Thursday, April 30, 2015

ମୋ ଢଗ




କଳା ଧଳା ହଳଦିଆ ନେଇ ବଡ ଠାକୁରର ଖ୍ୟାତି
ସମଗ୍ର  ମାନବ ଜାତିକୁ ନେଇ  କି ଲୀଳା ଲଗାଇଛି |


------------------------------------------------------------
ରାଜା ତ କାଲାମ୍ ରାଜା
ସୁଖରେ ଥିଲେ ତାଂକରି  ପ୍ରଜା |
ପିଲେ କାଂଦିଲେ  କାଲମ୍ ଜେଜେ
କୁଆଡେ ଗଲ କହିବ କିଏ
ଆମକୁ ସୁନା କଥା |
ଆମ ମନକୁ ଆଜି  ବ୍ୟଥା |

ସାଳନ୍ଦୀ ନଈ,   ଅଛୁତୁ କାହିଁ ?
ହଦଗଡ଼ ସେ' ବନ୍ଧ,    ହୋଇଲା ଅନ୍ଧ |
ଧରିଲା ବାନ୍ଧି , ସାଳନ୍ଦୀ ଜିଦି |
 
ହେ ଚାଷୀ ଭାଇ , ତୋ ଚାଷ କାହିଁ ?
ମୋ ସବୁ ଛୁଆ . ବାଂଗାଲୋରକୁ ଭୁଆ ;
ଶୁଣ ହେ ଭାଇ , ଆଉ ଚାଷ କିମ୍ପାଇଁ ?

ଯାତ ସେ ଯାତ ,  କାଳିଆ ଯାତ |
ଗମ୍ଭୀରା ଭିତରେ , ନେତାଂକ ନେତ ||
ଲାଗୁଛି ବ୍ୟଥା , କାହିଁ ସେ ଗଲା କାଳିଆ ଗାଥା
ଭକ୍ତ ଚାହିଁଥା --

ଥନ୍ତଲା ପେଟ ମୁଣ୍ଡରେ ଜଟ
କପାଳେ ଚିତା ଭକ୍ତ ଚାହିଁଥା ||

ୟୋଗରେ ୟୋଗରେ ସାରା ସଂସାର ଯୋଡିଲା
 ଅଖଣ୍ଡ ସଂସାର ବୋଲି କାଲି ପରତ ହୋଇଲା |

କାଳିଆ ଠାକୁର ଅଣସରେ ଜ୍ବରରେ ଥରୁଛି
ଏମିତି ଦିଅ ସେ ମଣିଷ ପରି ବି  ଭୋଗୁଛି |

ଶାସକ ବାବୁ , ଶାସକ ବାବୁ
କାହିଁକି ଏମିତି କଣ କହିବୁ ?
ଫାଇଲ ଚାଷ, ଏଠାରେ ବସ
ଲେଖିକି ଦିଅ କାହିଁକି ହସ
ଡେରି  କାହିଁକି , ଡେରି  କାହିଁକି
କାହ  ବୋଲେ ତୁମେ ଗଲ ଶୋଇକି ?

ଵାଇଆ ହେଲେ କବାଟ କିଳି, କି ଲୀଳା କଲେ
ବାହାରେ ଭକତେ ଭକୁଆ ହେଲେ |
କହିଲେ କାହିଁ  କହିଲେ କାହିଁ
ଏମିତି ହେବାର  କାନ  ଶୁଣିନି |
ବସିକି ଦେଖ କଅଣ ହେଉଛି ବସିକୀ ଦେଖ  
ଦଇତା କହନ୍ତି  ଏ ପରା ଆମର ଜଗାର ଟେକ |

ଚଳନ୍ତି ବିଷ୍ଣୁ କ'ଣ  କରିବେ'
ସିନା ଖାଲି ସେ କ୍ଷୋଭ କରିବେ |
ଭୁବନେଶ୍ଵରର   ନିଦା ମୁଖିଆ
ଦେଖି କି ନଦେଖି ହେଇଛି ଠିଆ |


ନାଲି ବଅଲ, ଦେଖି ଦେଖି ତାକୁ ଫୋପାଡ ଭଲ
କ୍ରିକେଟ ଖେଳ, ଖେଳ ନାହିଁ ଖାଲି ଭରିଛି ଖଳ |

ଭୁଲି କି ଗଲୁ ? ଆଖି ବୁଜି ଦେଇ ମହୁ ଚାଟିଲୁ
ଲଳିତ ଭାଲୁ ଜାଣି ନଥିଲୁ ?
ସାଂଗରେ ନେଇ ଯାତ ଦେଖିଲୁ, ବାଇୟା ହେଲୁ !


ବୁଢା ଟି ହେଲୁ , ମରିବାକୁ ବସିଲୁ
ପରକୃତି କେବେ ଛାଡି ନଗଲୁ
ଏବେବି ହାଇ, ଜଗି ବସିଛୁ ଘାଇ
ବଡ ବାଳିଆ ଲୋଭ, ଖୋଜୁଛୁ ଠାଵ ?

କଇଁଆ ଡାଳରେ ଯଦି ଉପାଧି-ପତ୍ର ଝୁଲୁଥିବ
ତୋଳିବାରେ ମୋର କିଆଁ ଦୋଷ ଲାଗିଯିବ ? - ତୋମାର ଉବାଚ

ଠାକୁର ଆମର ଆଜିଠୁଁ ନୂଆରେ ବସିଲେ
ପୁରୁଣାକୁ ଛାଡି ମନ ନୂଆରେ ରସିଲେ |

ଲୀଳାମୟଂକ  ଲୀଳା ନରେ ଅଗୋଚର
ବୁଝିବୁ ଯଦି ସନିଆ ହେବୁ ଭାବୁ ପାର |

ମ୍ୟାକଡୋନାଲଡ  ବାବୁ ଏବେ ମୁଡି ଚୁଡା ବିକ
ଭୁଗୁନୀ ସଂଗକୁ ସିନା ଦହିବରା ଭେକ |

ରଜକୁ ବିଡିଆ ପାନ ଖଣ୍ଡକୁ ଭଗ୍ୟ ହେଲାନି ସଂଗାତ
ସୋସିଆଲ୍ ମିଡିୟା ବନ୍ଧୁଂକୁ ଅବା କଣ କହିବା କୁହତ !


ରଜକୁ ହେଲାନି ଭାଗ୍ୟ ମୋ-ମାଲଗୁଡି  (ଗାଁ) ବୁଲି |
କାମ ଅଛି ଯାଇପାରିବନି କହିଦେଲେ ଦଣ୍ଡଧାରୀ |

କୋଲା ତୁମେ ଏମିତି ବାଇଆ କରିଲ ବିଚାରି
ଦହି ସରବତ ଭୁଲି ହାଇପାଇ ଦେଶର ସଂସାରୀ |

ଡୋମିନୋରେ ଯେବେ ପିଠା  ଚିତଉ ମିଳିବ
ରାମରାଜ୍ୟ ତେବେ ଯାଇ ପାରପତ ହେବ |

ନିର୍ଣୟ କରି ଯିଏ  ପୁଣି ଦେଖଇ    ପଛକୁ
ତା କପାଳେ ଲେଖା ଲୋକହସା ହେବାକୁ  !

କାହିଁକି ପଢିବି ପାଠ କାହାକୁବା ଜଣା
ସତ, ପଢା ସରିଲା ପରେ ଚାକିରୀର ଟଣା |

ଚାକିରି ମିଳିବା ଯାଏଁ ବାପାଙ୍କ ଗଞଣା
 ମିଳିଗଲେ ଆଜୀବନ ପେଲୁଥାଅ ଘଣା!

ପରିସର ସାରା ଖଣ୍ଡ ଯୁଦ୍ଧର  ଡାକରା
ପାଠପଢା କାଲି, ଆଜି କଂଳକୀ ଆସରା |



ମୁଁ କାହିଁକି ଖାଇବିନି ତୁମକୁ ଚୋବାଇ
ସ୍ବାଧୀନ ମୋ ଖାଇବା ହାତକୁ ପୁରାଇ |
ମାଂସ ଖାଏ , ଖା'ଇବିପାରେ ବାଇଗଣ
ଖାଇଜୀବି ଗୋଡ଼-ମୁଣ୍ଡ ଏଇ ମୋର ପଣ |


କହୁଁ କହୁଁ କହିଦେଲି  କଥାଟିଏ ଆଜି
କଥା ନଧରି ପିଲେ କର୍ମେ ଯାଅ ମଜ୍ଜୀ |

ଦଣ୍ଡଧାରୀ କରିଦେଲ ମୋତେ ସିନା ଏଇ ଦରବାରେ
ମୁଁତ ରାସ୍ତାର ଲୋକ, ମୋତେ କଷ୍ଟ କାମ କରିବାରେ |


ଗ୍ରୀଷମ ଛୁଟି, ଗ୍ରୀଷମ ଛୁଟି ; ନାହିଁ କାହିଁ ଆଉ ସେ ମଜା ଏଠି
କୋଚିଂ କ୍ଲାସ୍ କୋଚିଂ କ୍ଲାସ୍, ଛୁଟି ଫୁଟି ସବୁ ଫସର ଫାସ !

ସାଆନ୍ତାଣୀଂକ କଥାରେ ଆଜି  ଗଲି  ମଲ୍  ବୁଲି,
ଆମ ମାରକୁଣା ହାଟକୁ ସେ ହବକି ହେ ସରି ?

ଛାତ୍ରମାନେ ସ୍ବାଧିନତା ବୁଝିଗଲେ ବେଶୀ
ଧୁଆଁପାଣି ଅମଳର ମନଦେଲେ ରସି |

ଚାକିରୀ ନମିଳିଲାରୁ ସିନା ଗବେଷଣା ଗୋଳ
ଇଉଜିସି କହିଦେଲେ ସର୍ବେ ହରି ହରିବୋଲ |



ରସିକ ରସିକୀ ବସିଲେ କଥା ଚାଲେ ଆଖିରେ ଆଖିରେ
କିନ୍ତୁ ଦୁଇ ନେତା ମିଶିଗଲେ କଥା ଚାଲେ ନୀରବେ ନୀରବେ |

ନା ସାଇକି ହେଲ ନା  ଭାଇକି ହେଲ
ନିଜରି ଚିନ୍ତାରେ କେବଳ ଦିନଯେ ସାରିଲ |


ଦଶାରେ ଦଂଶୀହୋଇ ହୋଇଲେ ବିମନ
ସୁଦଶା ବ୍ରତର ସୁଧୀଏଁ  ରଖିବ ଧୀଆନ |


ଦେଖରେ ବାଇଆ ଇଏ  ଫଟଫଟିଆ
ଟାଣୁଥିବ ମନନେଇ ବସିବାଠୁଁ  ଉଠିଆ |

ସୁରୁଜ ତେଜକୁ  ଦେଖି ଆଜି ପଖାଳରେ ମନ
ବଡିଚୁରା ସଂଗରେ ମିଳନ୍ତାକି ଭଜା ବାଇଗଣ |

ନବକଳେବର ଦେଖିଯିବ ବୋଲି କରିଅଛ ଯଦି  ମନ
କାଳିଆର  ଡୋର ଟାଣିନେବ ପରା କାହିଁକି ଗଣୁଛ ଧନ  |

ଗୌରା ଅଜାର ତାଳ କାଟୁ କାଟୁ ଖସିଗଲା ଗୋଟେ ଖଂଜା
ଶଂକିରୀ ଆଇ ତା  କଦଳୀଗଛରୁ ଆଣିଦେଲା ଖଣ୍ଡେ ମଂଜା |

ତୁମେ କହିଥିଲ କିଛି ଦେବ ବୋଲି ବାଟକୁ
ଦେଲନିତ କିଛି କାହିଁ ଗଲାବେଳେ ହାତକୁ |

ବାଛୁରୀ କରେ ମୋଁ ମୋଁ  କା' କହେ କାଉ
ନିଁଆଗିଳା ଭାଉଆକୁ କିଏ ବା ଶୁଣିବ ଆଉ |




ଭାତ ତିଅଣ ହେଲା କାଲୁଆ.
ଭାଉଜ ବୋଇଲେ ଖା' ଗାଲୁଆ !
Rice and curry gets cold
Sister-in-law pokes at mood !

ଦୋୖଡି ଗଲି ହାଟକୁ  ମାଛ ଆଣିଵି ଜଲିଦୀ 
ହାଟରେ ମିଳିଗଲେ  ହାତଭାରୀ  ସମୁଦୀ  |
Went out fast to pick up a sub
Being caught they took me to rub.

ମାଛ ଖାଇବ ଇଲିଶି
ଚାକିରୀ କରିବ ପୁଲିସୀ |
Eating if preferred fries of Kentucky
Slog in coding being caught with fantasy .

ପାଠ ପଢି ମୁଁ  କାଳିଆ ଘୋଡାରେ ଚଢିବି
ମଧୁବାବୁ ସଂଗେ ଲଢିବ,ଚକା ଚକାଭଉଁରୀ |

ଚାଷ ଅଛି ଯାହାର
କି ଆନଂଦ (ଦୁଃଖ)  ତାହାର |


ଚାରିବାଟି ଚାଷକୁ ଘରେ ଭାତ ନାହିଁ
କୁମ୍ଭୀର କାନ୍ଦଣାକୁ ଆଖି ଲୁହ କାହିଁ  !
Enough land to cultivate but no peace
Crocodile tears now where's justice ?

ବିଶ୍ବାସେ ମିଳଇ ହରି ତର୍କେ ବହୁ ଦୂର
ଆଖି ବୁଜି ସବୁ ଦିନ ଭଜ ହରି ହର |

ଏଇ କଥାକୁ
ନାଆ ପେଲି ଦେଲି କଲିକତାକୁ !

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ
ତୁମର ଆମର ନାଲି ବଇଁଚ

ଗାମୁଛା ଖଣ୍ଡିଏ ଦେଇ ମିତଯେ ବସିଲ
ମିତଣୀଁଂକ ପାଇଁ କିଆଁ ହାତ ଭାରି କଲ?

ତିନି ପୈସା ଜାହୁଁ ପାଇ
ଆଉରୀ ବେଣ ଉପାଡ଼ଇ 

ଜଣେ ପଚାରିଲେ 'ଆପଣ ୧୬ଅଣା ଓଡଆ ବୋଲି କାହିଁକି କୁହନ୍ତି ? ମୁଁ କହିଲି- କାରଣ ମୁଁ ଘରେ ଖୁ୍ର୍ଦ୍ଧା ଗାମୁଛା ପିନ୍ଧେ ଓ ନୂଆ ଏକ କୋଣାର୍କର ସ୍ବପ୍ନ ଦେଖେ !

1 comment:

Anonymous said...

ଠିକ୍ କଥା ଆଜ୍ଞା