Monday, December 9, 2013

ଗଣ ଭାଗବତ-୨

!!! ଗଣ ଭାଗବତ-୨:: କୃତ ହୃଷୀକେଶ, ମହାପ୍ରଭୁଂକର ଦାସ ...... !!!

ଯାହା ତ ଦେଉଛ ବେଶୀ ଯେ ନେଉଛ
କେଉଁ ସରକାରେ ଲେଖା
ତୁମର ଆମର, ଭଲ ଭେଲସବୁ
ଭୋଟ୍ ବାକ୍ସରେ ଦେଖା | (୧)

ଗୋଟେ ହାତେ ଦେଇ ଦଶ ଦଶ ହାତେ ନିଅ
ବାନା ଡାକେ ଦାତା ପଣ
ମିଡିଆ କୁ କିଣି ନାଗରା ବଜାଇ
ସାଜ ସତେ ଦାତା କର୍ନ |(୨)

ଭୋଟ ବାକ୍ସରେ ଚାପୁଡା ଦେଖିବ
ନେତର ଖୋଲିଲେ ସିନା
ରାଜନୀତି କରି ପେଟ ଭରୁଥିଲେ
ଲୋକେ ସିନା ହେବେ ହୀନା |(୩)

ପଇସା ଗୋଟା ତ ମୂଳ, ବଡପଣେ ଧର ଚୂଳ
କୁହଖାଲି ସେବାପଣ;
ଅଛି ଯଦି ବାହୁବଳ, ଜୀବନ ଟା ସାରା
ପଛେ ପଛେ କିଆଁ ବୁଲ ? (୪)

କଳା କରି କରି, କଳା ରେ ମନତ ବୋଳା
ନାଲି ଥାଏ ତୁମ ଡୋଳା;
ଆମ କଳା ଠାକୁରକୁ ଚାହିଁଦେଇ ଶିଖ
କଳା ରେ ଧଳା ତା ଖେଳା |(୫)

1 comment:

Anonymous said...

Very nice idea! Beautiful poetry!