Friday, July 19, 2013

ବ୍ୟବଧାନ

ବ୍ୟବଧାନ

------------------------

ବ୍ୟବଧାନ ତୁମ ମୋ ଭିତରେ, ଗହୀର ମନରେ
ବଢି ବଢି ଯାଏ ପ୍ରତିଦିନ ଯେମିତି ବ୍ରହ୍ମାଣ୍ଡ ପ୍ରସରେ |
କିନ୍ତୁ ଡର' ଏ ବ୍ୟବଧାନକୁ, ୟା ପ୍ରସରି ଯିବା'କୁ,
କାଳେ ଛିଡିଯିବ ରଜ୍ଜୁ କେ'ଉଁଠି ଆମ ଅଗୋଚରେ
ହା'ଏ ଟିକେ କହିବାକୁ ଶୁଣିବାକୁ କେହି ନଥିବେ ଯେ ପରେ |


ଚକ୍ରବର୍ତୀ ଏକାକି  କୈଂଚ ସେ ଯାଉଛି ପହଁରି 
ପୁରୁଣା ମନ୍ଦିର ବେଢା କେଉଁ ଏକ  ନିର୍ଜନ କୂଅରେ;
ଦେଖେ ଆଖିରେ ଆଖିଏ ସପନ ଓ  ପୁଣି ଯାଏ ଅକାଶକୁ ମାପି |
ସଂକ୍ରମିତ ସେ, ଯଦିବା କୁହେନା  ନିଜ ପଣିଆ କୁ ଜପି;
ତେବେବି , ଦିନେ ଦିନେ ସଂଜୁଆ  ସଂଜୁଆ  ବେଳେ
କିଆଁ ତା'  ମନ କହେ, --- ଆହାଃ କେତେ ମୁଁ ଏକାକି  !


' କେମିତି ଅଛ ?'- ବୋଲି ଯଦି ତୁମେ ପଚାର
କେବେ କଦଵା ମୋ ମୋବାଇଲ୍ କୁ
ଅବା ଇମେଲ୍ ଟିଏ ଦିଅ  ଦେଖି ପୁର୍ଣୀମା କୁ
ତେବେ' ସତେ' କଣ ଯିବ ବ୍ୟବଧାନ ଜିଣି,
ଔପଚାରିକତା ରେ କଣ ମନ ହୁଏ କିଣି ?


 ଆଦ'ରି ନେବା ପଛେ  ଥିଲେ ପ୍ରଲୋ'ଭନ ତୃଷ୍ଣାର, ଶୋଷର;
ଶୋଷ ମେଣ୍ଟିଗଲେ କୃଷ୍ଣ ଯାଏ  ତା' ବାଟର;
ଗୋପିଏ ଖାଲି  ହୁଅନ୍ତି  ବାଉଳି କହି
କାହିଁ ଗଲ ହେଃ ଦୁରେଇ |
ବ୍ୟବଧାନ ତ ସେ'ମିତି  ରହିଛି
ଶୋଷ ମେଣ୍ଟି ଗଲା  ପରେ  କିଏ କା'ହାକୁ ଚାହୁଁଛି ?

ଗିପ୍ଟ ବକ୍ସ ରେ ବ୍ୟବଧାନ ଥକା ମାରେ'
ଆସକ୍ତି ବିଶ୍ରାମ କରେ, ଉଠି ପୁଣି ଯିବାକୁ ଦୁରେଇ |
ଗୋପିଂକୁ କଷଣ ସିନା, କୃଷ୍ଣ ର ଯାଏ ଆସେ  ନାହିଁ |
କବି ମାନେ ଖାଲି  ଘୋଡ଼ାଇ ପକାନ୍ତି ବ୍ୟବଧାନ ,ଦେଇ
ନିଛକ ପ୍ରେମ ଦ୍ବାହି; ଠେକୁଆ କିନ୍ତୁ ଜୁଳୁ ଜୁଳୁଦେଖେ
କାମନା ର ବୁଦାତଳୁ ମୁଣ୍ଡ କୁ ଉଠାଇ
ଦୂରରେ ଦିଶୁଥିବା ସବୁଜିମା ପାଇଁ |

ବ୍ୟବଧାନ ସରୀସୃପ
ଶୋଇଥାଏ ଦୁଇ ତକିଆ ଫାଂକରେ |
ପେଲିଦିଏ ଦୁଇଂକୁ ଦୁଇ ବିପରିତ ଦିଗେ;
ଉତ୍ତାଳ ତରଂଗ ଉଠେ' ଦୁରେଇ ଦେବାକୁ
ଟାଇଟାନିକ୍ ରୁ ଡିଆଁ ମାରୁଥିବା ଦି' ପ୍ରେମୀଂକୁ|
ଦେଖ ଦେଖ, ସୋଦର ବାନ୍ଧବ ଛିଡା ସେ'ଇ  କୂଳେ  
କିନ୍ତୁ ସର୍ବେ ବ୍ୟସ୍ତ ଖାଲି ବ୍ୟବଧାନ ମାପିବାରେ |


ଚିତ୍ ପହଁରା ଦେଇ ସମୁଦ୍ର ରେ ଭାସୁଥିବା 'ମୁଁ', ଜାଣେ
କିପରି ସାର୍କ ଟାଣେ ଭିତରୁ ଭିତର | ଅମୁହାଁ ରାଇଜ |
ଏକ ମୁଁହା ଚଲା , ଦୂରରୁ ଦୂରକୁ - କୂଳ ରୁ କୂଳକୁ |
ଧ୍ରୁବ ତାରା ଉଁକି ମାରେ ବାଟ କଢାଇ ନେବାକୁ |
ନୀଳ ନୀଳ ଅଥଳ ସେ ଜଳ, ସେ ଜଳେ
ମୁଁ ଭାସେ କେତେ କାଳ | କୂଳ ରୁ  ଶୁଭେ କେବଳ -
'ହାଏ ହାଏ ଭାସିଗଲା ; ବିଧାତା ଲେଖିଥିଲା କାଳ |
ଗଲା ସିଏ; ଏବେ ଚାଲ ଆମେ, ଫେ'ରିବା ନିଜ ନିଜ ଘର; 
ବ୍ୟବଧାନ ଯେ ରହିଗଲା ସେମିତି ତା'ର ଆମର |'
ମୁଁ ଅଥ'ଳ ଦରିଆ ଭିତରୁ  କହେ- 'କି' ବିଚିତ୍ର ସଂସାର |'
----------------------------------------------------------------------

















3 comments:

Anonymous said...

Yes,this is the apprehensions we have in relationships.Very sensitive observation.

Anonymous said...

ବହୁତ ସୁନ୍ଦର ଲାଗିଲା ଆଜ୍ଞା । ଏତେ ସୁନ୍ଦର ଜଟିଳ ଚିନ୍ତାଧାରା ଆପଣ କେମିତି ମନରେ ଉଦୟ କରୁଛନ୍ତି?

Anonymous said...

Namaskar Hrushikesha Babu.The words are wonderfully crafted showing the reality.