Wednesday, August 5, 2015

BARNAGITI MALA (ବର୍ଣଗୀତି ମାଳା)

 |||  ନହୁଲି   |||
(ବର୍ଣଗୀତିମାଳା-୨୮ )
ନକହିଲ ନାହିଁ ଆଜି ତୁମ ମନକଥା
ନବାତରେ ଯଦି ଇଚ୍ଛା କିଆଁ ପାଅ ବ୍ୟଥା
ନଖକୁ କାମୁଡି କାମୁଡି ଯେବେ ଦେଲ ଚାହିଁ
ନହୁରୁଣୀ ଧାର ସିନା କଥାଦେଲା କହି |

...

|||  ଏରୁଣ୍ଡୀ  |||
(ବର୍ଣଗୀତିମାଳା-୮ )
ଏମିତି ଆସିବା ସବୁବେଳେ ଆଲୁୟକୁ ଲୋଡି
ଏକାତ୍ମା ଠିଆ ସେଠି, ଜଳଇ ଦିହୁଡି
ଏଷଣା ମାନଚିତ୍ର ଅଂକା ନରମ୍ ପାପୁଲି ଉପରେ
ଏଣକ ଦଉଡା ଦିଗହଜା ବଇଁଶୀର ସ୍ବରେ |
....
....


||| ଋଷଭ    |||
(ବର୍ଣଗୀତିମାଳା-୭  )

ଋକମୟ ହୋଇଯାଏ ଧରା ପ୍ରିତିଟି ସକାଳ
ଋତିକ ମୁହୂର୍ତର ଡାକେ ହସୁଛି କମଳ |
ଋଷିକଳ୍ପ ଶ୍ମଶ୍ରୁଧାରୀ କଳ୍ପବଟ ବୃକ୍ଷ ତଳେ
ଋଷ୍ୟ-ମାନସ ଧାବନ ଚିତ୍ର ମୁଦ୍ରିତ ନୟନେ |

.
.

||| ଊର୍ଦ୍ଧଗ   |||
(ବର୍ଣଗୀତିମାଳା-୬ )

ଊଣାରୁ   କାଲି ଯେବେ ହେଲା ଋନବିଂଶ
ଊନବୋଲି ନିଶ୍ଵାସରେ ବସିଛି ହତାଶ |
ଊରୁସ୍ତମ୍ଭ ଋରୁରେ ବସିବା ନକରି ଭ୍ରୂକ୍ଷେପ
ଊନବିଂଶରୁ ବିଂଶକୁ ଧରିବାର କଷ୍ଟତାପ |
.
.
.
.


|||  ଉଦ୍ଭାସକ  |||
(ବର୍ଣଗୀତିମାଳା-୫)

ଉଦୟା ମଗନ ସୁରୁଜ କଅଁଳ କିରଣ
ଉଲ୍ଲସିତ ଉଚ୍ଚାଟ କୋମଳ ଜୀବନ
ଉଷୁମ ପରଶ ଖୋଜା ସୁକୋମଳ କୋଳ
ଉତ୍ତୁଂଗ ଶୀଖରୁ ଶୁଭେ ବଇଁଶୀର ସ୍ଵନ |
..
..
..
--


||| ଈହିତ |||
 ( ବର୍ଣଗୀତିମାଳା  - ୪   )

ଈପ୍ସିତ ପଛେ ପଛେ ଯେତେ ପାଦଚିହ୍ନ 
ଈର୍ଷାଳୁ ଜୀବନ କିନ୍ତୁ ପଥଶ୍ରାନ୍ତ ମନ |
ଈତି ସବୁ ଗଦା ଗଦା ଆଖିର ଉହାଡେ 
ଈକ୍ଷକ ସନ୍ଧାନୀ ଦୃଷ୍ଟି ଚାରିଦିଗ ଲୋଡେ |
..   ..  ..




 ||| ଇନ୍ଦିବର |||
 ( ବର୍ଣଗୀତିମାଳା  - ୩  )

ଇଂଗିତ ଦେଲାଣି ତୁମେ କେମିତି କୁହନି
ଇଷତ ହସରେ ମୁଁ ବୁଝି ପାରିଥାନ୍ତି
ଇକ୍ଷ୍ବାକ ଋଷିଂକୁ ସିନା ଇନ୍ଦିବର ଦୃଶ୍ୟ
ଇତିହ ପାଥେୟ ମାଗିବିକିଆଁ ମୁଁ ଇନ୍ଦ୍ରତ୍ବ !
...........



||| ଆତ୍ମଶ୍ଳାଘୀ |||
 (ବର୍ଣଗୀତିମାଳା  - ୨ )


ଆସିବା ପୁର୍ବରୁ ଏଠାକୁ ଥିଲାକି ଠିକଣା
ଅାସିଗଲା ପରେ ସିନା  ଠିକଣାରେ ଟଣା
ଆରମ୍ଭ ଅୟମ ! ନା ମନ୍ତ୍ର ନା ଥିଲା ତନ୍ତ୍ର
ଆଛାଦି ରଖିଛି ସତେ କହାର ଇଂଗିତ!

 ....

.............................................

|||  ଅନାଥ  |||
(ବର୍ଣଗୀତିମାଳା - ୧)

ଅଗନା ଅଗନି ମଣିଷ ଗହଳେ;
ଅନାଇଛି କିଏ କାଳେ ଆସିବ ସହଳେ |
ଅରଣ୍ୟ ରୋଦନ କିଏ କାହାର ଶୁଣିବା
ଅରଜନ କଥା ଅବା କାହାକୁ କହିବା |

4 comments:

Anonymous said...

Kichi bujha padilani sir

mokatha.blogspot.com said...

You don't get all while reading a research paper ... : no worry keep reading till you ge

Anonymous said...

Beautiful Stanza !!! Meaning is very simple ..........Some description about the sleep during dawn ,which needs a warmth place to be deeper,but duty on search of "Roti ,Kapada Aur Makkan"....do not allow to sleep further , so the music of flute from long distance hill side reminds you to go for your duty,leaving the warmth lap of your partner...This what I understood @ Sri Abhaya Kumar Pradhan........Namaskar !!! Sri Hrushikesha Mohanty............Jay Radhe Krishna...........

Anonymous said...

Life @the morning !