Thursday, October 25, 2012

ଅପେକ୍ଷାରେ



ଅପେକ୍ଷାରେ
------------------------------------------------------------------

ତୁମେ ପରା ଆସ ଜାଗରଣେ ନେଇ ଧୃତି
ଧରି ଖଣ୍ଡା ଓ ଖର୍ପର,
ମହିଷା କୁ ଗଂଜୀ କରିବାକୁ  ପ୍ରକଟ ସତ୍ୟର |

କାହିଁ କିଛିତ ହେଲାନି  ସେମିତି , ଯେମିତି ସେମିତି ଲାଗିଛି
ମହିଷାର ଜୟ ଜୟାକାର |
ଲୁନ୍ଠିତ ଏ ପୁର, ଅବଲୁନ୍ଠିତ ତ ଯେ କେତେ ନାରୀ ନର
ମହିଶାଂକ ଜ୍ବାଲାରେ, ଏ ଧରା  ପରେ  |
ତେବେବି ତୁ କେମିତି ଯାଉ ଚାଲି ଏମିତି ଏମିତି , ନଦେଖିଲା ପରି
ଆଜି ଦଶମୀ ରେ |

ଆସିଥିଲୁ କେତେ ମିନତି ରେ ବରଷକ ପରେ |
ଗହଲ ଚହଲରେ ଅମେ ସିନା ଭୁଲି ଗଲୁ ଭାବ ବିହ୍ବଲରେ ;
କିନ୍ତୁ ତୁ କେମିତି ଦେଖିଲୁନି ଯାହା ସବୁ ଘଟିଯାଏ ସବୁରି ଉହାଡେ |

ଆ ମା ! ଫେରିଆ ବାସନ୍ତୀ ଦୁର୍ଗା ରେ |
ଦେ’ ଟେକି ବାଛି ବାଛି ତୀର
ଭାରୀ ଦେ ମା ଶକ୍ତୀ’ ଖୋଜି ରାମ ଟିଏ ଯିଏ  ଆଜି ର ପ୍ରବୀର |

ଆଶିବୁ ତ ମା’ ଫେରି
ସତ ସତ ବିଜୟାଟେ ନେଇ
ଏଇ ଧରା ପାଇଁ |
ଆଜୀ ଠାରୁ ଠିଆ , ଆମେ  ସବୁ  ତୁମ ଅପେକ୍ଷାରେ
 ସେଇ  ମଣ୍ଡପ  କୁ ଚାହିଁ |
............................................................................................................................

ହୃଷିକେଶ ମହାନ୍ତି
ହଇଦରବାଦ ବିସ୍ବବିଦ୍ୟାଳୟ

3 comments:

Anonymous said...

ଜୟ ମା...!!

Anonymous said...

ଜଯ୍ ମା ଜଗଡମ୍ବେ.....ଜାଯ୍ ମା ଡୁଉର୍ଗା..........execellent sir.....

Anonymous said...

Sir:

I like the poem so much.
I hope your aspiration in calling Maa Durga will become true in one day.


Thanks and regards


Akhil.