Friday, April 17, 2015

ମୋ ଆଜିର କବିତା ରୁ ପଦେ

ଅଗନା ଅଗନି ମଣିଷ ଗହଳେ
ଅନାଇଛି କିଏ କାଳେ ଆସିବ ସହଳେ |
ଅରଣ୍ୟ ରୋଦନ କିଏ କାହାର ଶୁଣିବା
ଅରଜନ କଥା ଅବା କାହାକୁ କହିବା
-------------------------------
Right amongst madding crowd
Waiting for that person special

Who can hear forest cries loud?
Having earned it, whom to tell?



ବର୍ଣ୍ଣଗୀତି ର ଶେଷପଦ

କ୍ଷରଣ ଧାରକୁ ଧାର ଆଖିର ଉହାଡେ
କ୍ଷୟିଷ୍ଣୁ ପ୍ରବାହ ଇଛା ମିଶିବ ନିର୍ଜନେ |
---------------------------------
Stream of tears rolling down behind the eyes
Meeting in silence wishes the  drying stream 

ରହି ରହି ଯାହା କହିଗଲ ଗଲାବେଳେ
ରଖି କହୁଥିଲ କିଛ ରଖି ଜିଭ ତଳେ |
Your stammering to us while leaving
As if under your tongue you hid  something !



ବରଣ କରି ନେଇ ବୁଲିଯିବି ସଂଗେ
ବଉଳ ବନରେ ଆଜି ମୃଦୁ ନିଆଁ ଜାଗେ
ବଶକରା ଦିନ ପୁଣି ନାଚେ ରାତି ସାଂଗେ
ବଚନ ସ୍ପୁରେନି ସିନା ଆଖିସବୁ ମାଗେ

Wondering with Togetherness
Silent fires spreads on Baul Trees
Again the tamed days dance in nights
Eyes tell all as silence pervades ! 

------------ଫ ରେ ଆରମ୍ଭ -----------------------------------
ଫରକଯେ ଅଛି ପୁଣି ଦେଖିବା ଠାଣିରେ
ଫଗୁଣ ଜାଳୁଛି ନିଆଁ ପତର ଫୁଲରେ
ଫଜର ଦୋଲିରେ ବସି ଦିନ ତାଳିମାରେ
ଫଗୁ ରଂଗେ ରନ୍ଗେଇ ସରାଗ ମନରେ
-----------------------------------------------
Eyes and its glances are so different
Spring burns on tips and toes
Day claps sitting on a swing
Colors painted on mind wings.


-- ପ ରେ ଆରମ୍ଭ ---------------------------------------
ପରତେ ନଯିବ ଯଦି ଦେଖି ମୋର ଛାଇ
ପରାଗ ଦିନରେ ବି ମୁଁ ଥିବି ଅନାଇ
ପଘା-ମଣା ଦିନ ସବୁ ଏଇ ମାଟି ପରେ
ପଦ୍ମାକ୍ଷ ନୟନ କୋଣୁ ଦୟାାବାରି ଝରେ |

---------------------------------------
My shadow even if not believable
Still in eclipse I will be watching.
The days here are like else scripted
Mercy flows from the  lotus eye !
--------------------------------------------------


6 comments:

Anonymous said...

ସୁନ୍ଦର

Anonymous said...

ବାଃ.. ଚମତ୍କାର !

Anonymous said...

ସାଆରେ, ବହୁତ ଭଲ କବିତାଟିଏ ହେଇଛି।
ନାତିନାତୁଣୀମାନେ, ପଢରେ ସାରଙ୍କ କବିତା। ଗୋଟିଏ ପଦ 'ପ'ରେ ଆଉ ଆରଟା 'ଫ'ରେ ଆରମ୍ଭ ହଉଛି। ବାଃ!

Anonymous said...

ଆଜ୍ଞା, କବିତା ର ମିଠା,ଆନନ୍ଦ ଏବେ ବୁଝୁଛେଁ

Anonymous said...

ଚମତ୍କାର :)

Anonymous said...

So Nice sir