Tuesday, April 7, 2015

ସାଉଣ୍ଟା କବିତା


ବୟସଟା ମୋର କମି ଯାଆନ୍ତାକି, ଫେରି ମୁଁ ପାଆନ୍ତି ପିଲାଦିନ
ମାଆ କୋଳେ ରହି ଆକାଶ ଦେଖନ୍ତି, ତାରକା ମେଳରେ ରୂପାଜହ୍ନ |
-କବି ବିପିନବିହାରୀ ନାୟକ ପୁରୀ;  ଧ୍ଵନି-ପ୍ରତିଧ୍ଵନି ଖବରକାଗଜ
25/3/15   cell phone:  7381553385

---------------

ଚଢେଇ ପରି
ସାରା ଆକାଶ ଟା ବୁଲି ଆସିଲେ ବି
କେବେ କହିନି
ଆକାଶ ଟା ମୋର ବୋଲି

ନାବିକ ପରି
ସମୁଦ୍ର ବକ୍ଷରେ ଘୂରି ଆସିଲା ପରେ ବି
ଦାବି କରିନି କେବେ
ସମୁଦ୍ର ଟା ମୋ ମାଲିକାନା ବୋଲି |

ତୁମ ମନ
ସେଇପରି ଏକ ବିସ୍ତିର୍ଣ ଇଲାକା
ବର୍ଷ ବର୍ଷ ଧରି
ନିରଂକୁଶ ରାଜୁତି ପରେ ବି
କେବେ ବି କହି ପାରିନି
ମୁଁ ତାର ଅଧିଶ୍ବର ବୋଲି !

- କବି ବିକ୍ରମ କେଶରୀ ପାଣି
ଧ୍ଵନି-ପ୍ରତିଧ୍ଵନି ଖବରକାଗଜ ୨୫/୩/୧୫
ଭ୍ରାମ୍ୟଭାଷା: ୯୪୩୭୬୯୭୩୬୩
-------------------------------------------------

2 comments:

Anonymous said...

Sir, thank you. loved the poem. The philosophy of "Alekh Mahima' is reflected here. What is mine after all,when everything is filled with emptiness.

Bikram Pani said...

seipari tuma mana eka bistirna ilaka

post tire 'tuma mana' missing achhi