Saturday, May 7, 2016

ରାତି ଝଡବର୍ଷାପରେ

ରାତି ଝଡବର୍ଷାପରେ, ନରମ ସକାଳ
ସ୍ନାତଶୋଧ ଚନ୍ଦ୍ରବଦନୀ ମୁଖ ଚୂର୍ଣକୁନ୍ତଳ |

ସବୁ ସଫା, ରାସ୍ତାଘାଟ ସଫା
ସଫା ମନ, ସବୁ ନାଟ ସଫା |
କବାଟ ଖୋଲିଦେଲି ଉଭା ନରମ ସକାଳ
ସ୍ନାତଶୋଧ ଚନ୍ଦ୍ରବଦନୀ ମୁଖ ଚୂର୍ଣକୁନ୍ତଳ |

ରାତି ଝଡବର୍ଷା କରେ ଏତେ ସଫା
ସକାଳ ଉଭା ଧରି ମୁଦା ଲଫାଫା |
ପୁଣି ଦିନ ପୁଣି ସେ ପ୍ରକୋପ
ଝାଉଁଳା ଜୀବନକୁ ରାତିର ପ୍ରତାପ |
ଆଖି ଖୋଲିଦେଲେ ଉଭା ନରମ ସକାଳ
ସ୍ନାତଶୋଧ ଚନ୍ଦ୍ରବଦନୀ ମୁଖ ଚୂର୍ଣକୁନ୍ତଳ |



2 comments:

Anonymous said...

Oh! Good to get temporary relief from heat.

Anonymous said...

https://www.youtube.com/watch?v=NSgwG2dNpzI