Tuesday, October 8, 2013

ବାନ୍-ମୁନ୍ ରାଜା ଓ ମାଣ୍ଡେଲା ମୁନି କଥୋପକଥନ

ଗଣ-ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ
ଊଷି ମୁନି ଉବାଚ
--------------------------------------------
ଗଣ ହୋଇବେ ରାଜା ଯେବେ |
ନଥିବ ରାଜ ଧର୍ମ ସଂଗେ ||
ଧରି ସେ ଥିବେ ରାଜ ଦଣ୍ଡ |
କିନ୍ତୁ ବୁଝି ନଥିବେ ପାଷାଣ୍ଡ ||
ଜ୍ଞନ ତାଂକର ହେବ କାହୁଁ |
ନିଜେ ହଜିଲେ କେବେ ପାଉଁ ?
ବ୍ରିଟିଶ ବୋଇଲେ ହେଉ ନିଅ |
କାହିଁକି କଷ୍ଟ ତୁମ ପାଅ |
ଅବା କଥାକୁ କିଁଆ କରୁଛ କଟାଳ |
ଆମେତ ନେଲୁଣି ସବୁ ଏବେ ତୁମେ ନିଅ ||
ମାତ୍ର ଏମିତି ଆମେ ହାତ ଟେକି ଦେବୁ |
ହାତ ପାତି ନେବ, ରାଜ୍ ଭେଦରେ ଘାରିବୁ ||
ପାଇବା ନପଇବା ଦୁହେଁ ହେବ ସମ |
ତୁମେହିଁ ବନିବ ନିଜ ନିଜ ଯମ ||
ବାନ୍-ମୁନ୍ ପଚାରନ୍ତି ମାଣ୍ଡେଲା ମୁଖ ଚାହିଁ |
ଗଣ ଭାଗବତ କଥା କହିବା ଗୋସାଇଁ ||
ମାଣ୍ଡେଲା କୁହନ୍ତି ହେ ବାନ୍-ମୁନ୍ ରାଜା |
ପିଜା-ଯୁଗ କଥା ଶୁଣି ମନେ ହେବ ବ୍ୟଥା ||
ବ୍ୟଥା ଦୂର କଥା କୁହହେ ବଖାଣି |
ସତ୍ୟପାଇଁ ଆସିବେ କେବେ ଚକ୍ରପାଣୀ |

|| ଇତି ଶ୍ରୀ ଗଣ-ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ
ବାନ୍-ମୁନ୍ ରାଜା ଓ ମାଣ୍ଡେଲା ମୁନି କଥୋପକଥନ ||

1 comment:

Anonymous said...

Agnya namaste,ei vangmaya bada prabhavashali