Wednesday, April 8, 2015

ସାଉଣ୍ଟା କଥା

 "ମୁଁ କାହିଁକି ଲେଖେ"
-----------------------

ଧ୍ବନିପ୍ରତିଧ୍ବନି ଖବରକାଗାଜ ରେ ରବିବାସରୀୟ ସାହିତ୍ୟ କ୍ରୋଡ ପତ୍ରିକାରେ "ମୁଁ କାହିଁକି ଲେଖେ" ଶୀର୍ଷକରେ ଲେଖା ଗୁଡିକ ସୁନ୍ଦର - ଏକ ଅନନ୍ୟ ସ୍ବୀକାରୋକ୍ତି ... ଆସନ୍ତୁ ସାହିତ୍ୟିକ ଶ୍ରୀଯୁକ୍ତ ନରେନ୍ଦ୍ର ସାହୁଂକୁ ଶୁଣିବା - ସେ କାହିଁକି ଲେଖନ୍ତି ପ୍ରଶ୍ନ ର ଉତ୍ତର ଦେଇ ୨୯/୩/୧୫ ରେ ଏଇ ଶୀର୍ଷକରେ ଲେଖନ୍ତି  ଏମିତିକା ....

"ସତରେ ମୋ ଦ୍ବାରା ଲେଖା ଲେଖି ଛଡା ଆଉ କିଛି ବି ହେଲାନି | ଏମିତି ରେ ତ ମୁଁ କିଛି ବି ହେଇ ପାରିଲିନି - ଭଲ ବାପା, ଭଲ ପୁଅ, ଭଲ ସ୍ବାମୀ, ଭଲ ଭାଇ, ଭଲ ବନ୍ଧୁ, ଭଲ ପ୍ରେମୀକ ଓ ଶେଷରେ ଭଲ ଲେଖକ ବି ... କିଛି ହୋଇପାରିଲାନି ... କିଛିବି ନୁହଁ | ଈଶ୍ବର ଜନ୍ମ ଦେଇଛନ୍ତି ବୋଲି ବନ୍ଚିଛି ଆଉ ଲେଖିବାକୁ ଇଚ୍ଛା ହେଉଛି  ବୋଲି ଲେଖୁଛି | ଲେଖୁଛି ବୋଲି ବି କିଛି ଆଶା ନାହିଁ, ସ୍ବପ୍ନ ନାହିଁ ... ଇଚ୍ଛ ନାହିଁ ! .......  ଧାରଣା ଲେଖାଲେଖି କୁଆଡେ ମଣିଷକୁ ମାନବିକତା ଶିଖାଏ ... ସେଇ ବିଶ୍ବାସକୁ ଆଧାର କରି ଲେଖୁଛି ..... ଜୀବନରେ କିଛି ନହେଲେବୀ ଭଲ ମଣିଷଟିଏ ହୋଇ ପାରିବି | ମୋ ମୃତ୍ୟୁ ପରେ କେହିନାକେହି ଜଣେ ସାହିତ୍ୟପ୍ରେମୀ କହିବ ... ନରେନ୍ଦ୍ର ସାହୁ ଲେଖୁଥିଲା | ଲେଖୁ ଲେଖୁ ଚାଲିଗଲା | ସାଧାରଣ ଲୋକେ ଟିଏ କିନ୍ତୁ ଭଲ ମଣିଷଟିଏ ଥିଲା \"

ଆହାଃ ... କି ସୁନ୍ଦର ଲେଖକର ମନଟିଏ ! କେତେ ସରଳ, କେତେ ସୁନ୍ଦର ... ! ଆପଣଂକୁ କେମିତି ଲାଗିବ କେଜାଣି ମୁଁ କିନ୍ତୁ ଏଏଇ କଥା ଦିପଦର ମାଧୁର୍ଯ୍ୟରେ ଅଭିଭୂତ ହୋଇଗଲି ... ଲେଖକ ନରେନ୍ଦ୍ର ବାବୁଂକର ପ୍ରଭୁ ମଂଗଳ କରନ୍ତୁ ପ୍ରାର୍ଥନା !

Sj. Narendra Sahoo : BSNL Bhavan, DakhinaKali Marga , Dhenkanala-1. Cell: 9437131341


No comments: