Wednesday, September 1, 2021
Thursday, August 26, 2021
Thursday, August 12, 2021
Monday, August 9, 2021
Thursday, July 29, 2021
Wednesday, July 28, 2021
ଶରୀର ବୃକ୍ଷ
ଶରୀର ବୃକ୍ଷ
ସଂସାର ମଧ୍ୟରେ ଶରୀର ବୃକ୍ଷଟି
ପ୍ରଭୁ ଯେ ବିରାଜମାନ
ସେହି ବୃକ୍ଷରେ ପ୍ରକାଶେ ଗୁଣମାନ
ସୃଷ୍ଟିଧରଙ୍କ ଭିଆଣ ।୧
ଏକଇ ବୃକ୍ଷରେ ବେନି ଫଳ ଥାଇ
ତିନି ମୂଳେ ମଧୁ ରସ
ପଞ୍ଚ ଶିକଡ଼ ତଳେ ଗଣ୍ଠି ରହିଛି
ସୂକ୍ଷ୍ମରେ ଆତ୍ମା ନିବାସ ।୨
ସାତ ବକଳ ଦେହେ ଜଡି ଅଛନ୍ତି
ଅଷ୍ଟମ ଡାଳକୁ ବେଢ଼ି
ନବ ଦ୍ଵାର ଛିଦ୍ର ତାମଧ୍ୟେ ରହିଛି
ନରକ ନାମକୁ ଜଡି ।୩
ଦଶ ପତ୍ର ହୋଇ ଅଛି ଯେ ବିସ୍ତାର
ଦୁଇ ପକ୍ଷୀ ବାସ ଘର
ସର୍ବଦା ବୃକ୍ଷକୁ ଦେଖୁଥାନ୍ତି ବସି
ଭାଵ ପ୍ରଦାନ ତାଙ୍କର ।୪
ସଂସାର ବୃକ୍ଷର ଫଳତ ଦୁଇଟି
ସୁଖ ଦୁଃଖ ନାମ ତାର
ସତ୍ତ୍ୱ ରଜ ତମ ଗୁଣଟି ଧାରଣ
ଦୃଶ୍ୟତ ଜୀଵ ଅନ୍ତର ।୫
ଧର୍ମ ଅର୍ଥ କାମ ମୋକ୍ଷ ଚାରି ନାମ
ମହାଭାବରେ ପ୍ରମାଣ
ଶବ୍ଦ ରୂପ ରସ ଗନ୍ଧ ସ୍ପର୍ଶ ନାମେ
ଇନ୍ଦ୍ରିୟ ମାନଙ୍କ କାମ ।୬
ଅସ୍ଥି ମଜ୍ଜା ମାଂସ ମେଦ ଚର୍ମ ରହି
ବକଳ ମଧ୍ୟରେ ଥାଇ
ମନ ବୁଦ୍ଧି ଅହଂକାର ଦ୍ୱେଷ ଯୁକ୍ତ
ବୃକ୍ଷ ଦେହେ ଶୋଭା ପାଇ ।୭
ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।
Subscribe to:
Posts (Atom)