats cats for no cause, he's the shameless creature.
---------------------------------------------------
ଅଶ୍ବ ଅସ୍ତ୍ର ବସ୍ତ୍ର ଅବଳା , ଉଧାର ନଦେବୁ କାହାକୁ ବଳା |
ଅସତୀ ଭୁଂଜଇ ପଲଂକ ସୁପାତି, କୁଳବତୀ ହୁଏ ଦାସୀ ,
ସାହୀ  ସାହୀ ହୋଇ ଗୋରସ ବୁଲଇ, ମଦ ବିକାଯାଏ ବସି |
--------------------Eng.----------------------------
Listen John ! your bike and dress will  gone and gone;
So also  your girl friend, wise- share with none .
The lady of the house turns errand girl,
But the lady of attraction enjoys all.
Milk man runs from door to door 
But  sits pretty tight liquor seller.
-------------------------------------------------------
ଆକଟ କାମକୁ ଥିଇରି ଚାଲି, ତାକୁ ଜାଣିବ ପର |
ହାଇ ଘନଘନ କେଶ ମୁକୁଳା ତାକୁ ଜାଣିବ ଜର|
କଳି ପଛେପଛେ କଁଅଳ କଥା ତାକୁ ଜାଣିବ ବର|
ସଂଜବେଳରୁ କବାଟ ଦିଆ, ଭାତ ନଥିଲା ଘର |
--------------------Eng.----------------------------
Slow he's as the work is not of him;
Frequent yawns tell, fever is coming.
He's her so speaks lovely just after a fight;
House has no food when shut in early of night.
-------------------------------------------------------
ଆଖିକୁ ଅଞନ, ଭାତକୁ ବ୍ୟଞନ , ଗ୍ରୀଷ୍ମକୁ ବ୍ୟଜନ
ଦେହକୁ ତୈଳ ମରଦନ, ଦନାଇର ନାମ କୀରିତନ୍ |
--------------------Eng.------------------------------
Liner for eyes , rice needs curries,
Use good oil and don't let a message spoil.
Good all these - but for more listen you John -
Chant 'Hari Hari' nam - listen my John!
 
-------------------------------------------------------

ଆଖୁ ଚାଷ, କପା ବଣିକ, ଶୁଣ୍ଢି ଶାଂଗରେ ଭାଗ |
କଅଣ କରିବି ବୁଦ୍ଧିଦିଶୁ ନାହିଁ କାହାକୁ କରିବି ଆଗ |
--------------------Eng.------------------------------
Cultivating cane, trading on cotton
And going for a share with a liquor baron -
All these need your, wisdom and care.

-------------------------------------------------------

ଆଗରେ ଯାଇ ଯେ ପଛରେ ଆସଇ ତାକୁ ଜାଣିବ କଳୁଆ (କୌଶଳୀ )|
ଗହୀର ମଝିରେ ଧୋବଧାଉଳିଆ ତାକୁ ଜାଣିବ ନଳୁଆ (ଅମିନ)|
କମର ସରୁଯେ ଛାତି ଓସାରିଆ, ତାକୁ ଜାଣିବ ବଳୁଆ|
ପିଂଗଳ ଆଖିକୁ କହରା ଯା କେଶ ତାକୁ ଜାଣିବ ଚଳୁଆ (ଚିଡା)
--------------------Eng.------------------------------
One who goes early but comes late hides something in his hate;
Man found in safari-suit wandering in fields is for real-estate.
Narrow waist and broad chest man is always with stamina;
But, brown eyed with faded hair man is always a quarreling maina .
 -------------------------------------------------------

ଆଚାର ବିହୀନ ଯେବଣ ଦ୍ବିଜ , କୁଳ ଭୁଆସୁଣୀ ନ କଲେ ଲାଜ;
ବେଶ୍ୟା ଆସକ୍ତ ହୁଏ ଯେ ପଣ୍ଡିତ , ଜ୍ଞାନୀ ହୋଇ ଯେ କରେ ପକ୍ଷପାତ;
ଦରିଦ୍ର ହୋଇ ଯେବେ ଅତି ମାନୀ, ଅତି କୃପଣ ଯେବେ ହୁଏ ଧନୀ;
ଲୋଭୀ ସନ୍ୟାସୀ କଟୁଭାଷୀ ବୁଢା , ବୁଢୀଦିନେ ଯେ ମୁଣ୍ଡେ ପାରେ ଜୂଡ;
କଥା କଥା କେ କାଢେ ବଢାଇ , ଦଣ୍ଡବତ ନାହିଁ ବୋଲେ ଦନାଈ |
--------------------Eng.------------------------------
Oh! John, Oh! my John!
be sure they are to disdain 
Those who devoid of work ethics'
And avoid ones for insensitive sensational gimmicks.
Forget a wise embodied with discrimination;
Lament for the  poor choosing ego for deprivation.
Obscure the riches of misers and greed of saints.
Ignore old with acidic words, doubt colors of old  ages. 
At times who airs exhibits its balloon again and again,
Oh! John, Oh! my John! be sure they are to disdain.
-------------------------------------------------------------

ଆଜି କାମ ଯେହୁ ରଖେ କାଲିକୁ, ବେଉଷା  କରେଯେ ପଶାପାଲିକୁ,
ନକଲକରେ ପସରାବାଲିକୁ, ଘର ଓଲାଇ ମୁହାଁଏ ଚୁଲିକୁ,
କଂଚା ଗଛରୁ ଛଡାଏ ଛେଲିକୁ, ବ୍ରାହ୍ମଣ ରସେ ସିନ୍ଦୁର କଲିକୁ
ଦେଖି ଦନାଈ ଆଉଁଶେ ଗାଲକୁ |
--------------------Eng.------------------------------
Oh my John! Oh my John! never ever believe on
Liquor baron and  who prefers to  procrastination.
Followers of maid in business, and 
who puts house lefts on hearth,
One who denies others essence of life
And the wise wishes to indulge in
Oh my John! Oh my John! never ever believe them in !

-------------------------------------------------------

ଆଠହାତ ଅନ୍ତର ଦେଢହାତ ଗାତ, ଜେଷ୍ଠ ମାସରେ କଦଳୀ ପୋତ,
ପତ୍ର ଖଣ୍ଡିକରେ ନଦେବୁ ହାତ| ମଲା  ମୂଳ ଖୋଳି ମାଟିରେ ପୋତ;
ଖରାଦିନରେ ଯେ ତେଂଡିବୁ ପାଣି, ପୁଆ କାଟୁଥିବୁ ସମୟ ଜାଣି |
ଚାଖଣ୍ଡେ ଛାଡି ଭାଂଗୀବୁ ଭଣ୍ଡା, ତେବେସେ ଦେଖିବୁ କଦଳୀ ପେଣ୍ଡା |
--------------------Eng.------------------------------
John !Oh my John ! Take these tips for your banana plantation:
Dig pits deep of eighteen inches, keeping them apart of eight hands;
And plant the saplings in hot June, never be afraid of simmering Sun.
Never cut the leaves, dead plant roots get into pits;
Irrigate plants in hot summer, trim outgrowths sooner is better;
Pluck its flower leaving fruits at bay,
And watch the bunch of bananas in joy!

-------------------------------------------------------

ଆଠ ଦୁମୁକାଣି  ଷୋଳ ଅସରା
ବତିଶ ଲିଫି ଲିଫି ଚଉଷଠୀ କୁଣ୍ଡାଝରା
ତେବେ ଯାଇ ଚାଷୀର ପେଟ ହୁଏ ପୁରା |
(ଧାନ ଫସଲ ପାଇଁ )
--------------------Eng.------------------------------
Oh! my John! Oh! my Daniel, Oh!  my John !
Do you know what's good for rice cultivation ?
Eight pouring rains and sixteen showers
Thirty two brief regulars with sixty four drizzles,
Make rice farmer happy and healthy for good reap.
-------------------------------------------------------------
ଆଦର ନଥାଇ ଯେଉଁ ଭୋଜନ , ନିଶ୍ଚିନ୍ତ ନହୋଇ ଯେଉଁ ଶୟନ ;
ଗୃହିଣୀ ନଥାଇ ଯେଉଁ ଭବନ, ଚିତ୍ତ ଥୟ ନାହିଁ ଯେଉଁ ଭଜନ ;
ଗାମୁଛା ନ ଥାଇ ଯେଉଁ ସ୍ନାହାନ; ବୋଲେ ଦନାଇ ଅତି ହୀନିମାନ |
--------------------Eng.------------------------------
Oh! my John ! Oh! my Daniel
You must know this painful denial - when
A dinner invitation turns to formal;
A house without its house maker
A sleep with worries and greed laced prayer
A bath without a shower - are pitiful; Oh my Daniel!

-------------------------------------------------------

ଅପଟ ବେହେରା ହୋଇଲେ ଛୋଟା, ବୁଲା  ଭିକାରୀ ହୋଇଲେ ମୋଟା;
କୁଅରେ ପଡିଲେ ଅସନା କୁଟା, ବାପ-ପୁଅ ମନ ହୋଇଲେ ଖଟା;
ହଳଦୀ ନହୋଇଲେ ଚିକ୍କଣ ବଟା, ବୋଲେ ଦନେଇ ଈଏ  ଭଲ କେଉଁଟା |
--------------------Eng.------------------------------------
Oh! my Daniel,  what  for a lame male nurse ?
And to a well-built beggar who will care?
Goes waste a well when dumped with dirt;
Sad when a father and a son caught in a knot.
What for if not smooth, a turmeric paste
Oh! my Daniel, do they add to your fest?

-------------------------------------------------------

ଆପେ ମରେ ବଢେଇ,ପର ମାରେ କମାର;
ବଂଶ ମାରେ କୁମ୍ଭାର, ଦନେଇ କହନି ସୁଖ ଆଜି କାହାର|
( ବଢେଇ ନିଜେ କମ କରେ, ବଂଶ ସାରା କୁମ୍ଭାର ଭାଟିରେ କାମ କରନ୍ତି |
   କମାର କିନ୍ତୁ ମାରେ ଅନ୍ୟର )
--------------------Eng.------------------------------
Do you know Daniel the way the world was made ?
In that world, Carpenter only himself  struggled;
So the all of potter family worked.
Smith was happy with hidden booty;
Not sure, whether now who's  happy!

-------------------------------------------------------

 ଆମ୍ବ ମଧ୍ୟରେ ରସୁଣିଆ, ନାରୀ ମଧ୍ୟରେ ହସୁଣିଆ'
ପାଇକ ମଧ୍ୟରେ  ଖସୁଣିଆ, ବୋଲେ ଦନାଈ ଏ ଧସୁଣିଆ|
--------------------Eng.------------------------------
Lo! Hear what John tells to us;
Mangoes if bitter brings no eaters.
The lady who only laughs and laughs and
The soldier who ever procrastinates,
Are good for nothing as John tells.
---------------------------------------------------------
ଢଗଢମାଳି ( Sense in English too)   18th Sept. 2013
-------------------------------------------------------
ଆମିଷ ଖାଏ ବେକେ ବାନ୍ଧି କଣ୍ଠି, ଅହିଅ ନାରୀ ମୁଣ୍ଡେ ନାହିଁ ଗଣ୍ଠି;
ବେପାର କରେ ହାତେ ନାହିଁ ପାଣ୍ଠି, ଚଷା ପୁଆ ଯେବେ ନଧରେ କଣ୍ଟି;
ଦେବ ପୂଜାରେ ନ ବଜାଏ ଘଣ୍ଟି, ଘରେ ଧନ ଥାଇ ପତାଏ ଅଣ୍ଟି
ବୋଲେ ଦନାଈ ଚିପ ତାଂକ ତଣ୍ଟି |
--------------------Eng.------------------------------
Eating meat with sacred thread on neck,
The lady who keeps head-hair  unkempt,
The man on business without money,
And the farmer not knowing tilling,
And the priest who doesn't ring ritual bell
The rich who begs without shame -
Are to be ashamed as our Daniel tell !
---------------------------------------------------------
ଢଗଢମାଳି ( Sense in English too)   19th Sept. 2013
-------------------------------------------------------
ଆୟ ଦଶ ବ୍ୟୟ ଦଶ, ସବୁବେଳେ ହସ ହସ;
ଆୟ ଦଶ ବ୍ୟୟ ବାଆର, ଦୌଡରେ ଭାଇ ସାହୁ ଘର |
ବ୍ୟୟ ଆଠ ଆୟ ଦଶ, ନିଶରେ ହାତ ମାରି ବସ |
--------------------Eng.------------------------------
Peals of laughter rolls on your lips 
Only when your income suffice.
But may find self in run for loan
If your spending is overgrown.
When can save of your earnings, Then
Can sit in comfort for new beginnings!
 ---------------------------------------------------------
ଢଗଢମାଳି ( Sense in English too)   th Sept. 201
 -------------------------------------------------------
ଆଜି ଝୁଲଣ, ପୁରୀ ଚନ୍ଦନ , ଓରକଣା ମେଳଣ (ଯାଜପୁର);
ଚନ୍ଦ୍ରଭାଗା ସ୍ନାହାନ, କଣ୍ଟିଲୋ ବାସନ (କଂସା), ମାଣିଆବନ୍ଦୀ ବସନ;
ନୀଳଗିରି  ପଥର ବାସନ ; କହେ  କୁଂଜ ବନ ନାହିଁ ସମାନ |
--------------------Eng.------------------------------
The festival of swing is the sweetest day,
Fest of Sandal at Puri to pray
Orkana  the 'melan' beautiful they say.
So also the bath in Chandrabhaga sea,
The  beautiful is Kantilo utensil;
The cloth of Maniabandi and  Nilagiri stones
Are as beautiful as  kunjaban flowers!
---------------------------------------------------------
ଢଗଢମାଳି ( Sense in English too)   23rd  Sept. 2013
-------------------------------------------------------
ଆଳୁ  ମୂଳରୁ ବାହାରିଲେ ସାରୁ , ଗୁଗୁଚିଆ ନଛାଡିଲେ ଲୁଗାରୁ ;
ହାଣ୍ଡି ଫାଟି ଯାଏ ଡାଲି ବଘାରୁ, କଳି ଲଗାଇ ଭଲରେ ପଚାରୁ ;
ସ୍ବାମୀ ନଉଠେ ବସିଲା ଠାରୁ , ପହିଲି ରଜରେ ଯେ ହୁଏ ମାରୁ;
ବୋଲେ ଦନାଈ ଏ କରମ କାରୁ |
--------------------Eng.------------------------------
Noam ! you know how  absurd
At the roots of potatoes finding curd;
Wishing good on putting parties in quarrel,
Spoiling cooking pan while seasoning dal,
And giving a lazy its working call,
More before begin when things spoil,
Tell me Noam , will you mean all well ?
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
ଢଗଢମାଳି ( Sense in English too)  19th Oct.  2013
-------------------------------------------------------
ଆଷାଢ ମାସରେ ଲୁଗା ବତରା ଆଷାଢ ମାସରେ ବାହା;
ଆଷାଢ ମାସରେ ଧାନ ଉଷୁଆଁ ପାଦ ଆଂଗୁଠୀରେ ଘାଆ |
--------------------Eng.------------------------------
Pain in washing of clothes in the month of rains ,
Pain in arranging of weds in the month of drops.
For storing, pain in boiling of paddies  in the month of rains,
Then you are only choosing the self to burn your toes!
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------

ଢଗଢମାଳି ( Sense in English too)   20th Oct. 2013
-------------------------------------------------------
ଆହାର ଛଟା ଘାଟିଆ, ଅନ୍ଧାରକଣା ଛାଟିଆ |
ଚେଂଗ ଚତୁରା ବେଠୀଆ , ଚାହିଁ ଜଳକା କୋଠିଆ ||
ମାଟି ବିଭ୍ରମ ପାଠୁଆ, ଭାଗ ବଳଦ ମଠୁଆ |
ତଳି ଦଦରା କାଠୁଆ, ବୋଲେ ଦନାଈ ଅ ରାଠୁଆ ||
 --------------------Eng.------------------------------
An ignominious disease, a half-blind usherer,
A cunning helper and a dumbfound farmer are 
For nowhere as a literate who confused forever .
Lost when a lazy bullock for is your share.
John and Daniel please and please you hear -
For a bottom-holed boat never, never you care. 

---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------

ଢଗଢମାଳି ( Sense in English too)   20th Nov. 2013
-------------------------------------------------------
ଆହାର ନିଦ୍ରା ଦ୍ୟୁତ ଚୋରା ପ୍ରୀତି 
ମଦ୍ୟପାନ ଲୋଭ ସଂଚୟ ମତି |
ଯେତେ ବଢାଇଲେ ବଢ଼ଇ ସେତେ 
ବୋଲଇ ଦନାଈ ବିଚାରି ଚିତ୍ତେ |
--------------------Eng.------------------------------
John do you know -
What are those grow and grow ?
They grow to themselves not for waiting;
Are sleep, spying and the urge of eloping.
So also is with liquor drinking
And remember habit of saving is always multiplying.
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
ଢଗଢମାଳି ( NO Sense in English too) 21st Nov  2013
-------------------------------------------------------
ଇଟିମିଟି କଣା                            ନଥାଏ ଠିକଣା
                ଟେରା କଣା ବଡ ମନ୍ଦରେ
ଯହିଁ ଥାଏ ଏକ-                        ଆଖିଆ କଣା
               ନିଇତି ଲଗାଏ ଦ୍ବନ୍ଦରେ |
--------------------Eng.------------------------------
An image of yesteryear society that is wrong as we
see now, looking down physically challenged people.
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍
---------------------------------------------------------
ଢଗଢମାଳି ( Sense in English too)  22nd Nov. 2013
-------------------------------------------------------
ଉକୁଣୀ ମୁଣ୍ଡକୁ ଖୋଷା 
ଅନ୍ତୁଡି ପୁଅକୁ ଆଶା 
ପଛ ବୁଣା ଯେଉଁ ଚଷା 
ବୋଲେ ଦନା ଲୋକହସା |
--------------------Eng.------------------------------
Stylish hair but lice infested ,
Hope of a son while on birth pangs,
Farmer when late cultivates
Make a one to a laughing stock as John says!
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
ଢଗଢମାଳି ( Sense in English too)  30 th Nov. 2013
-------------------------------------------------------
ଉଠିଆ ଭାତ, ପୁଚୁକା ଗାଲ 
ଦରୋଟି ଭାଷା, ମହୁଆ  ମାଲ|
ଅଳପ ନିଶା, ମାଆ  ପରଷା 
ଅତି ସୁଆଦ, ଦନାଈ ଭାଷା |
--------------------Eng.------------------------------
Food for free, well curved cheek full of smile
Smoky intoxication and Well brewed wine
Are for fun and frolicking
Hearing from John's knowing.
But do you know John those are sweet to sweeter
Words of a toddler and
Around dining table there's my Mother.
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

--------------------------------------------------------

ଢଗଢମାଳି ( Sense in English too)   1st Dec. 2013
-------------------------------------------------------
ଉତ୍ତର ଦୁଆରୀ ହୁଅନ୍ତି ରୋଗୀ 
ଦକ୍ଷିଣ ଦୁଆରୀ ଜାଣିବ ଭୋଗୀ |
ପୂରୁବ ଦୁଆରୀ ମିଳଇ ଇଷ୍ଟ 
ପଶ୍ଚିମ ଦୁଆରୀ ପାଅଇ କଷ୍ଟ |
--------------------Eng.------------------------------
Residents of North-facing house often fall sick
But those of South-facing house, live with fun and frolic.
God bless the house facing East
But difficulty follows the house facing West.
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
ଢଗଢମାଳି ( Sense in English too)    2nd  Dec. 2013
-------------------------------------------------------
ଉତ୍ତରେ କଳା
ପୂର୍ଵେ ନଳା
ଦକ୍ଷିଣେ ଜଳା
ପଶ୍ଚିମେ ଖଳା |
--------------------Eng.------------------------------
Good to put kitchen in North
Drain the waste to your East.
Window in South for cool air
Put the harvests to West for care.
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
ଢଗଢମାଳି ( Sense in English too)     3rd Dec. 2013
-------------------------------------------------------
ଉନ୍ମତ୍ତ ବୃଷଭ ଛାଡେ ହେଣ୍ଟାଳ
ଉନ୍ମତ୍ତ କୁକୁର ମୂତଇ ମାଳ
ଉନ୍ମତ୍ତ ମୟୂର କରି ନାଟ
ଉନ୍ମତ୍ତ ମେଷ ଖୋଳଇ ବାଟ |
--------------------Eng.------------------------------
Snorting Bull is in rage
Maddening Dog more urinate
Love-bugged peacock go on dance
And wayward sheep scratch-pit make.---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
---------------------------------------------------------
ଢଗଢମାଳି ( Sense in English too)     4th Dec. 2013
-------------------------------------------------------

ଉପରୋଧିଆ ଶାଳୀ
ଉପରୋଧିଆ ଜଗୁଆଳି
ଉପରୋଧିଆର କାଳି
ଉପରୋଧିଆ ମାଳି
ଉପରୋଧିଆ ଦେଲେ ପରକୁ ଥାଳି
ବୋଲେ ଦନାଈ ଏ ହୁଅନ୍ତି ଭାଳି |
--------------------Eng.------------------------------
Namesake, namesake never believe those namesake
Sister-in-law showing unusual interest; a guard for just namesake
Burrower, the one who forsake, gardener, when turns fake
Offerings on plates with unusual request, John tells -
Oh! Daniel  with them never ever think of bread break.

---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
---------------------------------------------------------
ଢଗଢମାଳି ( Sense in English too)     5th Dec. 2013
-------------------------------------------------------
ଉଭା ମୁଠି ଆଡ ଦି ମୁଠି
କିଆରୀ ମଝିରେ ପୋତିବୁ କାଠି
ବିଲରେ ରଖିବୁ ପାଣି ସମାନ
ପର୍ବତ ଶିଖରେ ବୁଣିବୁ ଧାନ
ଯଦି ନହେବ ଧାନ
ତେବେ କାଟିବୁ ଡାକର କାନ |
--------------------Eng.------------------------------
Put a seedling of a hand span
Away of another at two hand-span;
Keep a stick up in middle of  plot
And see the water level equal throughout;
Even put your field  on top of a mountain 
Be assured what rice harvest you can !
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
---------------------------------------------------------
ଢଗଢମାଳି ( Sense in English too)     6th Dec. 2013
-------------------------------------------------------
ଏକଥା କହିବି କାହାକୁ ?
ଛୁଆ ପାଇଁ ଯେଉଁ ଆହାର ଆଣିଲି
ଆହାର ଗିଳିଲା ଛୁଆକୁ |
( କୁହନ୍ତୁ କଣ ସେଇଟା )
--------------------Eng.------------------------------
Whom should I tell of this ?
The one I got for kids
It made them  finished.
(A Riddle ... ) ---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
---------------------------------------------------------
ଢଗଢମାଳି ( Sense in English too)     7th Dec. 2013
-------------------------------------------------------
ଏକ ହୋଇକରି ତପସ୍ୟା କରିବ , ଦୁଇଜଣ ମିଶି  ପଢିବ ପାଠ;
ତିନିଜଣ ମିଶି ସଂଗୀତ କରିବ, ଚାରିଜଣ ମିଶି ଚାଲିବ ବାଟ |
କୃଷି ଆରମ୍ଭିବ ମିଶି ପାଂଚଜଣ , ବହୁଲୋକ ମିଶି କରିବ ରଣ |
--------------------Eng.------------------------------
Meditate alone but two sit to read together;
Sing songs with three on instruments
With four cover a long distance, but
Let five  make a cooperative and cultivate; And
For a fight on border
Oh! country men ! Join in defence  enmass !
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
---------------------------------------------------------
ଢଗଢମାଳି ( Sense in English too)     9th Dec. 2013
-------------------------------------------------------
ଏକାଦଶୀ ରେ ଯେଉଁ ଉପବାସ ; ରଂଗ ରହସ୍ୟ କୁ ଏକାନ୍ତ ବାସ 
ସାଧୁ ଲୋକଂକର ବସିବା ପାସ, ଏକ ଚକିଆ ହୋଇ ଯେଉଁ ଚାଷ 
ଦୁହାଁଳ ଗାଈ କୁ ଯେ ଦୁବ ଘାସ, ବରଷା ହୋଇଲେ ବୈଶାଖ ମାସ 
ନାଗରୀର ଓଠ କଣରେ ହସ, ଭଲ ବୋଲି କହେ ଦନାଈ ଦାସ |
--------------------Eng.------------------------------
Behind the gaze, fun and frolicking 
Oh! John (I) know your must  liking.
Daniel be always with saints for advice
Choose to  farm a land large piece.
What a succor with summer shower;
Lovely cow relish soft grass to devour.
Laugh intoxicating on sweet lips
John (I) know you never like to miss!
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
---------------------------------------------------------
ଢଗଢମାଳି ( Odia Saying's Sense in English too)     10th Dec. 2013
-------------------------------------------------------
ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର
ଏହି ମନ ଯେବେ ପ୍ରସନ୍ନ ନୁହଇ କରୁଥାଏ ହରବର |
--------------------Eng.------------------------------
Once He graces the care follows
Makes me daring to face all odds.
But, if he turns his face off at me
Roadblocks sprout makes me scaring.
(another version)

"Willing mind make fearless; 
Unwilling mind brings  road-blocks "
---------------------------------------------------------
କପି କରିଛି ............ ଏଇଠୁ ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

---------------------------------------------------------
-------------------------------------------------------------------
ଢଗଢମାଳି ( Odia sayings and Sense in English too)     11th Dec. 2013
--------------------------------------------------------------------
ଓଟ କୁ ଗରା, ପଣ୍ଡା କୁ ଖରା
ଆମ୍ଵ କୁ କରା , ବୁଢୀଂକୁ ଥରା
ଛୋଟୀ କୁ ଗରା, ଦିନକୁ ତରା
ଶୁଆଂକୁ ଧରା
ବୋଲେ ଦନେଇ ଏ ଅତି ନାକରା |
--------------------Eng.--------------------------------------------
A pot for camel drinking,
Summer for buffalo liking
Hailstone to mango, cold for an old
Carrying a vessel-full for a lame are not good.
Searching a star in day
Catching of parrots on fly --
Daniel tells, one should never ever try.
---------------------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ୍

----------------------------------------------------------------------
---------------------------------------------------------
ଢଗଢମାଳି ( Sense in English too)     12th Dec. 2013
-------------------------------------------------------
ଓଦା ପିନ୍ଧେ  ଯାର ଯାଦୁରା କଟି
ଠକି ଖାଏ ଯେହୁ ଧନ୍ଦା ନ ଖଟି
ହାତେ ପାଣି ପିଏ ଥାଉଣୁ ଘଟି
ସଂଜରେ ବାଟୋଇ ନଧରେ ଚଟି
ନାରୀଂକ ନାମେ ଯେ କହଇ ଜଟି
କମବେଳ କୁ ପଛେ ରହେ ହଟି
ଚକ୍ର ଛେଉଣ୍ଡାଏ ଦନାଇ ରଟି |
--------------------Eng.------------------------------
Wearing wet on scabby waist
Avoiding work to live on cheats
Use of hand-cup, keeping glass aside
traveler still shelter-less before Sun setting 
Rattler who rumours on gentle ladies
He who hides when the need arises
Is forsaken  by God,  as Daniel sees.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Sense in English too)     14th Dec. 2013
-------------------------------------------------------
ଓଧ ଖାଇଗଲା ପାଣିକଖାରୁ ଲୋ
ଗଧ ଖାଇଗଲା ପାନ |
ଭୂଆ ଖାଇଗଲା କୋଡି କୋଦାଳ ଲୋ
ଅକଥା ଶୁଣିଲା କାନ |
--------------------Eng.------------------------------
Lizard ate a pumpkin
Donkey took a paan
Wild cat ate your spade
Who'd believe a spread ?
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
ଢଗଢମାଳି ( Sense in English too)     15th Dec. 2013
-------------------------------------------------------
ଓଲିଆ ହୋଇଣ ଯେବଣ ଗାଈ
ଅଣ୍ଟା ମୋଟୁଆ ହୋଇ ଯେଉଁ ମାଈ
ହାତ ତୁଣ୍ଡ ଖର ଯେବଣ ଭାଇ
କୁକୁର ଯେବେ ହୋଇଯାଏ ବାଇ
ଦନାଈ ବୋଇଲା ଆଖିରୁ ଅନ୍ତର କରିବୁ ନାହିଁ |
--------------------Eng.------------------------------
A cow gone undomesticated
Lady with money gone forlorn
Brother with rough words and hands
Dog gone mad and always barks
Then put those under your scan
Never ever take granted for oh! Daniel.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
---------------------------------------------------------------------
ଢଗଢମାଳି ( Odia Sayings and Sense in English too)     16th Dec. 13
---------------------------------------------------------------------
ଓଲମା ଲୋକ ଯେବେ କରେ ଚୋରୀ, ଗରିବ ମାଇପ ହେଲେ ସୁନ୍ଦରୀ,
ବାଡି ଦୁଆରେ ଗହୀରା ପୋଖରୀ, ଠକଂକୁ କାଳି ଦିଏ ଯେ ବେପାରୀ,
ଭୁତ୍ୟ ଯଦି ନୁହଇ ଆଜ୍ଞାକାରୀ, ରମଣ ଇଚ୍ଛଇ ଯେ ବ୍ରହ୍ମଚାରୀ
ସହୀ ବସଇ ଦେଖିଣ ଥୋବରୀ, ବାଂଗର ଗଛେ ବସା କଲେ ଶାରୀ
ଧାନ ଆତ୍ମସାତ କଲେ ଖମାରୀ, ଯୁବତୀ ଦେହରେ ବଡ଼ ବେମାରୀ
ବୋଲେ ଦନେଇ ଏ ହୁଅନ୍ତି ଘାରୀ |  
--------------------Eng.------------------------------
A dull for stealing, a poor lady dazzling
Deep pond in backyard, cheats for lending
service provider always disgruntling
Bizarre monk opts for dating,
Friendship starts when dumb finding
Parrot chooses a shrub for shettling
Grain-keeper engaged in squandering 
And inflicted youth with deadly disease
Are of worries as Daniel seas.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Saying, Sense in English too)     18th Dec. 2013
-----------------------------------------------------------------
ଓସାର ଘଳିଆ ବନ୍ଧକୁ, ଚିକିଟା ଗୁଡ କନ୍ଦକୁ
କାଳୀମୁନ୍ଡୀ ପୋକ ଖନ୍ଦକୁ, ମଇଳା ଦୋସଡା କନ୍ଧକୁ
କୋହଳ ପଥର ନନ୍ଦକୁ, ଖାଲ ଢିପ ବାଟ ଅନ୍ଧ କୁ
ବୋଲେ ଦନାଇ, ବାଁ ଆଖି  ଡିଆଁ  ପୁରୁଷର ସିନା ମନ୍ଦକୁ
--------------------Eng.------------------------------
Hole in a dam widening
Sticky molasses for kanda  cooking
Blacky worm in mass dining
Left out for domestic assistant as offering
Well wall with loosen stones
Rough roads  blind goes
Are bad as says Daniel
Flickering left-eye bad for man.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Saying, Sense in English too)     18th Dec. 2013
-----------------------------------------------------------------
ଓସ୍ତ ଗଛ କେଭେଁ  ନକାଟ, ଗୁରୁ ନିନ୍ଦା କେଭେଁ ନକରେ ଚାଟ
ଏକଲା ହୋଇ ନ ଚାଲିବ ବାଟ, ଗୋରୁ ପାଖେ ଗଲେ ଧରିବା ଛାଟ
ଦାନ୍ତ ନଘଷିବ ଗାଧୁଆ ଘାଟ, ଗଡିଆ କୂଳରୁ ଆମ୍ବକୁ କାଟ
ବୋଲେ ଦନାଇ ଏ କଥା ନିରାଟ |
--------------------Eng.------------------------------
Never cut a peepul tree,
Blaming teachers, students not at free.
Walk alone never, hold a stick for fear
Bath-ghat for not teeth brushing
Make pond free of mango tree
Daniel tells, these are true to most
Keep in mind oh! Daniel's dost !
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Saying, Sense in English too)     19th Dec. 2013
-----------------------------------------------------------------
ଔଷଧ ଭାଗ , ହାତେ ଥିବା ଧନ
ପରନାରୀ  ଠାରେ ଦେବାର ମନ
ନିଜ ନାରୀ ଦୋଷ, ଋଣ ବା ଦାନ
ଶତ୍ରୁକୁ ଦେଖି ମନକଲେ ଚ୍ଛନ୍ନ
ଆଗତ ପାଂଚ ଯେ ଅମଳ କ୍ଷେତ
ମିତ୍ର କୁ ଉଧାର ଦେବାର ବିତ୍ତ
ଦନାଈ କହି , ପଦରେ ପ୍ରକାଶ କରିବ ନାହିଁ ||
--------------------Eng.------------------------------
Trade secret and money in pocket
Flirtation, borrow and donation
Low-points of lady your dear
Fear you bear at enemy scare
Forecast you make for your glee
Lending money to a friend in need-
Daniel says keep in lock and key;
That will make will happy and free.
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English too)     20th Dec. 2013
-----------------------------------------------------------------
କଅଁଳ ନଡିଆ ଖାଇବା ସୁଖ, କଅଁଳ ଗୁଆ ବାନ୍ଧଇ ମୁଖ 
କଅଁଳ ଭାତ ଯେ ଭେଣ୍ଡାଂକୁ ରୁଖ, କଅଁଳା ବାଛୁରୀ ଦୁଧ ପରଖ 
କଅଁଳା ପୁଆ ଯେ ଲୋଡ଼ଇ କାଖ, କଅଁଳା କାଠ ଯେ ନୁହଇ ଅଖ 
ଦନାଈ କହି , କଅଁଳ କୁଆକୁ ବିଶ୍ଵାସ ନାହିଁ |
--------------------Eng.-----------------------------------------
Sweet to eat tender coconut not so tender betel-nut  
To soft rice youth says no, calf health tells of mother cow
Kid wants parent's lap for fun but tender logs not for cart axle
Daniel not only tells but also warns 
Don't carry away with soothsayers
---------------------------------------------------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

-------------------------------------------------------------------
-----------------------------------------------------------------
ଢଗଢମାଳି ( Odia Saying, Sense in English too)     21th Dec. 2013
-----------------------------------------------------------------
କଇଁ ନାଡରୁ ପାଣି ହୁଏ ଜାଣି , ପଣ୍ଡିତ ଜାଣିବ କଥା ବଖାଣି 
କୁଳୀନ ଜାଣିବ ବ୍ୟଵହାରରୁ, ଜମି ଚିହ୍ନିବ ଜିଆଁ ଗାଳିବାରୁ |
ଦନାଈ ର ପଦ - ବନ୍ଧୁ ଚିହ୍ନିବ ପଡିଲେ ବିପଦ |
--------------------Eng.------------------------------
Stem of lily  tells of water 
Words on lips talks of person
Aristocracy behaviour tells
Land choicest of naturalness
Daniel tells  

Test relations in bad days!
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English)22nd Dec. 2013
-----------------------------------------------------------------
କଉଡି ନେବ ଗଣି, ପାଣି ପିଇବ ଛାଣି 
ଦୁଃଖୀ କୁ ନୋହିବା ଟାଣି, କଥା କହିବ ଜାଣି 
ଉଂଚରେ କରିବା ଖଣି, ଦଉଡି କରିବ ଛଣି
ଶାଗ ଖରଡାରେ ନଦେବ ପାଣି,
ଦନାଇ ଭଣି 
ବିଭା ନହୋଇବ କାଣି, ହେଉ ପଛେ ରାଜ ରାଣୀ 
--------------------Eng.------------------------------
Count coins, and filter water
Don't harsh on poor for sure
Know before what you speak
Grain on height you must keep
Use long grass for making rope
No water to cook spinach 
Tells Daniel
Be choosy on your marriage !
---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------
-----------------------------------------------------------------
ଢଗଢମାଳି ( Odia Doggerel, Sense in English too) 23r Dec. 2013
-----------------------------------------------------------------

--------------------Eng.------------------------------

---------------------------------------------------------
ଉଦ୍ଧୃତ  ::ଓଡିଆ ପ୍ରହେଲିକା ସଂଗ୍ରହ
ସଂଗ୍ରାହକ : ବଟକୃଷ୍ଣ ପ୍ରହରାଜ

---------------------------------------------------------

-----------------------------------------------------------------
ଢଗଢମାଳି ( Odia Doggerel, Sense in English too)     17th Dec. 2013

Repeat we Why?

Social Engineering always makes a full cycle in India
And so we trade the same path again and again.

Patitapaban

ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !

Patitapaban at Singhadwar ...
[At Mahaprabhu Sri Jagannath Temple, Banjara Hills, Hyderabad ]

ବୋଲେ ଦନା ହରବର

ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ଅଗ୍ନିମୋଡ ଯେଉଁ ଘର
ଆମ ଗରମିରେ ଜର
ଭାଗରୁ ବଳକା କର
ଦୁହାଁଳିଆ ଗାଈ ଖର
ବହୁ ମୁରବିର ଘର
ବୋଲେ ଦନା ହରବର |
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

Saturday, May 11, 2013

ଆଉରି

ଆଜିର ଢଗ
Odia Sayings .... Need Odia font to read .... in English too.
------------------------------
ଅଗ୍ନି ରାଜା ରୋଗୀ ପୁଲିସ ଚୋର
ଗୋରୁ ମଇଁଷୀ ଅତି ଲୋଭୀ ନର
ମଦୁଆ ମିତ୍ର ଓ ନେତା କେବଳ କୁହନ୍ତି
କିନ୍ତୁ ଯେତେ ନେଲେବି ଆଉରି ଆଉରି ମାଗନ୍ତି |
English:: Those who keep asking more and more are:
Fire, King, Patient, Police, Thief, Cattle,
Buffalo, People, Drunken friend and Politicians. 
------------------------------
From ଓଡିଆ ପ୍ରହେଲିକ ସଂଗ୍ରହ .. କଟକ ଟ୍ରେଡିଂ କମ୍ପାନୀ ୨୦୦୦
ସଂଗ୍ରାହକ ସ୍ବର୍ଗତ ବଟକୃଷ୍ଣ ପ୍ରହରାଜ.

Friday, May 10, 2013

ଶୁଭମ୍ ଭବତୁ .... ଜଯ ଜଗନ୍ନାଥ !
SUBHAM BHABATU! JAY JAGANNATH!
Sarbe Bhavantu Sukhinah !

THE WITNESS IS TORTOISE. The age old creature of the world who carried the stones for Sri Mandira construction comes to the rescue of the King Indradumna and negates the claim of the King Galmadhav as the maker of the temple. The King Indradumna returns with Brahma, the creator to consecrate the temple.

[This mural Collected from Mahaprabhu Sri Jagannath Temple, Banjara Hills, Hyderabad ]