Thursday, March 27, 2014

!!! ଦ୍ବିତୀୟ ବସନ୍ତ :: The Second Spring !!!

(My Odia Poem from book 'Aparahna' the third analogy of Odia Poems ), 
ପ୍ରଥମ  ବସନ୍ତ ଚାଲିଗଲ ପରେ
ଯେଉଁ ଫୁଲଗଛ ଥିଲେ, ବିକଳ ହେଲାରୁ
ପଛଗେଟ୍ ଦେଇ  ଦ୍ବିତୀୟ ବସନ୍ତ ଆସିଛି
ସେଲାଇନ୍ ଶିଶୀକୁ ଲୁଚାଇ
ଓ ମୁଁହରେ ହସ ଝଲକାଇ  |

ଫୁଲମାନେ ସୁସମ୍ଭାବନାରେ ବହେ ହସିଗଲେ 
ନିଜେ ନିଜେ ନାଚିବି ଗଲେ ଛନ୍ଦାଛନ୍ଦି ହୋଇ
ଥିରି ଥିରି ପବନରେ |

ବଗିଚା କହୁଛି, 'ଆହା, ବସନ୍ତ ଆସିଛି ପୁଣି
ମୋ ଅଗଣାରେ'|

ପ୍ରଥମ ବସନ୍ତ ହସି କହେ -
ଏମିତିକି ବସନ୍ତ ଆସେ କାହାରି କଥା ରେ ?
ସେ ଆସେ ତା' ନିଜ ରାସ୍ତାରେ ଓ
ପୁଣି ଚାଲିଯାଏ ସମୟ ସାଥିରେ |
http://mokatha.blogspot.in/2011/05/aparahna-cover-pages.html
------------English Translation--------------------------------- 
On departure of the first spring long after
Much to the laments of  plants flower
The second spring creeps in
At times through the back gate,
On hiding saline bottle it holds,
Rains its peel of laughter else.

Flowers dance on sweet possiblities
Remembering the last the garden had;
Oh! the spring is here again!

The shadow of the past  laughs and teases
Asks, 'is it the way that spring comes ?
Spring comes on its way itself
And leaves on its own as time passes.'
----------------------------------------------------

No comments: